ETV Bharat / bharat

ଜମ୍ମୁରେ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ଆପତ୍ତି ଉଠାଇଲା ପାକ୍‌ - ଜମ୍ମୁରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ପ୍ରକଳ୍ପ ଉଦଘାଟନକୁ ପାକର ସମାଲୋଚନା

ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସ ଅବସରରେ ଗତକାଲି (ରବିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀର ଗସ୍ତ କରିଥିଲେ । ଧାରା 370 ଉଚ୍ଛେଦ ପରେ ଏହା ମୋଦିଙ୍କ ପ୍ରଥମ ଜମ୍ମୁ ଗସ୍ତ । ଅଧିକ ପଢନ୍ତୁ

Pakistan objects to PM Modi's visit to Kashmir

author img

By

Published : Apr 25, 2022, 12:46 PM IST

ଇସଲାମାବାଦ: ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସ ଅବସରରେ ଗତକାଲି (ରବିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀର ଗସ୍ତ କରିଥିଲେ । ଧାରା 370 ଉଚ୍ଛେଦ ପରେ ଏହା ମୋଦିଙ୍କ ପ୍ରଥମ ଜମ୍ମୁ ଗସ୍ତ । ସେଠାରେ ସେ 20 ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉପରେ ଆପତ୍ତି ଆଣିଛି ପାକିସ୍ତାନ ।

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ୯ କିଲୋମିଟର ଦୀର୍ଘ ବନିହାଲ୍-କାଜିଗୁଣ୍ଡ୍ ଟନେଲ୍ ଏବଂ ଚେନାବ୍ ନଦୀରେ ନିର୍ମାଣ ହେବାକୁ ଥିବା ୮୫୦ ଓ ୫୪୦ ମେଗାୱାଟର ୨ଟି ଜଳ ବିଦ୍ୟୁତ୍‌ପ୍ରକଳ୍ପ । ଏଥିସହ ଦେଶର ପ୍ରତି ଜିଲ୍ଲାରେ ୭୫ଟି ଜଳାଶୟର ପୁନରୁଦ୍ଧାର ପାଇଁ ଅମୃତ ସରୋବର ଅଭିଯାନର ମଧ୍ୟ ଶୁଭାରମ୍ଭ କରିଥିଲେ ମୋଦି । ମୋଦିଙ୍କ ଜମ୍ମୁ ଗସ୍ତକୁ ସହଜରେ ହଜମ କରିପାରିନି ପାକିସ୍ତାନ ଉଠାଇଛି ଆପତ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରକଳ୍ପ ଉଦଘାଟନକୁ ସମାଲୋଚନା କରିଛି । ଭାରତ ଦ୍ବାରା ପରିକଳ୍ପିତ ରାଟେଲ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣକୁ ନେଇ ପାକିସ୍ତାନରେ ବିବାଦ ଲାଗି ରହିଛି । କାୱାର୍ ହାଇଡ୍ରୋଇଲେକ୍ଟ୍ରିକ୍ ପ୍ରକଳ୍ପ ପାଇଁ ଭାରତ ଏପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି ଚୁକ୍ତିନାମାକୁ ପୂରଣ କରି ନଥିବା କହିଛି ବୈଦେଶିକ କାର୍ଯ୍ୟାଳୟ (Foreign Office) ।

2019 ଅଗଷ୍ଟରେ ଧାରା 370 ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର କ୍ଷମତା ପ୍ରତ୍ୟାହାର କରିବା ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ରାଜ୍ୟକୁ ବିଭାଜନ କରିବା ଘୋଷଣା କରିବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ବିଗିଡି ଯାଇଥିଲା।

ଭାରତ ବାରମ୍ବାର ପାକିସ୍ତାନକୁ କହିଛି ଯେ ଜମ୍ମୁ କଶ୍ମୀର ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ ରହିଛି ଏବଂ ରହିବ । ବାସ୍ତବତାକୁ ଗ୍ରହଣ କରିବାକୁ ଏବଂ ଭାରତ ବିରୋଧୀ ସମସ୍ତ ପ୍ରଚାରକୁ ବନ୍ଦ କରିବାକୁ ପାକିସ୍ତାନକୁ ପରାମର୍ଶ ଦେଇଛି । ଆତଙ୍କବାଦ, ଶତ୍ରୁତା ଏବଂ ହିଂସା ମୁକ୍ତ ପରିବେଶରେ ଇସଲାମାବାଦ ସହିତ ସାଧାରଣ ପଡୋଶୀ ସମ୍ପର୍କ ଚାହୁଁଛି ବୋଲି ମଧ୍ୟ ପାକିସ୍ତାନକୁ କହିଛି ଭାରତ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.