ETV Bharat / bharat

BSF ଯବାନଙ୍କ ଗୁଳିରେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ

author img

By

Published : Aug 14, 2023, 10:52 AM IST

ପଠାନକୋଟ ଜିଲ୍ଲାର ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ । ଅଧିକ ପଢନ୍ତୁ

Pakistani infiltrator killed
Pakistani infiltrator killed

ଚଣ୍ଡିଗଡ: ସୀମା ସୁରକ୍ଷା ବଳକୁ ସଫଳତା । ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ ଉଦ୍ୟମ ପଣ୍ଡ । ବିଏସଏଫ ଯବାନଙ୍କ ଗୁଳିରେ ଟଳିଲା ପାକିସ୍ତାନୀ ଅନୁପ୍ରବେଶକାରୀ । ଆଜି ପଞ୍ଜାବର ପଠାନକୋଟ ଜିଲ୍ଲାର ଅନ୍ତର୍ଜାତୀୟ ସୀମା ନିକଟରେ ବିଏସଏଫ ଦ୍ବାରା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗୁଳି କରି ନିପାତ କରାଯାଇଛି । ଏନେଇ ଜଣେ ବିଏସ୍ଏଫ୍ ଅଧିକାରୀ ସୋମବାର ଏହି ସୂଚନା ଦେଇଛନ୍ତି ।

ବିଏସ୍ଏଫ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତି ପ୍ରାୟ 12.30 ସମୟରେ ପଠାନକୋଟର ସିମ୍ବଲ ସାକୋଲ ଗ୍ରାମ ନିକଟରେ ପାକିସ୍ତାନୀ ଅନୁପ୍ରବେଶକାରୀ ଜଣଙ୍କ ସନ୍ଦେହଜନକ ଭାବେ ବୁଲାବୁଲି କରୁଥିଲା । ତାଙ୍କୁ ଅଟକାଇବାକୁ ବିଏସଏଫ ଯବାନ ଚେଷ୍ଟା କରିଥିଲେ । କିନ୍ତୁ ସେ ଯବାନଙ୍କ କଥାକୁ ଖାତିର ନକରିବାରୁ ସନ୍ଦେହ ବଢିଥିଲା । ଫଳରେ ଅନ୍ତର୍ଜାତୀୟ ସୀମା ନିକଟରେ ଅନୁପ୍ରବେଶ ରୋକିବାକୁ ଯାଇ ସୀମା ସୁରକ୍ଷା ବଳ(BSF)ର ଯବାନମାନେ ଗୁଳି ଚଳାଇଥିଲେ । ଫଳରେ ଗୁଳି ଯାଇ ଅନୁପ୍ରବେଶକାରୀ ଦେହରେ ବାଜିଥିଲା ଓ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା । ଗତ ଅଗଷ୍ଟ 11 ତାରିଖରେ ତରନ ତାରନ ଜିଲ୍ଲାର ଅନ୍ତର୍ଜାତୀୟ ସୀମା ନିକଟରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଗୁଳି କରି ନିପାତ କରିଥିଲେ ସୀମା ସୁରକ୍ଷା ବଳର ଯବାନ ।

ଏହା ମଧ୍ୟ ପଢନ୍ତୁ-Pak intruders Arrest: ପଞ୍ଜାବରୁ ୨ ପାକିସ୍ତାନୀ ଅନୁପ୍ରବେଶକାରୀ ଗିରଫ

ଗତ ମାର୍ଚ୍ଚ 10 ତାରିଖରେ ପଞ୍ଜାବ ଫିରୋଜପୁର ଓ ଗୁରଦାସପୁର ସ୍ଥିତ ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରୁ 2 ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗିରଫ କରିଥିଲା ବିଏସଏଫ । ଚତୁରତାର ସହିତ ସୀମା ଅତିକ୍ରମ କରି ବେଆଇନ ଭାବେ ଭାରତର ସୀମା ମଧ୍ୟକୁ ପ୍ରବେଶ କରିବା ଲାଗି ଉଦ୍ୟମ କରୁଥିଲେ ଦୁଇ ପାକିସ୍ତାନୀ ଅନୁପ୍ରବେଶକାରୀ । ଏହି ସମୟରେ ସେମାନଙ୍କୁ ଗିରଫ କରିଥିଲା ବିଏସଏଫ । ତିରଥ ବର୍ଡର ଆଉଟପୋଷ୍ଟ ନିକଟରୁ ସେମାନଙ୍କୁ ଗିରଫ କରାଯାଇଥିଲା । ବିଏସଏଫ ଯବାନମାନେ ସୀମା ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଉକ୍ତ ସ୍ଥାନରେ ଚଳାଚଳ ହେବାର ଲକ୍ଷ୍ୟ କରିଥିଲେ । ଏହାପରେ ଏହି ୨ଜଣ ଅନୁପ୍ରବେଶକାରୀଙ୍କୁ କାବୁ କରିବା ସହିତ ଗିରଫ କରିଥିଲେ ।

ଜୁଲାଇ 24 ତାରିଖରେ ଜମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲା ଅନ୍ତର୍ଗତ ଅନ୍ତର୍ଜାତୀୟ ସୀମା ନିକଟରେ ଜଣେ ପାକିସ୍ତାନୀ ନିଶା ବେପାରୀ ନିହତ ହୋଇଥିଲା । ବିଏସଏଫ ଯବାନଙ୍କ ଗୁଳିମାଡ଼ରେ ତାର ମୃତ୍ୟୁ ହୋଇଥିଲା । ସେହିଦିନ ବିଳମ୍ବିତ ରାତିରେ ରାମଗଡ ସେକ୍ଟରର ଏସ୍‌ଏମ୍‌ପୁର ପୋଷ୍ଟ ନିକଟରେ ସମ୍ପୃକ୍ତ ନିଶା ବେପାରୀ ଜଣକ ସନ୍ଦେହଜନକ ଭାବେ ବୁଲାବୁଲି କରୁଥିଲା । ତାକୁ ଅଟକାଇବାକୁ ଯବାନମାନେ ଗୁଳି ଚଳାଇଥିଲେ । ଫଳରେ ପାକିସ୍ତାନୀ ନିଶା ବେପାରୀର ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.