ETV Bharat / bharat

ଦେଶରେ ଟିକା ଅଭାବ ପ୍ରସଙ୍ଗ; କେନ୍ଦ୍ରର ନୀତି ଅଚଳ ହୋଇପଡିଛି କହିଲେ ଓୱେସୀ

author img

By

Published : May 14, 2021, 1:20 PM IST

କେନ୍ଦ୍ରର କୋଭିଡ ପରିଚାଳନା ନେଇ ପ୍ରସ୍ତୁତ ରଣନୀତି ଇପରେ ବର୍ଷିଛନ୍ତି ଏଆଇଏମଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ । ଅଧିକ ପଢନ୍ତୁ...

କେନ୍ଦ୍ରର ନୀତି ଅଚଳ ହୋଇପଡିଛି କହିଲେ ୱାଇସି
କେନ୍ଦ୍ରର ନୀତି ଅଚଳ ହୋଇପଡିଛି କହିଲେ ୱାଇସି

ହାଇଦ୍ରାବାଦ: କେନ୍ଦ୍ରର କୋଭିଡ ପରିଚାଳନା ନେଇ ପ୍ରସ୍ତୁତ ରଣନୀତି ଉପରେ ବର୍ଷିଛନ୍ତି ଏଆଇଏମଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ । ଗୁରୁବାର ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି କୋରୋନା ମୁକାବିଲା ନେଇ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ବିଫଳ ରଣନୀତି ପାଇଁ ଦେଶରେ ଟିକାର ଅଭାବ ଦେଖାଦେଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ଓୱେସୀ କହିଛନ୍ତି ଦେଶରେ ଟିକାର ଅଭାବ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଦେଖା ଦେଇଛି । ସେ ଭ୍ୟାକ୍ସିନ କିଣିବାକୁ ବିଳମ୍ବ କରିଛନ୍ତି । କେନ୍ଦ୍ର ଲୋକମାନଙ୍କୁ ମିଛ କହିଛି କି ପ୍ରଥମ ଡୋଜ ଟିକା ନେବାର ଚାରି ସପ୍ତାହ ପରେ ଦ୍ବିତୀୟ ଡୋଜ ଟିକା ନେବ । ପୁଣି ଏହା ଛଅ ସପ୍ତାହକୁ ଘୁଞ୍ଚିଛି । ବର୍ତ୍ତମାନ ଏହା 12ରୁ 16 ସପ୍ତାହକୁ ଘୁଞ୍ଚିଲାଣି । ଏଥିରୁ ଜଣାପଡୁଛି ଯେ ଏହି ପଲିସିକୁ ପାରାଲିସ ହୋଇଛି ବୋଲି କହିଛନ୍ତି ଏଆଇଏମଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ।

ଦେଶରେ ଭ୍ୟାକ୍ସିନ ଅଭାବ ନେଇ କେନ୍ଦ୍ରରୁ ଦୋଷୀ କରିଛନ୍ତି ଓୱେସୀ । କେନ୍ଦ୍ରର ଭୁଲ ପାଇଁ ଦେଶରେ ଭ୍ୟାକ୍ସିନର ଅଭାବ ହୋଇଛି । ଟିକା ଉତ୍ପାଦନକାରୀ ସଂସ୍ଥା ଠାରୁ ଆଜି ପର୍ଯ୍ୟନ୍ତ କିଣାଯାଇଥିବା ଟିକା ପରିମାଣ ବିଷୟରେ କେନ୍ଦ୍ର ସ୍ୱଚ୍ଛ ନୁହେଁ ବୋଲି କହିଛନ୍ତି ଓୱେସୀ । ସେ ଆହୁରି ମଧ୍ୟ କହିଛନ୍ତି ପ୍ରଥମ ଡୋଜ ଟିକା ନେବାର 12 ସପ୍ତାହ ପରେ ଦ୍ବିତୀୟ ଡୋଜ ଟିକା ନେବାକୁ ବର୍ତ୍ତମାନ ସରକାର ନିଷ୍ପତ୍ତି ନେଇଛନ୍ତି । ଦ୍ବିତୀୟ ଡୋଜକୁ ନେଇ ଏତେ ବିଳମ୍ବର କୌଣସି ଯୁକ୍ତିଯୁକ୍ତ ନୁହେଁ । ଦେଶର ଲୋକଙ୍କୁ ଆବଶ୍ୟକ ଟିକା ଦେବାରେ ସରକାର ବିଫଳ ହୋଇଛନ୍ତି । ଏଥିରୁ ଦେଖାଯାଉଛି ଯେ କେନ୍ଦ୍ରର ଭ୍ୟାକ୍ସିନ ପଲିସି ସମ୍ପୂର୍ଣ୍ଣ ଅଚଳ ହୋଇଛି ।

ସେ ଆହୁରି କହିଛନ୍ତି କେନ୍ଦ୍ର ତାର ସମସ୍ତ ଶ୍ରେୟ ନେଉଛି ଯେତେବେଳେ ଲୋକମାନେ ତାଙ୍କ ପାଇଁ ତାଳି ମାରୁଛନ୍ତି । କିନ୍ତୁ ଯେତେବେଳେ କେନ୍ଦ୍ର ବିଫଳତା ଲୋକଙ୍କ ଆଗରେ ପ୍ରକାଶ ପାଇବ ସେତେବେଳେ ରାଜ୍ୟ ସରକାରଙ୍କ ଉପରକୁ ଦୋଷ ଠେଲିବାକୁ ଚେଷ୍ଟା କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କ ଜୀବନ ବଞ୍ଚାଇବାରେ ସମୂର୍ଣ୍ଣ ବିଫଳ ହୋଇଛନ୍ତି । କୋଉଇନ ପୋର୍ଟାଲ ସମ୍ପୂର୍ଣ୍ଣ ଅନାବଶ୍ୟକ ଏବଂ ଏହା ଭାରତର ସାଧାରଣ ଲୋକଙ୍କ ପାଇଁ ଯନ୍ତ୍ରଣା ବୋଲି କହିଛନ୍ତି ଓୱେସୀ ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.