ETV Bharat / bharat

Rajyasabha News: ଜମ୍ମୁକାଶ୍ମୀରରେ ଗତ ୫ବର୍ଷରେ 1000 ଆତଙ୍କୀ ସଫା, 306 ସୁରକ୍ଷାକର୍ମୀ ଶହୀଦ

author img

By

Published : Feb 8, 2023, 4:50 PM IST

ଆତଙ୍କବାଦୀ ନିହତ କ୍ଷେତ୍ରରେ ଗତବର୍ଷ ସୁରକ୍ଷା ବଳକୁ ମିଳିଛି ବହୁ ସଫଳତା । ଏହାସହ ଗତ ୫ବର୍ଷ ମଧ୍ୟରେ ୧୦୦୦ ଆତଙ୍କବାଦୀଙ୍କୁ ନିହତ କରାଯାଇଥିବା ବୁଧବାର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ରାଜ୍ୟସଭାରେ ତଥ୍ୟ ରଖିଛନ୍ତି । ଅଧିକ ପଢନ୍ତୁ

security personnel killed in J&K
security personnel killed in J&K

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ଗତ ୫ବର୍ଷ ମଧ୍ୟରେ ମୋଟ ୧୦୦୦ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୯୯ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ୩୦୬ ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟସଭାରେ ବୁଧବାର ତଥ୍ୟ ରଖାଯାଇଛି । କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲିଖିତ ଜବାବରେ ସଂସଦକୁ ଏ ନେଇ ସୂଚିତ କରିଛନ୍ତି । ତେବେ ଗତବର୍ଷ (୨୦୨୨)ରେ ଜମ୍ମୁକାଶ୍ମୀରରେ ୧୮୭ ଜଣ ଆତଙ୍କୀକୁ ନିହତ କରାଯାଇଥିବା ଏହି ତଥ୍ୟରେ କୁହାଯାଇଛି ।

ଗତ କିଛି ବର୍ଷ ତୁଳନାରେ ୨୦୨୨ ମସିହାରେ ସୀମାବର୍ତ୍ତୀ ଅଞ୍ଚଳ ଜମ୍ମୁକାଶ୍ମୀରରେ ଅପେକ୍ଷାକୃତ କମ ଆତଙ୍କବାଦୀ ଆକ୍ରମଣ ଦେଖିବାକୁ ମିଳିଥିଲା । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତୀଙ୍କ ଦ୍ବାରା ଦିଆଯାଇଥିବା ତଥ୍ୟରେ ଉଲ୍ଲେଖ ରହିଛି ଯେ ଗତ ୨୦୨୮ରୁ ୨୦୨୨ ମସିହା ମଧ୍ୟରେ ଏଠାରେ ମୋଟ ୧୦୦୨ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୩୦୬ଜଣ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି । ଏହାସହ ଜମ୍ମୁକାଶ୍ମୀରରେ ୫ବର୍ଷ ମଧ୍ୟରେ ୭୬୧ଟି ଆତଙ୍କବାଦୀ ହମଲା ମଧ୍ୟ ହୋଇଛି, ଯେଉଁଥିରେ ୬୨୬ଟି ଏନକାଉଣ୍ଟର ମଧ୍ୟ ହୋଇଛି ।

ଏହା ବି ପଢନ୍ତୁ- Adani row: A ନାମକ ବ୍ୟକ୍ତି ଦେଶକୁ ବୋକା ବନାଇଛନ୍ତି କହିଲେ ସାଂସଦ ମହୁଆ ମୋଇତ୍ର

