ETV Bharat / bharat

ମୃତ୍ୟୁ ପରେ ବି ଅମର ! ବ୍ରେନଡେଡ ନର୍ସଙ୍କ ଅଙ୍ଗରେ 6 ଜଣ ପାଇଲେ ନୂଆ ଜୀବନ - କେରଳ ଖବର

ବ୍ରେନଷ୍ଟ୍ରୋକରେ ଆଖି ବୁଜିଲେ ତାମିଲନାଡୁର 36 ବର୍ଷୀୟ ପୁରୁଷ ନର୍ସ । ଏକାଧିକ ଅଙ୍ଗ ଦାନ କରି 6 ଜଣଙ୍କୁ ଦେଇଗଲେ ନୂଆ ଜୀବନ । ଥିରୁଅନନ୍ତପୁରମରୁ କୋଚିକୁ ଏୟାରଲିଫ୍ଟ ହେଲା ଅଙ୍ଗ । ଅଧିକ ପଢନ୍ତୁ

Tamilnadu nurse Selvin Shekar
Tamilnadu nurse Selvin Shekar
author img

By ETV Bharat Odisha Team

Published : Nov 25, 2023, 8:49 PM IST

ଥିରୁଅନନ୍ତପୁରମ: ବ୍ରେନଷ୍ଟ୍ରୋକର ଶିକାର ହୋଇ ପ୍ରାଣ ହରାଇଥିବା ତାମିଲନାଡୁର ଜଣେ 36 ବର୍ଷୀୟ ପୁରୁଷ ନର୍ସଙ୍କ ପରିଜନ ତାଙ୍କର ଏକାଧିକ ଅଙ୍ଗ ଦାନ କରିଛନ୍ତି । ଏହି ବିଭିନ୍ନ ଅଙ୍ଗକୁ 6 ଜଣ ବ୍ୟକ୍ତିଙ୍କ ଶରୀରରେ ସଫଳତାର ପ୍ରତିରୋପଣ କରାଯାଇଛି । ଗତକାଲି (24 ତାରିଖରେ) ଏହି ଯୁବକଙ୍କୁ ଥିରୁଅନନ୍ତପୁରମର ଏକ ହସ୍ପିଟାଲରେ ବ୍ରେନଡେଡ ଘୋଷଣା କରାଯାଇଥିଲା । ପରେ ପରିବାର ସଦସ୍ୟଙ୍କ ନିଷ୍ପତ୍ତି ଅନୁସାରେ, ତାଙ୍କର ଏକାଧିକ ଆଭ୍ୟନ୍ତରୀଣ ଅଙ୍ଗକୁ ଆଜି (ଶନିବାର) କୋଚିର ଦୁଇଟି ଭିନ୍ନ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇ ପ୍ରତିରୋପଣ କରାଯାଇଛି । ଅନ୍ୟ କିଛି ଅଙ୍ଗ ଥିରୁଅନନ୍ତପୁରମର ହସ୍ପିଟାଲରେ ପ୍ରତିରୋପଣ କରାଯାଇଛି । କେରଳ ସରକାରଙ୍କ ପ୍ରୟାସରେ ଏହି ପୁରା ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଛି ।

ଥିରୁଅନନ୍ତପୁରମରୁ କୋଚିକୁ ଏୟାରଲିଫ୍ଟ ହେଲା ବ୍ରେନଡେଡ ନର୍ସଙ୍କ ଏକାଧିକ ଅଙ୍ଗ,

ଏହି 36 ବର୍ଷୀୟ ଯୁବକ ସେଲଭିନ ଶେଖର ହେଉଛନ୍ତି ତାମିଲନାଡୁର କନ୍ୟାକୁମାରୀର ବାସିନ୍ଦା ଓ ପେଷାରେ ଜଣେ ନର୍ସ । ତେବେ 24 ତାରିଖରେ ସେ ବ୍ରେନଷ୍ଟ୍ରୋକର ଶିକାର ହୋଇଥିଲେ । ତାଙ୍କୁ କେରଳର ଥିରୁଅନନ୍ତପୁରମ ସ୍ଥିତ KIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତଦେହ ଡିସଚାର୍ଜ ସମୟରେ ତାଙ୍କର ଅଙ୍ଗଦାନ କରିବାକୁ ଇଚ୍ଛା ଥିବା ତାଙ୍କ ସ୍ତ୍ରୀ ପ୍ରକାଶ କରିଥିଲେ ।

