ETV Bharat / bharat

ବୁଝାମଣା ପରେ ବି ପୁଣି ପାକିସ୍ତାନର ବଦମାସୀ - ଅସ୍ତ୍ରବିରତି ଉଲ୍ଲଘଂନ କଲା ପାକିସ୍ତାନ

ଦୁଇ ମାସ ପରେ ପାକିସ୍ତାନ ପୁଣି ସୋମବାର ଜାମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଘଂନ କରିଛି । ଏନେଇ ସୂଚନା ଦେଇଛି ସୀମା ସୁରକ୍ଷା ବଳ । ଅଧିକ ପଢନ୍ତୁ...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ
ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ
author img

By

Published : May 3, 2021, 12:05 PM IST

ନୂଆଦିଲ୍ଲୀ: ଦୁଇ ମାସ ପରେ ପାକିସ୍ତାନ ପୁଣି ସୋମବାର ଜାମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ସକାଳ 6 ଟାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଏନେଇ ସୂଚନା ଦେଇଛି ସୀମା ସୁରକ୍ଷା ବଳ । ଫେବୃଆରୀ 24 ରୁ 25 ତାରିଖ ମଧ୍ୟରାତ୍ରିରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ପରେ ମଧ୍ୟ ଏହି ଘଟଣା ସାମ୍ନାକୁ ଆସିଛି । ଭାରତ ଏବଂ ପାକିସ୍ତାନର ମିଲିଟାରୀ ଅପରେସନର ମହାନିର୍ଦ୍ଦେଶକଙ୍କ ମଧ୍ୟରେ ଆଲୋଚନା ପରେ ଫେବୃଆରୀ 24 ରୁ 25 ତାରିଖ ମଧ୍ୟରାତ୍ରରୁ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ଏବଂ ଅନ୍ୟାନ୍ୟ କ୍ଷେତ୍ର ଉପରେ ଗୁଳି ବିନିମୟ ବନ୍ଦ କରିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ ।

ଫେବୃଆରୀ 24 ରେ ଭାରତ ଏବଂ ପାକିସ୍ତାନ ମିଳିତ ବିବୃତ୍ତି ଜାରି କରି କହିଥିଲେ ଯେ ଉଭୟ ଦେଶ ମଧ୍ୟରେ ସୀମାକୁ ନେଇ ମେକାନିଜମ ପ୍ରତିଷ୍ଠା ସମ୍ପର୍କରେ ସେମାନେ ଆଲୋଚନା କରିଛନ୍ତି । ଫେବୃଆରୀ 25 ରୁ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ସହିତ ଅସ୍ତ୍ରବିରତି କରିବାକୁ ଉଭୟ ପକ୍ଷ ସହମତ ହୋଇଥିଲେ । ଭାରତ ଏବଂ ପାକିସ୍ତାନର ମିଲିଟାରୀ ଅପରେସନର ମହାନିର୍ଦ୍ଦେଶକ ମଧ୍ୟ ଏକ ମୁକ୍ତ, ଖୋଲା ଏବଂ ଆନ୍ତରିକ ପରିବେଶରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ଏବଂ ଅନ୍ୟାନ୍ୟ କ୍ଷେତ୍ରଗୁଡିକର ସମୀକ୍ଷା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.