ETV Bharat / bharat

କାହିଁକି ଭାରତୀୟ ସେନାକୁ ପ୍ରଶଂସା କଲେ Pakistan PM ?

author img

By

Published : Mar 21, 2022, 9:53 PM IST

ବାରମ୍ବାର ଭାରତକୁ ପ୍ରଶଂସା କରିବାରେ ଶତମୂଖ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ବିଦେଶ ନୀତି ପରେ ଭାରତୀୟ ସେନାକୁ ପ୍ରଶଂସା । କହିଲେ ଭାରତୀୟ ସେନା ଦୂର୍ନୀତିଗ୍ରସ୍ତ ନୁହେଁ । ନାଁ ନନେଇ ପାକସେନା ମୁଖ୍ୟ ଜେନେରାଲ ବାଜଓ୍ବାଙ୍କୁ ଟାର୍ଗେଟ । ଅଧିକ ପଢନ୍ତୁ

ଭାରତୀୟ ସେନାକୁ ଇମ୍ରାନଙ୍କ ପ୍ରଶଂସା, କହିଲେ ଦୂର୍ନୀତିଗ୍ରସ୍ତ ନୁହେଁ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାରତକୁ ପ୍ରଶଂସାରେ ବ୍ରେକ ଲାଗୁନି । ଗତକାଲି ଭରତର ବିଦେଶ ନୀତିକୁ ପ୍ରଶଂସା କରିଥିବା ଇମ୍ରାନ ଆଜି ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି । ଭାରତୀୟ ସେନା ଦୂର୍ନୀତିଗ୍ରସ୍ତ ନୁହେଁ ବୋଲି କହିବା ସହ ସେ ନିଜ ଦେଶର ସେନା ଓ ସେନାମୁଖ୍ୟ ଜେନେରାଲ ବାଜଓ୍ବାଙ୍କୁ ପରୋକ୍ଷରେ ଦୂର୍ନୀତିଗ୍ରସ୍ତ ବୋଲି ଚିତ୍ରଣ କରିବାର ପ୍ରୟାସ କରିଥିବା ସ୍ପଷ୍ଟ ଦେଖିବାକୁ ମିଳିଛି ।

ପାକିସ୍ତାନରେ ସତ୍ତା ବଞ୍ଚାଇ ରଖିବାକୁ ସଂଘର୍ଷ ଜାରି ରଖିଥିବା ଇମ୍ରାନଙ୍କ ପାଇଁ ବଢୁଆ ବଢିବାରେ ଲାଗିଛି । ଏପରି ସ୍ଥଳେ ସେ ଆସନ୍ତା ୨୮ରେ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବାକୁ ଯାଉଛନ୍ତି । ତାଙ୍କର ଗାଦିଚ୍ୟୁତ ହେବା ଆଶଙ୍କା ମଧ୍ୟ କିଛି କମ ନୁହେଁ ବୋଲି ଚର୍ଚ୍ଚା ଜୋର ଧରିଥିବାବେଳେ ନିଜ ଦେଶର ସେନା ବିରୋଧରେ ପରୋକ୍ଷ ଆକ୍ରମଣ କରିଛନ୍ତି ଇମ୍ରାନ ।

ହେଉଥିବା ଚର୍ଚ୍ଚା ଅନୁସାରେ, ପରୋକ୍ଷରେ ପାକିସ୍ତାନର ଶାସନ ନିୟନ୍ତ୍ରଣ କରୁଥିବା ପାକ ସେନା ଶାସନରେ ଇମ୍ରାନଙ୍କୁ ଦେଖିବାକୁ ଚାହୁଁନଥିବା ଚର୍ଚ୍ଚା ଜୋର ଧରିଛି । ଜେନେରାଲ ବାଜଓ୍ବା ମଧ୍ୟ ଇମ୍ରାନଙ୍କୁ ପରୋକ୍ଷରେ ପ୍ରଧାନମନ୍ତ୍ରୀ ଆସନ ଖାଲି କରିବାକୁ ପରାମର୍ଶ ଦେଇ ସାରିଥିବା ମଧ୍ୟ ସୂତ୍ରରୁ ସୂଚନା ମିଳିଛି । ଏସବୁ ମଧ୍ୟରେ ନିଜ ଦେଶର ସେନା ଓ ସେନାମୁଖ୍ୟଙ୍କୁ ଟାର୍ଗେଟ କରିବା ପାଇଁ ଭାରତକୁ ପ୍ରଶଂସା କରିବାରେ ଲାଗିଛନ୍ତି ଇମ୍ରାନ ।

ଗତକାଲି ଇମ୍ରାନ କହିଥିଲେ, ଭାରତର ବୈଦେଶିକ ନୀତି ସ୍ବାଧୀନ ଓ ପାକିସ୍ତାନ ଅପେକ୍ଷା ଖୁବ ଭଲ । ଏପରି ନୀତି ଭାରତର ଲୋକମାନଙ୍କ ପାଇଁ ବେସ ସହାୟକ ହେବ । ସେହିପରି ଆଜି ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ଇମ୍ରାନ କହିଛନ୍ତି, ଭାରତୀୟ ସେନା ଦୁର୍ନୀତିଗ୍ରସ୍ତ ନୁହେଁ । ଏପରି ପ୍ରଶଂସା ଜରିଆରେ ପାକିସ୍ତାନ ସେନା ଆଡକୁ ପରୋକ୍ଷ ଇଙ୍ଗୀତ କରିଥିଲେ ସୁଦ୍ଧା ସିଧାସଳଖ ନାମ ନେଇ ନଥିଲେ ଇମ୍ରାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.