ETV Bharat / bharat

ଅକ୍ସଫୋର୍ଡ ବୈଜ୍ଞାନିକଙ୍କ ‘କ୍ୟୁଟନେସ ରେଟିଂ ପ୍ରଣାଳୀ’ - ଅକ୍ସଫୋର୍ଡ ବୈଜ୍ଞାନିକ

ଗବେଷଣାରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, କ୍ୟୁଟନେସ ରେଟିଂ ସିଷ୍ଟମ ଦ୍ୱାରା ବାପାମାଆଙ୍କ ସହ ପିଲାଙ୍କର ସଂପର୍କ ବିକଶିତ ହେବା ସହ ସେମାନେ ପିଲାଙ୍କ ବ୍ରେନର ଅନ୍ୟ ପ୍ରକ୍ରିୟା ବାବଦରେ ଜାଣିବା ପାଇଁ ବି ସୁଯୋଗ ପାଇବେ ।

ଅକ୍ସଫୋର୍ଡ ବୈଜ୍ଞାନିକଙ୍କ ‘କ୍ୟୁଟନେସ ରେଟିଂ ପ୍ରଣାଳୀ’

author img

By

Published : Mar 28, 2021, 5:38 PM IST

କୋମଳମତି ଛୁଆମାନଙ୍କ କାର୍ଯ୍ୟକଳାପ କାହାକୁ ବା ଭଲ ନ ଲାଗେ ? ସେମାନଙ୍କ ଚାଲବୁଲ, ହସଖେଳ ସମସ୍ତଙ୍କ ମନରେ ହସ ଫୁଟାଏ । କେତେବେଳେ ସେମାନଙ୍କ ନୀରିହ ଆଖି ତ ଆଉ କେତେବେଳେ ମନ କିଣିନେଉଥିବା ହସ , ସବୁ ଆମକୁ ଆନନ୍ଦ ଦେଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଏ ସବୁ ଅନୁଭବ ଏକ ନ୍ୟୁରୋଲୋଜିକାଲ ପ୍ରକ୍ରିୟା? ଅକ୍ସଫୋର୍ଡ ବୈଜ୍ଞାନିକମାନେ ଏବେ ବିକଶିତ କରିଛନ୍ତି ନ୍ୟୁରୋଇମେଜିଂ ଟେକନିକ୍ । ଏହା ସହାୟତାରେ ଜାଣିହେବ ଯେ, କିଏ ଆମ ପାଇଁ ସୁଖଦ ଅନୁଭବ ଆଣିପାରିବ ଓ ସେମାନେ କେତେ କ୍ୟୁଟ୍ । ଏ ନେଇ ହୋଇଥିବା ଏକ ଗବେଷଣାରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, କ୍ୟୁଟନେସ ରେଟିଂ ସିଷ୍ଟମ ଦ୍ୱାରା ବାପାମାଆଙ୍କ ସହ ପିଲାଙ୍କର ସଂପର୍କ ବିକଶିତ ହେବା ସହ ସେମାନେ ପିଲାଙ୍କ ବ୍ରେନର ଅନ୍ୟ ପ୍ରକ୍ରିୟା ବାବଦରେ ଜାଣିବା ପାଇଁ ବି ସୁଯୋଗ ପାଇବେ ।

ନ୍ୟୁରୋଇମେଜିଂ ଟେକନିକ କ’ଣ ?

ନ୍ୟୁରୋଇମେଜିଂ ଟେକନିକ ତଥା ଏହା ସହାୟତାରେ ହେଉଥିବା ଗତିବିଧି ତଥା ନୂଆ ପ୍ରଣାଳୀ ଉପରେ ଆଧାରିତ ଗବେଷଣା ଅନୁସାରେ ଯେତେବେଳେ ଆମେ କୌଣସି ଛୁଆ ବା ଏମିତି କୌଣସି ଜୀବ ବା ବସ୍ତୁକୁ ଦେଖିବାକୁ ଭଲ ଲାଗିଥାଏ ,ତାହା ହେଲେ ଆମର ମସ୍ତିଷ୍କରେ ଅର୍ବିଟ୍ରୋଫ୍ରଣ୍ଟାଲ କୋର୍ଟେକ୍ସ ବା ମସ୍ତିଷ୍କରେ ବିଭିନ୍ନ ଭାବପ୍ରବଣତା ସୃଷ୍ଟି କରୁଥିବା ଅଂଶ ସକ୍ରିୟ ହୋଇଯାଏ । ଏହି ଅଂଶ ଆଖିର ଠିକ୍ ପଛରେ ରହିଥାଏ । ଛୁଆ ବା କୌଣସି ମନମୋହକ ବସ୍ତୁ ଦେଖିଲା ମାତ୍ରକେ ଏହା ଆମମନରେ ସୁଖଦ ଭାବନା ସୃଷ୍ଟି କରିଥାଏ । ଅକ୍ସଫୋର୍ଡ ବୈଜ୍ଞାନିକମାନେ ଅର୍ବିଟୋଫ୍ରଣ୍ଟାଲ କୋରଟେକ୍ସ କେମିତି କାମ କରେ, ତାହା ଜାଣିବା ପାଇଁ ଚେଷ୍ଟା କରିଥିଲେ । ଏଥିପାଇଁ ସେମାନେ ନ୍ୟୁରୋଇମେଜିଂ ଟେକନିକର ସହାୟତା ନେଇଥିଲେ ।

