ETV Bharat / bharat

ପ୍ରଥମ ଦିନରେ ପ୍ରାୟ 85 ହଜାର ଟିକା ନେଲେ 18 ବର୍ଷରୁ ଉର୍ଦ୍ଧ୍ବ ନାଗରିକ - 18 ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଟୀକାକରଣ

ଦେଶରେ ମେ‘ 1 ତାରିଖରୁ 18 ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଟୀକାକରଣ ଆରମ୍ଭ ହୋଇଯାଇଛି । ଶନିବାର ଗୋଟିଏ ଦିନରେ 84 ହଜାର 599 ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଅଧିକ ପଢନ୍ତୁ...

ପ୍ରଥମ ଦିନରେ 18-44 ବର୍ଷ ବର୍ଗର 80 ହଜାରରୁ ଉର୍ଦ୍ଧ୍ବ ନେଲେ କୋଭିଡ ଟିକା

author img

By

Published : May 2, 2021, 1:11 PM IST

ନୂଆଦିଲ୍ଲୀ: ଦେଶରେ ମେ‘1 ତାରିଖରୁ 18 ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଟୀକାକରଣ ଆରମ୍ଭ ହୋଇଯାଇଛି । ଶନିବାର ଗୋଟିଏ ଦିନରେ 84 ହଜାର 599 ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟମନ୍ତ୍ରଣାଳୟ ଅନୁସାରେ, ଶନିବାର ଦିନ ଦେଶବ୍ୟାପୀ 16, 48,192 ଭ୍ୟାକସିନ ଡୋଜ ଦିଆଯାଇଛି । ସେଥିମଧ୍ୟରୁ 9 ଲକ୍ଷ 89 ହଜାର 700 ପ୍ରଥମ ଡୋଜ ଦିଆଯାଇଥିବା ବେଳେ 6 .58 ଲକ୍ଷ ନାଗରିକଙ୍କୁ ଦ୍ବିତୀୟ ଡୋଜ ଦିଆସରିଛି ।

ଦେଶବ୍ୟାପୀ 15.66 କୋଟି ଲୋକଙ୍କୁ ଟିକା ଲାଗି ସାରିଛି । ଏଥିମଧ୍ୟରୁ 94.28 ଲକ୍ଷ ସ୍ୱାସ୍ଥ୍ୟସେବା କର୍ମଚାରୀ ଯେଉଁମାନେ ପ୍ରଥମ ଡୋଜ ନେଇଛନ୍ତି ଏବଂ ଦ୍ୱିତୀୟ ଡୋଜ ନେଇଥିବା 62.65 ଲକ୍ଷ ଲୋକ, ପ୍ରଥମ ଡୋଜ ନେଇଥିବା 1.26 କୋଟି ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ଦ୍ୱିତୀୟ ଡୋଜ ନେଇଥିବା 68.78 ଲକ୍ଷ କର୍ମଚାରୀ ରହିଛନ୍ତି ।

ସେହିପରି 45-60 ବୟସ ବର୍ଗର ନାଗରିକଙ୍କ ମଧ୍ୟରେ 5.33 କୋଟି ଲୋକ ପ୍ରଥମ ଡୋଜ ନେଇଥିବାବେଳେ ଏପର୍ଯ୍ୟନ୍ତ 40 ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ ଦିଆଯାଇଛି। 60 ରୁ ଅଧିକ ବୟସର 5.26 କୋଟି ଲୋକ ପ୍ରଥମ ଡୋଜ ଗ୍ରହଣ କରିଛନ୍ତି ଏବଂ 1.14 କୋଟି ନାଗରିକ ଦ୍ୱିତୀୟ ଡୋଜ ନେଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.