ETV Bharat / bharat

ଆରପାରିରେ ପ୍ରସିଦ୍ଧ ଲେଖକ ସଞ୍ଜୟ ଚୌହାନ - ମଧ୍ୟପ୍ରଦେଶ

ଆରପାରିରେ ବଲିଉଡର ପ୍ରସିଦ୍ଧ ଲେଖକ ସଞ୍ଜୟ ଚୌହାନ । ଯକୃତ ରୋଗରେ ପୀଡିତ ଅବସ୍ଥାରେ ଏଚ୍‌.ଏନ୍. ରିଲାନ୍ସ ଫାଉଣ୍ଡେସନ ଆଣ୍ଡ ରିସଚ୍ ହସ୍ପିଟାଲରେ ଆଜି (ଶୁକ୍ରବାର) ନିଜ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ଆରପାରିରେ ବଲିଉଡର ପ୍ରସିଦ୍ଧ ଲେଖକ ସଞ୍ଜୟ ଚୌହାନ

author img

By

Published : Jan 13, 2023, 10:55 PM IST

ମୁମ୍ବାଇ: ଆରପାରିରେ ବଲିଉଡର ପ୍ରସିଦ୍ଧ ଲେଖକ ସଞ୍ଜୟ ଚୌହାନ । ପାନ ସିଂ ତୋମାର', ଆଇ ଆମ୍‌ କଲାମ ପରି ଅନେକ ଫିଲ୍ମ ଲେଖିଥିବା ସଞ୍ଜୟ ଚୌହାନଙ୍କ ପରଲୋକ ଘଟିଛି। ସେ ଯକୃତ ରୋଗରେ ପୀଡିତ ଅବସ୍ଥାରେ ଏଚ୍‌.ଏନ୍. ରିଲାନ୍ସ ଫାଉଣ୍ଡେସନ ଆଣ୍ଡ ରିସଚ୍ ହସ୍ପିଟାଲରେ ଆଜି(ଶୁକ୍ରବାର) ନିଜ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ରିଲାନ୍ସ ହସ୍ପିଟାଲରେ ସଞ୍ଜୟ ଚୌହାନଙ୍କର ୧୦ ଦିନ ଧରି ଟ୍ରିଟମେଣ୍ଟ ବେଳେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି। ମାତ୍ର ୬୨ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି । ସେ ନିଜ କ୍ୟାରିୟରରେ ବହୁତ ଫିଲ୍ମର କାହାଣୀ ଲେଖିଥିଲେ ଏବଂ ପ୍ରଶଂସା ମଧ୍ୟ ସାଉଁଟି ଥିଲେ। 'ପାନ ସିଂ ତୋମାର' ବ୍ୟତୀତ ସଞ୍ଜୟ 'ଆଇ ଆମ୍‌ କଲାମ', 'ସାହେବ ବିୱି ଗ୍ୟାଙ୍ଗଷ୍ଟର' ଭଳି ସୁପରହିଟ୍‌ ଫିଲ୍ମର କାହାଣୀ ସେ ଲେଖିଥିଲେ। ଫିଲ୍ମ ଆଇ ଆମ କଲାମ (୨୦୧୧) ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।

ସଞ୍ଜୟ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଭାରତୀୟ ରେଳବାଇରେ କାର୍ଯ୍ୟ କରୁଥିବାବେଳେ ମା' ଜଣେ ସ୍କୁଲ ଶିକ୍ଷକ ଥିଲେ। ସଞ୍ଜୟ ଦିଲ୍ଲୀରେ ସାମ୍ବାଦିକ ଭାବରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ ଏବଂ ୧୯୯୦ ଦଶକରେ ସୋନି ଟେଲିଭିଜନ ପାଇଁ ଅପରାଧ ଭିତ୍ତିକ ଟିଭି ଧାରାବାହିକ 'ଭାନୱାର' କାହାଣୀ ଲେଖିବା ପରେ ମୁମ୍ବାଇ ଯାଇଥିଲେ। ସଞ୍ଜୟ ମଧ୍ୟ ସୁଧୀର ମିଶ୍ରଙ୍କ ଖ୍ୟାତନାମା ଚଳଚ୍ଚିତ୍ର ହାଜାରୋନ୍ ଖୱାଇସେନ୍ ଏସି ପାଇଁ ସଂଳାପ ଲେଖିଥିଲେ, ଯାହାକି ତାଙ୍କର ଅନ୍ୟତମ ଉଲ୍ଲେଖନୀୟ ସଫଳତା । ତେବେ ଆଜି ଅନ୍ତିମ ସଂସ୍କାର ୧୨.୩୦ ରେ ମୁମ୍ବାଇର ଓ ଶିୱାରାରେ ହୋଇଛି । ଲେଖକଙ୍କ ମୃତ୍ୟରେ ସାରା ବଲିଉଡର ଇଣ୍ଡଷ୍ଟ୍ରିରେ ଦଃଖର ବାଦଲ ଖେଳି ଯାଇଛି । ତାଙ୍କର ଅକାଳ ବିୟୋଗରେ ଇଣ୍ଡଷ୍ଟ୍ରିର ଆନେକ ଅଭିନେତା ଏବଂ ଅଭିନେତ୍ରୀ ଶୋକ ପ୍ରକଟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.