ଅକ୍ସଫୋର୍ଡ ବିିଶ୍ୱବିଦ୍ୟାଳୟର ନ୍ୟୁରୋସାଇନ୍ସ ବିଭାଗର ସିନିୟର ରିସର୍ଚ୍ଚ ଫେଲୋ ତଥା ଆସୋସିଏଟ ପ୍ରଫେସର ମୋର୍ଟେନ ଏଲ. କ୍ରିଙ୍ଗଲବାଚ୍‌ଙ୍କ କହିବାନୁସାରେ ଆମ ମସ୍ତିଷ୍କରେ ଅର୍ବିଟୋଫ୍ରଣ୍ଟାଲ କୋରଟେକ୍ସ ସକ୍ରିୟ ହେବାମାତ୍ରକେ ଆମ ଆଖିଆଗରେ ଥିବା ବ୍ୟକ୍ତି,ପଶୁ ବା ଅନ୍ୟକୌଣସି ବସ୍ତୁର ଆମ ମସ୍ତିଷ୍କକୁ ହ୍ୟାକ୍ କରିଦିଏ । ଏହା ସଂପୂର୍ଣ୍ଣ ଭାବେ ଏକ ନ୍ୟୁରୋଲୋଜିକାଲ ପ୍ରକ୍ରିୟା । ପ୍ରଫେସର କ୍ରିଙ୍ଗଲବାଚ୍ କହନ୍ତି ଯେ, ହଜାର ହଜାର ବର୍ଷ ଧରି ଆମ ପ୍ରଜାତି ବିକଶିତ ହୋଇଆସୁଛି । କିଛି ପଶୁ ଜନ୍ମ ହେବା ମାତ୍ରକେ ହିଁ ଚାଲିବା ଆରମ୍ଭ କରନ୍ତି । କିନ୍ତୁ ଏହା ମଣିଷ ଛୁଆଙ୍କ କ୍ଷେତ୍ରରେ ସମ୍ଭବ ନୁହେଁ । ଏସବୁ ପ୍ରକ୍ରିୟା ଆମ ମସ୍ତିଷ୍କ କାର୍ଯ୍ୟର ଗତିଶୀଳତା ଉପରେ ଆଧାରିତ । ଆମ ମସ୍ତିଷ୍କର ଏହି ମନ୍ଥର ପ୍ରକ୍ରିୟା ଏହାର ଢାଂଚା ଓ ସାମର୍ଥ୍ୟର ଉନ୍ନତି ଆଣିବାରେ ସୁଯୋଗ ଦେଇଥାଏ । ଅର୍ବିଟୋଫ୍ରଂଟାଲ୍ କୋରଟେକ୍ସ ଆମ ଶରୀରର ବିକାଶର ଗତି ତଦାରଖ କରିବା ସହ ନିଷ୍ପତ୍ତି ନେବା ସାମର୍ଥ୍ୟକୁ ବି ପ୍ରଭାବିତ କରିଥାଏ ।

ପ୍ରଫେସର କ୍ରିଙ୍ଗଲବାଚ୍‌ଙ୍କ ଅନୁସାରେ ଆମର ମସ୍ତିଷ୍କର କ୍ଷମତାଗୁଡିକୁ ଜାଣିବା ପାଇଁ ନ୍ୟୁରୋଇମେଜିଂ ଟେକନିକର ବିକାଶ କରାଯାଇଛି । ବ୍ରେନ ସ୍କାନିଂର ଏହି ଟେକନିକ ଜରିଆରେ ଚୁମ୍ବକୀୟ କ୍ଷେତ୍ରର ଉପଯୋଗ କରି ବୈଜ୍ଞାନିକମାନେ କ୍ୟୁଟନେଓ ମେଜରିଂ ସିଷ୍ଟମ ବିକଶିତ କରିଛନ୍ତି ।

ପ୍ରଫେସର କ୍ରିଙ୍ଗଲବାଚ ଆହୁରି ମଧ୍ୟ କହିଛନ୍ତି ଯେ, କ୍ୟୁଟନେଓ ମ୍ୟାପିଙ୍ଗ ପ୍ରଣାଳୀକୁ ନେଇ ହୋଇଥିବା ଗବେଷଣା ପରେ ଜଣାପଡିଛି ଯେ, ବ୍ୟକ୍ତିର କ୍ୟୁଟନେସ୍ ତାକୁ ଭଲ ମଣିଷ ହେବାରେ ସାହାଯ୍ୟ କରିପାରିବ । ଏଥିସହ ଛୁଆର କ୍ୟୁଟନେସ ତାହାର ଓ ବାପାମାଆଙ୍କ ମଧ୍ୟରେ ଆସିବାକୁ ଥିବା ବ୍ୟବହାରାତ୍ମକ ସମସ୍ୟା ସବୁ ହ୍ରାସ କରିବାରେ ସହାୟକ ହୋଇପାରିବ । ଏହାଛଡା ଛୁଆ ଜନ୍ମ ହେଲା ପରେ ମାଆଠାରେ ଦେଖାଦେଉଥିବା ପୋଷ୍ଟ୍ ଡେଲିଭରି ଡିପ୍ରେସନ ଦୂର କରିବାରେ ସହାୟକ ହେବ କ୍ୟୁଟନେସ ମ୍ୟାପିଂ ପ୍ରଣାଳୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.