ETV Bharat / bharat

ସତ ମାନିଲା ପାକିସ୍ତାନ, ମୁମ୍ବାଇ ଆକ୍ରମଣରେ ସାମିଲ ଥିଲେ ଲଶ୍କରର 11 ଆତଙ୍କବାଦୀ

ବୁଧବାର ଏଫଆଇଏ ସ୍ବୀକାର କରିଛି ଯେ ଭାରତର ବିଜନେସ କ୍ୟାପିଟାଲ ମୁମ୍ବାଇରେ 26/11 ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ଥିଲା। ମୁମ୍ବାଇର ତାଜ ହୋଟେଲ ଉପରେ 11 ଜଣ ଲଶ୍କର-ଏ-ତାଇବା ଆତଙ୍କବାଦୀ ଆକ୍ରମଣ କରିଥିବା ସ୍ବୀକାର କରିଛି ଏଫଆଇଏ । ଅଧିକ ପଢନ୍ତୁ...

author img

By

Published : Nov 11, 2020, 9:52 PM IST

ସତ ମାନିଲା ପାକିସ୍ତାନ, ମୁମ୍ବାଇ ଆକ୍ରମଣରେ ସାମିଲ ଥିଲେ ଲଶ୍କରର 11 ଆତଙ୍କବାଦୀ
ସତ ମାନିଲା ପାକିସ୍ତାନ, ମୁମ୍ବାଇ ଆକ୍ରମଣରେ ସାମିଲ ଥିଲେ ଲଶ୍କରର 11 ଆତଙ୍କବାଦୀ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ପଦାକୁ ଆସିଲା ପାକିସ୍ତାନର ସତ । ଆଉ ଏହି ସତ ଅନ୍ୟ କେହି ନୁହେଁ ବରଂ ଖୋଦ ସ୍ବୀକାର କରିଛି ପାକିସ୍ତାନ ସଂଘୀୟ ଯାଞ୍ଚ ଏଜେନ୍ସି (FIA) । ବୁଧବାର ଏଫଆଇଏ ସ୍ବୀକାର କରିଛି ଯେ ଭାରତର ବିଜନେସ କ୍ୟାପିଟାଲ ମୁମ୍ବାଇରେ 26/11 ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ଥିଲା। ମୁମ୍ବାଇର ତାଜ ହୋଟେଲ ଉପରେ 11 ଜଣ ଲଶ୍କର-ଏ-ତାଇବା ଆତଙ୍କବାଦୀ ଆକ୍ରମଣ କରିଥିବା ସ୍ବୀକାର କରିଛି ଏଫଆଇଏ ।

ଭାରତର ଲଗାତାର ଚାପ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁଣ୍ଡ ନୁଆଁଇବାକୁ ପଡିଛି । ଏଥିପାଇଁ 26/11 ମୁମ୍ବାଇ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ ପାକିସ୍ତାନ ଏହି ଆତଙ୍କବାଦୀଙ୍କୁ ମୋଷ୍ଟ ୱଣ୍ଟଟେଡ। ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫଆଇଏ) ଏକ ନୂତନ ତାଲିକା ପ୍ରସ୍ତୁତ କରିଛି ଏବଂ ଏହି ତାଲିକାରେ ମୁମ୍ବାଇ ଆକ୍ରମଣରେ ଜଡିତ 11 ଜଣ ଆତଙ୍କବାଦୀ ସାମିଲ ରହିଛନ୍ତି ।

ଏହି ଆକ୍ରମଣରେ ସମ୍ପୃକ୍ତ ଡଙ୍ଗା କିଣିଥିବା ଆତଙ୍କବାଦୀମାନେ ମୁଲତାନର ମହମ୍ମଦ ଅମଜାଦ ଖାନ ଦେଶରେ ଥିବା କଥା ମଧ୍ୟ ମାନିଛି ପାକିସ୍ତାନ। ଏହି ତାଲିକାରେ ପ୍ରାୟ 26/11 ଆକ୍ରମଣ ବିଷୟରେ ସୂଚନା ଦିଆଯାଇଛି ଯେ ଡଙ୍ଗାରେ 9 ଜଣ କ୍ରୁ ସଦସ୍ୟ ଥିଲେ ଯେଉଁମାନେ ତାଜରେ ଆତଙ୍କବାଦୀ ଆକ୍ରମଣ କରିଥିଲେ।

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ନେଇ ପୂର୍ବରୁ ଭାରତ ଅନେକ ଥର ପ୍ରମାଣ ଦେଇଛି । ହେଲେ ବର୍ତ୍ତମାନ ପାକିସ୍ତାନ ନିଜ ମୁହଁରେ ଏହି ସତକୁ ମାନି ଇମ୍ରାନ ଖାନ ସରକାରଙ୍କ ଅସଲ ମୁଖାକୁ ପଦାରେ ପକାଇଦେଇଛନ୍ତି ।

26 ନଭେମ୍ବର 2008ରେ ପାକିସ୍ତାନର ଆତଙ୍କବାଦୀମାନେ ମୁମ୍ବାଇର ତାଜ ହୋଟେଲ ସମେତ 6ଟି ସ୍ଥାନ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ପ୍ରାୟ 160 ଜଣ ପ୍ରାଣ ହରାଇଥିଲେ। ଛତ୍ରପତି ଶିବାଜୀ ଟର୍ମିନସରେ ଅଧିକାଂଶ ଲୋକଙ୍କର ମୃତ୍ୟୁ ହୋଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.