ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ଭିତରେ ଶତ୍ରୁତା କାହାରିକୁ ଅଛପା ନାହିଁ । ହେଲେ ଏହି ଶତ୍ରୁତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପାକିସ୍ତାନ ସହିତ ଏକ ମଧୁର ସମ୍ପର୍କ ରହିଛି, ଯାହା ବାବଦରେ ଖୁବ୍ କମ୍ ଲୋକ ଜାଣିଥିବେ । ମୋଦିଙ୍କ ଜଣେ ପାକିସ୍ତାନୀ ଭଉଣୀ ଅଛନ୍ତି, ଯିଏକି ଆଜକୁ ୩୦ ବର୍ଷ ହେଲା ତାଙ୍କ ହାତରେ ରାକ୍ଷୀ ବାନ୍ଧି ଆସୁଛନ୍ତି । କଥାଟି ଶୁଣିବାକୁ ବିଶ୍ବାସ ହେଉନଥିଲେ ବି ସତ । ଏହି ପାକିସ୍ତାନୀ ମହିଳା ହେଉଛନ୍ତି କମର ମୋହସିନ ଶେଖ୍ । ତାଙ୍କର ଘର ପାକିସ୍ତାନରେ କିନ୍ତୁ ବିବାହ ପରେ ସେ ଭାରତରେ ରହିଆସୁଛନ୍ତି । ସେ ମୋଦିଙ୍କ ପାକିସ୍ତାନୀ ଭଉଣୀ ଭାବେ ଜଣାଶୁଣା । କମାର ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି । ଏହାକୁ ସେ କୌଣସି ଦୋକାନରୁ ନକିଣି ନିଜ ହାତରେ ପ୍ରସ୍ତୁତ କରନ୍ତି ।
-
#WATCH | Ahmedabad, Gujarat: Qamar Mohsin Shaikh, PM Narendra Modi's rakhi sister says, "This time I have made the 'Rakhi' myself. I will also gift him (PM Modi) a book on agriculture as he is fond of reading. For the last 2-3 years I was unable to go due to Covid but this time I… pic.twitter.com/BMbbNrRyOP
— ANI (@ANI) August 22, 2023 " class="align-text-top noRightClick twitterSection" data="
">#WATCH | Ahmedabad, Gujarat: Qamar Mohsin Shaikh, PM Narendra Modi's rakhi sister says, "This time I have made the 'Rakhi' myself. I will also gift him (PM Modi) a book on agriculture as he is fond of reading. For the last 2-3 years I was unable to go due to Covid but this time I… pic.twitter.com/BMbbNrRyOP
— ANI (@ANI) August 22, 2023#WATCH | Ahmedabad, Gujarat: Qamar Mohsin Shaikh, PM Narendra Modi's rakhi sister says, "This time I have made the 'Rakhi' myself. I will also gift him (PM Modi) a book on agriculture as he is fond of reading. For the last 2-3 years I was unable to go due to Covid but this time I… pic.twitter.com/BMbbNrRyOP
— ANI (@ANI) August 22, 2023
ଆଗକୁ ରାକ୍ଷୀ ପୂର୍ଣ୍ଣିମା ଆସୁଥିବା ବେଳେ ସବୁବର୍ଷ ଭଳି ଏଥର ମଧ୍ୟ ସେ ନିଜ ହାତରେ ରାକ୍ଷୀ ତିଆରି କରିଛନ୍ତି ଓ ଦିଲ୍ଲୀ ଯାଇ ଭାଇ ନରେନ୍ଦ୍ର ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବେ ବୋଲି କହିଛନ୍ତି । ଏନେଇ ସମ୍ବାଦ ସରବହାର ସଂସ୍ଥା ANI ସହ ସାକ୍ଷାତକାରରେ କମର ଶେଖ୍ କହିଛନ୍ତି, ''ମୁଁ ପ୍ରତିଦିନ ତାଙ୍କର(ମୋଦି) ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘାୟୁ କାମନା କରେ । ମୋର ସବୁ ଇଚ୍ଛା ପୁରା ହୁଏ ବୋଲି ମୁଁ ଭାବେ । ପୂର୍ବରୁ ସେ(ମୋଦି) ଗୁଜୁରାଟ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ମୁଁ ପ୍ରାର୍ଥନା କରିଥିଲି ଏବଂ ସେ ମୁଖ୍ୟମନ୍ତ୍ରୀ ହେଲେ । ଏହାପରେ ରାକ୍ଷୀ ବାନ୍ଧିବା ବେଳେ ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ମୁଁ ଇଚ୍ଛା କରିଥିଲି । ଏନେଇ ସବୁବେଳେ ତାଙ୍କର ପ୍ରତିକ୍ରିୟା ସରକାତ୍ମକ ହୋଇଥାଏ । ଭଗବାନ ମୋର ସବୁ ଇଚ୍ଛା ପୁରା କରନ୍ତୁ ବୋଲି ସେ କୁହନ୍ତି ।
ଏହାମଧ୍ୟ ପଢନ୍ତୁ: BRICS Summit: ଆଜି ଦଣିକ୍ଷ ଆଫ୍ରିକା ଗସ୍ତ କଲେ ପ୍ରଧାନମନ୍ତ୍ରୀ
ମୋଦି ଭାରତର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେ ତାଙ୍କ ହାତରେ ରାକ୍ଷୀ ବାନ୍ଧି ଆସୁଛନ୍ତି । କମର ଶେଖ୍ ନିଜ ହାତରେ ରାକ୍ଷୀ ତିଆରି କରନ୍ତି । ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ତାଙ୍କ ପାଖକୁ ଯାଇ ହାତରେ ରାକ୍ଷୀ ବାନ୍ଧୁଥିଲେ । ହେଲେ ଗତ କୋଭିଡ ମହାମାରୀ ସମୟରେ ରାକ୍ଷୀ ବାନ୍ଧିବାକୁ ଯାଇପାରିନଥିଲେ । ଏଥିପାଇଁ ପୋଷ୍ଟ ଜରିଆରେ ପଠାଇ ଦେଇଥିଲେ ।
କମର ଶେଖଙ୍କ ଜନ୍ମ ପାକିସ୍ତାନରେ । ସେ ଭାରତର ମୋହସିନ ଶେଖଙ୍କୁ ବିବାହ କରିଛନ୍ତି । କୁହାଯାଏ, ମୋହସିନ ଓ ମୋଦି ପରସ୍ପରର ଭଲ ବନ୍ଧୁ ଥିଲେ । ମୋହସିନଙ୍କ ବିବାହ ପରେ କମର ମୋଦିଙ୍କୁ ଦିଲ୍ଲୀରେ ଭେଟିଥିଲେ । ଏହି ସମୟରେ ମୋଦି କମରଙ୍କୁ ଭଉଣୀ ସମ୍ବୋଧନ କରି କେମିତି ଅଛ ବୋଲି ପଚାରିଥିଲେ । ଏହି ପଦିଏ କଥା କମର ଶେଖଙ୍କ ହୃଦୟକୁ ଛୁଇଁଥିଲା । ଏହାପରଠୁ ୩୦ ବର୍ଷ ହେଲା ସେ ତାଙ୍କୁ ଭାଇ ଭାବି ହାତରେ ରାକ୍ଷୀ ବାନ୍ଧି ଆସୁଛନ୍ତି ।