ETV Bharat / bharat

ED ସ୍କାନରରେ ସାଓମି, ୫୫୫୧ କୋଟି ଟଙ୍କା କଲା ଜବତ

ଚୀନ କମ୍ପାନୀ ସାଓମି ଗ୍ରୁପର ଭାରତୀୟ ଶାଖା ସାଓମି ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ୫୫୫୧.୨୭ କୋଟି ଟଙ୍କା ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ବିଦେଶୀ ମୁଦ୍ରା ପରିଚାଳନା ଆଇନ ୧୯୯୯ର ଉଲ୍ଲଂଘନ କରିଥିବା ଅଭିଯୋଗରେ ଇଡି ଏହି ପଦକ୍ଷେପ ନେଇଛି । ଅଧିକ ପଢନ୍ତୁ

author img

By

Published : May 1, 2022, 9:44 AM IST

ଇଡି ସ୍କାନରରେ ସାଓମି, ୫୫୫୧ କୋଟି ଟଙ୍କା ଜବତ କଲା ଇଡି

ନୂଆଦିଲ୍ଲୀ: ଚୀନ କମ୍ପାନୀ ସାଓମି ଗ୍ରୁପର ଭାରତୀୟ ଶାଖା ସାଓମି ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ୫୫୫୧.୨୭ କୋଟି ଟଙ୍କା ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ବିଦେଶୀ ମୁଦ୍ରା ପରିଚାଳନା ଆଇନ ୧୯୯୯ର ଉଲ୍ଲଂଘନ କରିଥିବା ଅଭିଯୋଗରେ ଇଡି ଏହି ପଦକ୍ଷେପ ନେଇଛି । ଏ ନେଇ ଶନିବାର ଇଡି ପକ୍ଷରୁ ସୂଚନା ଦିଆଯାଇଛି । ବିଦେଶକୁ ବେଆଇନ ଭାବେ ଉକ୍ତ ଅର୍ଥ ପ୍ରେରଣ ମାମଲାର ତଦନ୍ତ ଫେବୃଆରୀ ମାସରେ ଆରମ୍ଭ କରିଥିଲା ସିବିଆଇ ।

ସୂଚନାଅନୁସାରେ, ଭାରତରେ ସାଓମି ୨୦୧୪ ରେ ବ୍ୟବସାୟ ଆରମ୍ଭ କରିଥିଲା । ତା ପରଠାରୁ କମ୍ପାନୀ ବିଦେଶର ୩ଟି କମ୍ପାନୀକୁ ଉକ୍ତ ଟଙ୍କା ବେଆଇନ ଭବେ ପ୍ରେରଣ କରିଛି । ଭରତୀୟ କମ୍ପାନୀ ପକ୍ଷରୁ ଯେଉଁ ଅର୍ଥ ପଠାଯାଇଛି ତାହାର ପ୍ରତିବଦଳରେ କମ୍ପାନୀ କୌଣସି ଲାଭ ପାଇନାହିଁ । ଚୀନରେ ଥିବା ମୂଳ କମ୍ପାନିର ନିର୍ଦ୍ଦେଶରେ ଭାରତରୁ ସାଓମି ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ରୟାଲଟି ନାଁରେ ବିଦେଶକୁ ଟଙ୍କା ପଠାଇଥିଲା ବୋଲି କହିଛି ଇଡି । ଇଡି ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ ୧୯୯୯ ଅନୁସାରେ ସାଓମିର ବ୍ୟାଙ୍କ ଆକାଉଣ୍ଟରେ ଥିବା ୫,୫୫୧ .୨୭ କୋଟି ଟଙ୍କା ଜବତ କରିଛି।

ସାଓମି ଇଣ୍ଡିଆ ସମଗ୍ର ଦେଶରେ ତାର ଷ୍ଟୋର ଖୋଲି MI ବ୍ରାଣ୍ଡ ନାମରେ ମୋବାଇଲ ବିକ୍ରି କରିଥାଏ । ଏହା ମୋବାଇଲ ତିଆରି ପାଇଁ ଆବଶ୍ୟକ ସାମଗ୍ରୀ କେବଳ ଭାରତୀୟ କମ୍ପାନୀଙ୍କ ଠାରୁ ହିଁ କିଣିଥାଏ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.