ଏହାସହ ୫ବର୍ଷ ମଧ୍ୟରେ ଜମ୍ମୁକାଶ୍ମୀରରେ ସୁରକ୍ଷା ବଳ ଦ୍ବାରା ୪୮୦ଟି କାଉଣ୍ଟର ଆତଙ୍କବାଦୀ ଅପରେସନ ମଧ୍ୟ ହୋଇଛି । ୨୦୨୨ ମସିହାରେ ସୁରକ୍ଷା ବଳକୁ ଆତଙ୍କବାଦୀ ଅପରେସନ ବହୁ ସଫଳତା ମିଳିଛି ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଏକ ପ୍ରଶ୍ନରେ ଲିଖିତ ଆକାରରେ ଏହି ଜବାବ ଦେଇଛନ୍ତି । ତାଙ୍କ କହିବାନୁସାରେ ଗତ ୨୦୧୮, ୧୯, ୨୦ ଓ ୨୧ ମସିହାରେ ଯଥାକ୍ରମେ ୨୨୮, ୧୫୩, ୧୨୬ ଓ ୧୨୯ଟି ଆତଙ୍କାବାଦୀ ଘଟଣା ସାମନାକୁ ଆସିଛି । ସୁରକ୍ଷା ବଳ ୨୦୨୨ ମସିହାରେ ୧୧୧ଟି ଆତଙ୍କବାଦୀ-ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି, ଯାହାକି ଗତ ୫ବର୍ଷ ତୁଳନାରେ ସବୁଠୁ ଅଧିକ ।

ଗୃହ ମନ୍ତ୍ରଣାଳୟର ସୂଚନା ଅନୁସାରେ ୨୦୨୨ରେ ୧୧୭ଟି ଏନକାଉଣ୍ଟରରେ ୧୮୭ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେହିପରି ୨୦୧୮, ୧୯,୨୦, ୨୧ ମସିହାରେ ଯଥାକ୍ରମେ ୨୫୭, ୧୫୭, ୨୨୧ ଓ ୧୮୦ ଆତଙ୍କବାଦୀ ସେନା ଗୁଳିରେ ମୃତ୍ୟୁବରଣ କରିଛନ୍ତି । ଖାଲି ସେତିକି ନୁହେଁ, ଗତବର୍ଷ ତୁଳନାରେ ଆତଙ୍କବାଦୀଙ୍କ ଗିରଫଦାରୀ ମଧ୍ୟ ବୃଦ୍ଧି ପାଇଛି । ୨୦୨୨ରେ ସୁରକ୍ଷାକର୍ମୀ ୨୪ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ଏହାସହ ୨୦୨୨ରେ ଜମ୍ମୁକାଶ୍ମୀରରେ ଗ୍ରାମ ପ୍ରତିରକ୍ଷା ଗୋଷ୍ଠୀ (VDGs) ମଧ୍ୟ ଗଠନ କରାଯାଇଛି । ଏଥିମଧ୍ୟରୁ ୪୯୮୫ ଭିଡିଜିକୁ ସ୍ବୀକୃତି ମିଳିଥିବା ବେଳେ ଏଥିରୁ ୪୧୫୩ଟି ଗଠିତ ହୋଇସାରିଛି ।

ଗୃହ ମନ୍ତ୍ରଣାଳୟର ସୂଚନା ଅନୁସାରେ ଭିଡିଜିରେ ସର୍ବାଧିକ ୧୫ଜଣ ସଦସ୍ୟ ରହିବେ । ଅଧିକ ସମ୍ବେଦନଶୀଳ ଅଞ୍ଚଳରେ ଭିଡିଜିର ନେତୃତ୍ବ ତଥା ଏହାସହ ସମନ୍ବୟ ରକ୍ଷା କରିବା ବ୍ୟକ୍ତିଙ୍କୁ ପ୍ରତି ମାସରେ ୪୫୦୦ ଅର୍ଥ ପ୍ରତି ମାସରେ ପ୍ରଦାନ କରାଯିବ । ଭିଡିଜିର ପ୍ରତ୍ୟେକ ସଦସ୍ୟଙ୍କୁ ଗ୍ରାମ ସୁରକ୍ଷା ଗାର୍ଡ କୁହାଯିବ । ଏହାସହ ସ୍ବେଚ୍ଛାକୃତ ଭାବେ VDGରେ ଯିଏ ସାମିଲ ହେବ ତାକୁ ପ୍ରତି ମାସରେ ୪୦୦୦ ଟଙ୍କା ଦିଆଯିବ । CRPF ଦ୍ବାରା ଗ୍ରାମ ପ୍ରତିରକ୍ଷା ଗୋଷ୍ଠୀର ସଦସ୍ୟମାନଙ୍କୁ ତାମିଲ ଦିଆଯାଇଥିଲା । ଏହି ତାଲିମ ପ୍ରୋଗ୍ରାମ ଗତ ଜାନୁଆରୀ ୬ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.