ETV Bharat / bharat

ଦେଶର ରକ୍ଷା କବଚ ଆମ ସେନା: ମୋଦି - ଯବାନ଼

ଆମକୁ ସୁରକ୍ଷା ଦେବା ପାଇଁ ସୀମାରେ ନିଜ ପରିବାରଠୁ ଦୂରରେ ଥିବା ଯବାନଙ୍କ ସହିତ ଏହି ପର୍ବକୁ ପାଳିବା ପାଇଁ ଜମ୍ମୁ କାଶ୍ମୀର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ନୈସେରା ସେକ୍ଟରେ ପହଞ୍ଚି ସେନାଙ୍କ ମହାନ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : Nov 4, 2021, 3:54 PM IST

ଶ୍ରୀନଗର: ଆଜି ଆଲୋକର ପର୍ବ ଦୀପାବଳି । ଆମକୁ ସୁରକ୍ଷା ଦେବା ପାଇଁ ସୀମାରେ ନିଜ ପରିବାରଠୁ ଦୂରରେ ଥିବା ଯବାନଙ୍କ ସହିତ ଏହି ପର୍ବକୁ ପାଳିବା ପାଇଁ ଜମ୍ମୁ କାଶ୍ମୀର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୈସେରା ସେକ୍ଟରରେ ପହଞ୍ଚି ସେନାଙ୍କ ମହାନ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୋଦି । ତେବେ ସେନାଙ୍କ ପାଇଁ ୧୩୦ କୋଟି ଭାରତୀୟ ସୁରକ୍ଷିତ ଅଛନ୍ତି । ସୁରକ୍ଷାବାହିନୀ ଆମ ଦେଶର ସୁରକ୍ଷା କବଚ ବୋଲି କହିଛନ୍ତି ମୋଦି ।

ସେନାଙ୍କ ପାଇଁ ରାତିରେ ଶାନ୍ତିରେ ଶୋଇପାରୁଛନ୍ତି ଦେଶବାସୀ । ମା ଭାରତୀକୁ ସୁରକ୍ଷା ଦେବା ପାଇଁ ଏମାନେ ସୁରକ୍ଷା କବଚ ସାଜିଛନ୍ତି । ସୀମା ସୁରକ୍ଷାରେ ଥିବା ସମସ୍ତ ଯବାନଙ୍କ ସହିତ ମୁଁ ପ୍ରତିବର୍ଷ ଦୀପାବଳୀ ପାଳନ କରେ । ଆଜି ମୁଁ ସେନାଙ୍କ ପାଇଁ କୋଟି କୋଟି ଭାରତୀୟଙ୍କ ଆଶୀର୍ବାଦ ମୋ ସହିତ ଆଣିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁଁ ଜଣେ ପ୍ରଧାନମନ୍ତ୍ରୀ ଭାବରେ ଏଠାକୁ ଆସିନାହିଁ ତୁମ ପରିବାରର ଜଣେ ସଦସ୍ୟ ଭାବରେ ଏହି ଦିନକୁ ତୁମ ସହ ବିତାଇବାକୁ ଆସିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ସୀମାରେ ସର୍ଜିକାଲ ଷ୍ଟ୍ରାଇକରେ ସେନାଙ୍କ ପରାକ୍ରମକୁ ପ୍ରଶଂସା କରିଛନ୍ତି ମୋଦି । ସର୍ଜିକାଲ ଷ୍ଟ୍ରାଇକ ଦେଶବାସୀଙ୍କୁ ଗର୍ବିତ କରିଛି । ସୀମାରେ ଆଶାନ୍ତି ସୃଷ୍ଟି କରୁଥିବା ଶତୃଙ୍କୁ ଭାରତୀୟ ସେନା କଡା ଜବାବ ଦେବାକୁ ପ୍ରସ୍ତୁତ ରହିଛି । ସୂର୍ଯ୍ୟ ଉଦୟଠୁ ନେଇ ଅସ୍ତ ପର୍ଯ୍ୟନ୍ତ ଆମ ସୁରକ୍ଷାରେ ସୀମାରେ ନିୟୋଜିତ ଥାନ୍ତି ଯବାନ । ଆଜି ମୁଁ ମୋ ସାମ୍ନାରେ ସାହାସୀ ଭାଇ ଓ ଭଉଣୀଙ୍କୁ ଦେଖୁଛି ଯେଉଁମାନେ ଦେଶ ମାତୃକା ସେବାରେ ଅଛନ୍ତି । ସେମାନଙ୍କ ଅଖିରେ ଦେଶକୁ ସୁରକ୍ଷା ଦେବାର ଉତ୍ସର୍ଗୀକୃତ ମନୋଭାବ ସ୍ପଷ୍ଟ ବାର ହୋଇ ପଡୁଛି ବୋଲି କହିଛନ୍ତି ମୋଦି ।

ନୈସେରା ସେକ୍ଟରେ ମୋଦି ସେନାଙ୍କୁ ମିଠା ଖୁଆଇଥିବା ଦେଖିବାକୁ ମିଳିଛି । ଡ୍ୟୁଟିରେ ଥିବା ସମୟରେ ଦେଶ ପାଇଁ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.