ପରିବାର ସଦସ୍ୟଙ୍କ ସହମତି ପରେ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତାଙ୍କର ହାର୍ଟ, 2 କିଡନୀ, ଅଗ୍ନାଶୟ ଓ ଦୁଇଟି ଆଖି ଅସ୍ତ୍ରପୋଚାର କରି କଢାଯାଇଥିଲା । ହାର୍ଟ ଓ ଅନ୍ୟ କିଛି ଅଙ୍ଗ କୋଚିର ଦୁଇଟି ହସ୍ପିଟାଲକୁ ଆଜି ଏୟାରଲିଫ୍ଟ କରାଯାଇଛି । ବିଶେଷଜ୍ଞ ଟିମ ଓ ଏୟାର ଆମ୍ବୁଲାନ୍ସ ଯୋଗେ ମାତ୍ର 5 ମିନିଟର ଉଡାଣରେ ପ୍ରକ୍ରିୟା ଶେଷ ହୋଇଥିଲା । ଏଥିରେ କେରଳ ସରକାର ହେଲିକପ୍ଟର ଯୋଗାଇ ଦେଇଥିଲେ । ଏହା ପରେ ହେଲିପ୍ୟାଡରୁ ନିକଟରେ ଥିବା ଲିସି ହସ୍ପିଟାଲକୁ ହାର୍ଟକୁ ଏହାକୁ ଗ୍ରୀନ କରିଡର ମାଧ୍ୟମରେ ନିଆଯାଇଥିଲା ।

ସେଲଭିନଙ୍କ ହୃତପିଣ୍ଡ କୋଚିର ଲିସି ହସ୍ପିଟାଲରେ ଚିକିତ୍ସାଧୀନ ଥିବା 16 ବର୍ଷୀୟ ନାବାଳକ ହରିନାରାୟଣଙ୍କ ଶରୀରରେ ସଫଳତାପୂର୍ବକ ପ୍ରତିରୋପିତ ହୋଇଛି । ଥିରୁଅନନ୍ତପରୁମର ଆଷ୍ଟର ମେଡସିଟି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅନ୍ୟ ଜଣେ ରୋଗୀଙ୍କ ଶରୀରରେ ଗୋଟିଏ କିଡନୀ ପ୍ରତିରୋପିତ ହୋଇଥିବା ବେଳେ ଅବଶିଷ୍ଟ ଗୋଟିଏ କିଡନୀ ଓ ଅଗ୍ନାଶୟ ଅନ୍ୟ ଏକ ହସ୍ପିଟାଲରେ ଜଣେ ବ୍ୟକ୍ତିଙ୍କ ଶରୀରରେ ସଫଳତାର ସହ ପ୍ରତିରୋପିତ ହୋଇଛି । ସେହିପରି ସ୍ଥାନୀୟ ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଦୁଇ ବ୍ୟକ୍ତିଙ୍କ ଶରୀରରେ ସେଲଭିନଙ୍କ ଦୁଇ ଆଖି ମଧ୍ୟ ପ୍ରତିରୋପିତ ହୋଇଛି । ସମସ୍ତ ପ୍ରତିରୋପଣ ଅପରେସନ ସଫଳତାର ସହ ଶେଷ ହୋଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ :- ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟା ମାମଲା: 4 ଦୋଷୀଙ୍କୁ ଆଜୀବନ, ଜଣଙ୍କୁ 3 ବର୍ଷ ଜେଲ

କେରଳ ସରକାରଙ୍କ ଅଙ୍ଗଦାନ ଯୋଜନା ‘ମ୍ରିତାସଞ୍ଜିବନୀ’ (Mrithasanjeevani scheme) ମଧ୍ୟାମରେ ଏହି ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ଏହି ଯୋଜନା ମାଧ୍ୟମରେ କେହି ବ୍ୟକ୍ତି କିମ୍ବା ମୃତ ବ୍ୟକ୍ତିଙ୍କ ପରିବାର ଅଙ୍ଗଦାନ କରିବାକୁ ଇଚ୍ଛା ପ୍ରକାଶ କଲେ ସମସ୍ତ ସହଯୋଗ କେରଳ ସରକାର କରିଥାନ୍ତି । ଅନ୍ୟ ଏକ ଗୁରୁତ୍ବପରୂର୍ଣ୍ଣ କଥା ହେଉଛି, ଏହି ହାର୍ଟ ଟ୍ରାନ୍ସପ୍ଲାଣ୍ଟ ସଫଳ ହୋଇଥିବା କୋଚିର ଲେସି ହସ୍ପିଟାଲରେ (Lisie Hospital) ଏହା ଥିଲା 28ତମ ସଫଳ ହୃତପିଣ୍ଡ ପ୍ରତିରୋପଣ । ଆକଷ୍ମିକ ଭାବେ ସେଲଭିନଙ୍କୁ ପରିବାର ସଦସ୍ୟ ହରାଇଥିବା ବେଳେ ତାଙ୍କ ଇଚ୍ଛା ପୂରଣ କରିବାକୁ ଭୁଲିନାହାନ୍ତି । ତାଙ୍କର ଶେଷ ଇଚ୍ଛା 6 ଜଣଙ୍କୁ ନୂଆ ଜୀବନ ଦେଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.