ETV Bharat / bharat

3 ବର୍ଷରେ ପାକର 10,752 ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ, ଲୋକସଭାରେ ତଥ୍ୟ ଉପସ୍ଥାପିତ

author img

By

Published : Feb 3, 2021, 8:55 AM IST

ଗତ 3 ବର୍ଷରେ ପାକିସ୍ତାନ 10,752 ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିବା ସୂଚନା ରହିଛି। ଏହାସହ 72 ଜଣ ସୁରକ୍ଷାକର୍ମୀ ଓ 70 ଜଣ ନାଗରିକ ପ୍ରାଣ ହରାଇଛନ୍ତି ବୋଲି ମଙ୍ଗଳବାର ଲୋକସଭାରେ ବିବରଣୀ ଦିଆଯାଇଛି। ଅଧିକ ପଢନ୍ତୁ...

3 ବର୍ଷରେ ପାକ୍ ର 10,752 ଥର ଅସ୍ତ୍ରବୀରତି ଉଲ୍ଲଙ୍ଘନ, ଲୋକସଭାରେ ତଥ୍ୟ ଉପସ୍ଥାପିତ

ନୂଆଦିଲ୍ଲୀ: ଉତ୍ପାତ ହେଉଛି ପାକିସ୍ତାନ। ସୀମାରେ ବାରମ୍ବାର କରୁଛି ଅସ୍ତ୍ରବିରତି ଉଲ୍ଲଙ୍ଘନ। ଗତ 3 ବର୍ଷରେ ପାକିସ୍ତାନ 10,752 ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିବା ସୂଚନା ରହିଛି। ଏହାସହ 72 ଜଣ ସୁରକ୍ଷାକର୍ମୀ ଓ 70 ଜଣ ନାଗରିକ ପ୍ରାଣ ହରାଇଛନ୍ତି ବୋଲି ମଙ୍ଗଳବାର ଲୋକସଭାରେ ବିବରଣୀ ଦିଆଯାଇଛି।

କେନ୍ଦ୍ର ଗୃହମନ୍ତ୍ରୀ ଜି କିଶାନ ରେଡ୍ଡୀ କହିଛନ୍ତି ଯେ, 2018, 2019 ଏବଂ 2020 ରେ ଜାମ୍ମୁ କାଶ୍ମୀରର ଅନ୍ତର୍ଜାତୀୟ ସୀମା ତଥା ଲାଇନ ଅଫ୍ କଣ୍ଟ୍ରୋଲରେ ଏହି ଅସ୍ତ୍ରବିରତି ଉଲ୍ଲଂଘନରେ 364 ସୁରକ୍ଷା କର୍ମୀ ଏବଂ 341 ସାଧାରଣ ନାଗରିକ ଆହତ ହୋଇଛନ୍ତି।

ତିନି ବର୍ଷ ମଧ୍ୟରେ ଜମ୍ମୁ କାଶ୍ମୀରରେ 1,452 ଆତଙ୍କବାଦୀ ଆକ୍ରମଣ ହୋଇଛି। ଯେଉଁଥିରେ 233 ସୁରକ୍ଷାକର୍ମୀ ଏବଂ 115 ସାଧାରଣ ନାଗରିକ ନିହତ ହୋଇଛନ୍ତି ବୋଲି ସେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି। 2018, 2019 ଏବଂ 2020 ରେ ସୁରକ୍ଷା ବାହିନୀ ସହିତ ବନ୍ଧୁକ ମୁନରେ 635 ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ସେ କହିଛନ୍ତି।

ରେଡ୍ଡୀ କହିଛନ୍ତି ଯେ, ଆତଙ୍କବାଦୀ ଆକ୍ରମଣରେ ସମୁଦାୟ 484 ସୁରକ୍ଷାକର୍ମୀ ଏବଂ 373 ସାଧାରଣ ନାଗରିକ ଆହତ ହୋଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଆତଙ୍କବାଦ ପ୍ରତି ସରକାର ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି। ଅସ୍ତ୍ରବିରତି ଉଲ୍ଲଂଘନ କିମ୍ବା ସୀମା ଗୁଳି ବିନିମୟରେ ସୁରକ୍ଷା ବାହିନୀ ତୁରନ୍ତ ଏବଂ ପ୍ରଭାବଶାଳୀ ପ୍ରତିଶୋଧ ନେବେ। ଗତ ତିନି ବର୍ଷ ମଧ୍ୟରେ ଆତଙ୍କବାଦୀ ଆକ୍ରମଣରେ ଯଥେଷ୍ଟ ହ୍ରାସ ଘଟିଛି ବୋଲି ସରକାର କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.