ETV Bharat / bharat

ମୋଦିଙ୍କ ଚିଠିର ଜବାବ ଦେଲେ ଇମ୍ରାନ, ପୁଣି କାନ୍ଦିଲେ କାଶ୍ମୀର କାନ୍ଦଣା - ଇମ୍ରାନ ଖାନ

ଇମ୍ରାନ ଖାନ ଶୁଭେଚ୍ଛା ବାର୍ତ୍ତା ପାଇଁ ମୋଦିଙ୍କୁ ଧନ୍ୟବାଦ ଦେଇ କାଶ୍ମୀର ପ୍ରସଙ୍ଗରେ ପୁଣି ଲୁହ ଗଡାଇଛନ୍ତି । ଅଧିକ ପଢନ୍ତୁ...

ମୋଦିଙ୍କ ଚିଠିର ଜବାବ ଦେଲେ ଇମ୍ରାନ, ପୁଣି କାନ୍ଦିଲେ କାଶ୍ମୀର କାନ୍ଦଣା

author img

By

Published : Mar 30, 2021, 9:09 PM IST

ନୂଆଦିଲ୍ଲୀ: ପାକିସ୍ତାନ ଜାତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଥିବା ଚିଠିର ଜବାବ ଦେଇଛନ୍ତି ପିଏମ ଇମ୍ରାନ ଖାନ । ଇମ୍ରାନ ଖାନ ଶୁଭେଚ୍ଛା ବାର୍ତ୍ତା ପାଇଁ ମୋଦିଙ୍କୁ ଧନ୍ୟବାଦ ଦେଇ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ପାଇଁ ପୁଣି ସ୍ବର ଦୋହରାଇଛନ୍ତି ।

ଇମ୍ରାନ ଖାନ ଲେଖିଛନ୍ତି, ପାକିସ୍ତାନର ଜନସାଧାରଣ ଭାରତ ସମେତ ସମସ୍ତ ପଡୋଶୀ ଦେଶ ସହିତ ଶାନ୍ତି ଓ ସହଯୋଗପୂର୍ଣ୍ଣ ସମ୍ପର୍କ ଚାହୁଁଛନ୍ତି । ତେବେ ଦକ୍ଷିଣ ଏସିଆରେ ଦୀର୍ଘ ଦିନରୁ ଶାନ୍ତି ଓ ସ୍ଥିରତା, ଖାସ କରି ଜମ୍ମୁ କାଶ୍ମୀର ବିବାଦ ଉପରେ ନିର୍ଭର କରୁଛି । ସକାରାତ୍ମକ ଓ ନିର୍ଣ୍ଣାୟକ ଆଲୋଚନା ପାଇଁ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହେବା ଆବଶ୍ୟକ ବୋଲି କହିଛନ୍ତି ଇମ୍ରାନ ।

ପାକିସ୍ତାନର ନ୍ୟାସନାଲ ଡେ'ରେ ପିଏମ ଇମ୍ରାନ ଖାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଚିଠି ଲେଖି କହିଥିଲେ, ପଡୋଶୀ ଦେଶ ମଧ୍ୟରେ ଭରସା ଆଉ ବିଶ୍ବାସର ସମ୍ପର୍କ ରହିବା ଆବଶ୍ୟକ । ଆତଙ୍କବାଦର କୌଣସି ସ୍ଥାନ ନାହିଁ । ପ୍ରଧାନମନ୍ତ୍ରୀ ଚିଠିରେ ଆହୁରି ଲେଖିଥିଲେ, ପାକିସ୍ତାନଠାରୁ ଭାରତ ବନ୍ଧୁତ୍ବର ସମ୍ପର୍କ ଚାହୁଁଛି । ଆଉ ବନ୍ଧୁତା ପାଇଁ ଆତଙ୍କବାଦ ମୁକ୍ତ ବାତାବରଣର ଆବଶ୍ୟକତା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.