ETV Bharat / bharat

ବଜେଟ 2021: କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ, ବର୍ଷିଲେ ବିରୋଧୀ

author img

By

Published : Feb 1, 2021, 5:18 PM IST

ବଜେଟକୁ ନେଇ କଂଗ୍ରେସ କେନ୍ଦ୍ରକୁ ଟାର୍ଗେଟ କରିଥିବା ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ଅଧିକ ପଢନ୍ତୁ...

ବଜେଟ 2021: କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ, ବର୍ଷିଲେ ବିରୋଧୀ
ବଜେଟ 2021: କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ, ବର୍ଷିଲେ ବିରୋଧୀ

ନୂଆଦିଲ୍ଲୀ: ସୋମବାର ସଂସଦରେ ଚଳିତ ଆର୍ଥିକ ବର୍ଷର ବଜେଟ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ କୃଷି ଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ବାଣିଜ୍ୟ ଓ ପ୍ରତିରକ୍ଷା ସମସ୍ତ କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି ମୋଦି ସରକାର । ହେଲେ ବଜେଟକୁ ନେଇ କଂଗ୍ରେସ କେନ୍ଦ୍ରକୁ ଟାର୍ଗେଟ କରିଥିବା ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ।

ସଂସଦରେ ବଜେଟ ଉପସ୍ଥାପନ ପରେ ବିରୋଧୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବଜେଟକୁ ନେଇ ଲୋକସଭାରେ କଂଗ୍ରେସର ନେତା ଅଧିର ରଞ୍ଜନ ଚୌଧୁରୀ । କଂଗ୍ରେସ ନେତା ଅଧିର ରଞ୍ଜନ କହିଛନ୍ତି ଆମେ ଆଶା କରିଥିଲୁ ଯେହେତୁ ସଙ୍କଟ ସମୟରେ ବଜେଟ ଉପସ୍ଥାପିତ ହେଉଛି, ଆମେ ଏକ ଅସାଧାରଣ ବଜେଟ ଦେଖିବୁ । ହେଲେ ଏହା ଏକ ସାଧାରଣ ବଜେଟ ଯାହା ମାଧ୍ୟମରେ ସରକାର ଘରୋଇକରଣର ମାର୍ଗରେ ନିଜକୁ ବଞ୍ଚାଇବାକୁ ଚାହାଁନ୍ତି ।

କେତେକ ରାଜ୍ୟରେ ନିର୍ବାଚନ ଅଛି ତେଣୁ ସରକାର 'ଭୋଟ ପାଇଁ ରାସ୍ତା' ତିଆରି କରିଛନ୍ତି । ଏମାନେ ଟଙ୍କା ଖର୍ଚ୍ଚ ବିଷୟରେ କହିଥିଲେ କିନ୍ତୁ ବଜେଟରେ ଏପରି କିଛି ପରିଲକ୍ଷିତ ହୋଇନି । ଆମେ ଆଶା କରିଥିଲୁ ସରକାର ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନଗଦ ଟଙ୍କା ଟ୍ରାନ୍ସଫର କରିବେ କିନ୍ତୁ କିଛି ହେଲା ନାହିଁ | ଘରୋଇକରଣ କରି ସରକାର ଭାବନ୍ତି ଯେ ଦେଶ ବିକ୍ରୟ ହେବା ଉଚିତ ବୋଲି କହିଛନ୍ତି ଅଧିର ରଞ୍ଜନ ।

ସେହିପରି ବିହାରର ଆରଜେଡି ନେତା ତେଜସ୍ବୀ ଯାଦବ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହି ବଜେଟ ଦେଶର ବିକାଶ ପାଇଁ ନୁହେଁ ବରଂ ଏହା ବିକ୍ରୟ ପାଇଁ ପ୍ରସ୍ତୁତ ହୋଇଛି । ଏହାପୂର୍ବରୁ ସରକାର ରେଳବାଇ, ଏୟାର ଇଣ୍ଡିଆ, ଭରତ ପେଟ୍ରୋଲିୟମ ଏବଂ ଅନ୍ୟାନ୍ୟ କ୍ଷେତ୍ରକୁ ବିକ୍ରୟ କରିସାରିଥିବା କହିଛନ୍ତି ତେଜସ୍ବୀ ।

ଆଗକୁ ନିର୍ବାଚନ ଆସୁଥିବାରୁ ପଶ୍ଚିମବଙ୍ଗ ପାଇଁ ଅନେକ କିଛି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହା ସତ୍ତ୍ବେ ମଧ୍ୟ ମୋଦି ସରକାରଙ୍କୁ ଘେରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି, ଏହା ଜନ ବିରୋଧୀ ବଜେଟ । ସରକାର ସର୍ବଦା ମିଥ୍ୟା ବିବୃତ୍ତି ଦେଉଛନ୍ତି | ଭାରତର ପ୍ରଥମ କାଗଜହୀନ ବଜେଟ ପ୍ରାୟ ପ୍ରତ୍ୟେକ କ୍ଷେତ୍ରକୁ ବିକ୍ରି କରିଛି । ବଜେଟରେ ଅସଂଗଠିତ କ୍ଷେତ୍ର ପାଇଁ କିଛି ନାହିଁ ବୋଲି ଅଭିଯୋଗ କରିଛନ୍ତି ମମତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.