ETV Bharat / bharat

ଡିଡିସି ନିର୍ବାଚନ: କୁପୱାରାରୁ ପ୍ରାର୍ଥୀ ହେଲେ ପୂର୍ବ ଆତଙ୍କବାଦୀର ପାକିସ୍ତାନୀ ସ୍ତ୍ରୀ

author img

By

Published : Dec 5, 2020, 2:14 PM IST

ଜମ୍ମୁ ଓ କାଶ୍ମୀରରେ ଚାଲିଥିବା ଡିଡିସି ନିର୍ବାଚନରେ କୁପୱାରାରେ ପୂର୍ବ ଆତଙ୍କବାଦୀର ପାକିସ୍ତାନୀ ସ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି । ଅଧିକ ପଢନ୍ତୁ...

ଡିଡିସି ନିର୍ବାଚନ
ଡିଡିସି ନିର୍ବାଚନ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଜାରି ରହିଛି ଡିଡିସି(ଜିଲ୍ଲା ବିକାଶ ପରିଷଦ) ନିର୍ବାଚନ । ଆଠଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନରେ ତିନିଟି ପର୍ଯ୍ୟାୟ ଶେଷ ହୋଇଛି । ତେବେ ଏଥିରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ପାକିସ୍ତାନର ଝିଅ ତଥା ପୂର୍ବ ଆତଙ୍କବାଦୀର ପତ୍ନୀ ସୌମ୍ୟା ସଦାଫ୍‌ କୁପୱାରା ଜିଲ୍ଲାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ମୈଦାନରେ ରହିଛନ୍ତି ।

ଏଠାରେ ଡିସେମ୍ବର 7 ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ସେ ଜୋରସୋରରେ ପ୍ରଚାରରେ ଲାଗିପଡିଛନ୍ତି । ତାଙ୍କୁ ଜିତାଇଲେ ସେ ମହିଳାଙ୍କ ପ୍ରତିନିଧିତ୍ବ କରିବା ସହ ମହିଳାଙ୍କ ସ୍ବର ହୋଇ ଠିଆହେବେ ବୋଲି କହିଛନ୍ତି । ତେବେ ଏହି ଆସନରେ 11 ଜଣ ମହିଳା ପ୍ରାର୍ଥୀ ହୋଇଛନ୍ତି ।

ଡିଡିସି ନିର୍ବାଚନ

ସୂଚନାଥାଉକି, ସୌମ୍ୟା ସଦାଫ୍‌ ଜଣେ ପାକିସ୍ତାନୀ ଝିଅ । ସେ କୁପୱାରା ବଟରଗାମର ଅବଦୁଲ ମଜିଦ ଭଟ୍ଟଙ୍କୁ 2002 ମସିହାରେ ବିବାହ କରିଥିଲେ । ତେବେ ଅବଦୁଲ 90 ଦଶକରେ ପାକିସ୍ତାନ ଚାଲିଯାଇଥିବାବେଳେ ସେଠାରେ ହିଁ ସେ ସୌମ୍ୟାଙ୍କୁ ବିବାହ କରିଥିଲେ । ତାଙ୍କର 4ଟି ସନ୍ତାନ ରହିଛି ।

ତେବେ ସେ 2010 ମସିହାରେ ନେପାଳ ଦେଇ ପୁନଃଥଇଥାନ ପ୍ରକ୍ରିୟାରେ ଏଠାକୁ ଆସିଥିଲେ । ପରେ ତାଙ୍କ ସ୍ବାମୀ ହାତରୁ ହତିଆର ହଟାଇ ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ । ଏଠାରେ କୁକୁଡା ଚାଷ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ସୌମ୍ୟା ମଧ୍ୟ ପଶୁପାଳନ କରି କିଛି ପଇସା ରୋଜଗାର କରୁଥିଲେ ।

ସେହିପରି ସୌମ୍ୟା ମୁଜାଫରବାଦରେ ଗ୍ରାଜୁଏଟ କରିଥିବାବେଳେ ମୌଲାନା ଆଜାଦ ବିଶ୍ବବିଦ୍ୟାଳୟରୁ ପିଜି କରିଛନ୍ତି । ତେବେ ସୌମ୍ୟା କହିଛନ୍ତି, ‘ନିର୍ବାଚନରେ ଲଢିବା କେବଳ ମୋର ନିଷ୍ପତ୍ତି ନୁହେଁ । ଏହା ମହିଳାମାନଙ୍କ ମତ ।’ ଏହାସହ ତାଙ୍କର ମୁଖ୍ୟ ଲକ୍ଷ୍ୟ ମହିଳାଙ୍କ ପ୍ରତିନିଧି ହୋଇ ସେମାନଙ୍କ ମନବଳ ଦୃଢ କରିବା ବୋଲି ସେ କହିଛନ୍ତି । ସେହିପରି ମିଳିମିଶି କାମ କରି ବେକାରୀ ଦୂର କରିବା ମଧ୍ୟ ତାଙ୍କ ଲକ୍ଷ୍ୟ ବୋଲି ସେ ଜଣାଇଛନ୍ତି ।

ସୂଚନାଥାଉକି, ଡିଡିସି ନିର୍ବାଚନ ନଭେମ୍ବର 28ରୁ ଆରମ୍ଭ ହୋଇଥିବାବେଳ ଡିସେମ୍ବର 19 ତାରିଖ ଯାଏ ଆଠଟି ପର୍ଯ୍ୟାୟରେ ଚାଲିବ । ଡିସେମ୍ବର 22 ତାରିଖରେ ଭୋଟ ଗଣତି ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.