ETV Bharat / bharat

ଅଲ୍ଲୀଗଡ ବିଷାକ୍ତ ମଦ ମୃତ୍ୟୁ ଘଟଣା, 540 ପୋଲିସ ଅଧିକାରୀଙ୍କୁ ବଦଳି - 500 ପୋଲିସ ଅଧିକାରୀ ବଦଳି

ଉତ୍ତରପ୍ରଦେଶ ଅଲ୍ଲୀଗଡରେ ବିଷାକ୍ତ ମଦ ମୃତ୍ୟୁ ଘଟଣା । ଘଟଣାରେ 540 ପୋଲିସ ଅଧିକାରୀଙ୍କୁ ଦୁଇ ବର୍ଷ ପାଇଁ ଅନ୍ୟ ଥାନାକୁ ବଦଳି । ଅଧିକ ପଢନ୍ତୁ...

ଅଲ୍ଲୀଗଡ ବିଷାକ୍ତ ମଦ ମୃତ୍ୟୁ ଘଟଣା, ବଦଳି ହେଲେ 540 ପୋଲିସ ଅଧିକାରୀ

author img

By

Published : Jun 5, 2021, 9:59 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଅଲ୍ଲୀଗଡରେ ବିଷାକ୍ତ ମଦ ମୃତ୍ୟୁ ଘଟଣା । ଏନେଇ ଅନ୍ୟତ୍ର ବଦଳି ହେଲେ ପ୍ରାୟ 500 ପୋଲିସ ଅଧିକାରୀ । ଶୁକ୍ରବାର ପୋଲିସ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ମିଳିଛି । ନିକଟରେ ଅଲ୍ଲୀଗଡରେ ବିଷାକ୍ତ ମଦ ପିଇ 35 ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ପରେ ମଧ୍ୟ ଆଉ କିଛି ଲୋକ ପ୍ରାଣ ହରାଇଥିଲେ ।

ଘଟଣାରେ ଉତ୍ତରପ୍ରଦେଶର ବରିଷ୍ଠ ପୋଲିସ ଅଧୀକ୍ଷକ କହିଛନ୍ତି, 540 ପୋଲିସ ଅଧିକାରୀଙ୍କୁ ଦୁଇ ବର୍ଷ ପାଇଁ ଅନ୍ୟ ଥାନାକୁ ବଦଳି କରାଯାଇଛି । ସେମାନଙ୍କ ମଧ୍ୟରୁ 148 ଜଣ ଜିଲ୍ଲା ବାହାରକୁ ପଠାଯାଇଛି । ଏଥିସହ ମଦ ମାଫିଆଙ୍କ ସହ ଲିଙ୍କ ଥିବା ସନ୍ଦେହରେ ଦୁଇ ଷ୍ଟେସନ ଅଧିକାରୀ ଓ ଜଣେ ସର୍କଲ ଅଧିକାରୀଙ୍କ ସମେତ ପାଞ୍ଚ ଜଣ ପୋଲିସ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି ।

ଏହି ବିଷାକ୍ତ ମଦ ମୃତ୍ୟୁର ପ୍ରଥମ କେସରେ 35 ଜଣଙ୍କ ମୃତ୍ୟୁ ଘଟିଥିବା ସୁନିଶ୍ଚିତ କରାଯାଇଥିବାବେଳେ ପରେ ଆଉ କିଛି ଲୋକ ମଧ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ କିଛି ଇଟାଭାଟି ଶ୍ରମିକ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.