ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲୋକସଭାରେ ୧୨୭ ତମ ସମ୍ବିଧାନ ସଂଶୋଧନ ବିଲ (127th Constitution Amendment Bill) ଆଗତ କରିବାକୁ ଯାଉଛନ୍ତି । ବିଲକୁ ସମର୍ଥନ କରିବା ପାଇଁ ସରକାର ବିରୋଧୀଙ୍କ ସହଯୋଗ ଲୋଡିଥିବା ବେଳେ, ବିରୋଧୀ ମଧ୍ୟ ସମର୍ଥନ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ତେବେ ବିଲ ଆଗତ ପରେ ସ୍ପଷ୍ଟ ହେବ ବିରୋଧୀ ବିରୋଧ କରୁଛନ୍ତି ନା ସମର୍ଥନ ।
କଣ ଏହି ୧୨୭ ତମ ସମ୍ବିଧାନ ସଂଶୋଧନ ବିଲ?
କେନ୍ଦ୍ର ସରକାର ଆଜି ଲୋକସଭାରେ ୨୭ ତମ ସମ୍ବିଧାନ ସଂଶୋଧନ ବିଲ ଆଗତ କରିବାକୁ ଯାଉଛନ୍ତି । ଏହି ବିଲ ଆଗତ ହୋଇ ଗୃହିତ ହେଲେ ସମସ୍ତ ରାଜ୍ୟ ମାନଙ୍କୁ ନିଜସ୍ବ ପଛୁଆବର୍ଗ(ଓବିସି) ତାଲିକା ପ୍ରସ୍ତୁତ କରିବାକୁ ଅଧିକାର ମିଳିବ । କିଛି ଦିନ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ଏହାକୁ ମଞ୍ଜୁରୀ ପ୍ରଦାନ କରିଥିଲା । ବିଲକୁ ନେଇ ରାଜ୍ୟସଭାରେ ବିରୋଧୀ ଦଳନେତା ମଲ୍ଲିକାର୍ଜୁନ ଖର୍ଗେ କହିଛନ୍ତି ବିରୋଧୀ ଦଳ ବିଲକୁ ସମର୍ଥନ କରିବ ।
ବିଲ ଉପରେ ସୁପ୍ରିମକୋର୍ଟ ଲଗାଇଥିଲେ ରୋକ...
ଏହି ବିଲକୁ ନେଇ ଅନେକ ଦ୍ବନ୍ଦ ବିବାଦ ଉପୁଜିଥିଲା । କିନ୍ତୁ କେନ୍ଦ୍ର ସରାକର ନିଜର କ୍ଷମତା ବ୍ୟବହାର କରି ଆଧ୍ୟାଦେଶ ଆଣି ବିଲକୁ କ୍ୟାବିନେଟର ମଞ୍ଜୁରୀ କରାଇଥିଲେ । କାରଣ ସୁପ୍ରିମକୋର୍ଟ ଏହି ବିଲକୁ ମେ’ ୫ ରେ ରୋକ ଲଗାଇଥିଲେ । ଏପରିକି ଗତ ମାସରେ ସରକାରଙ୍କ ସମୀକ୍ଷା ଯାଚିକାକୁ ମଧ୍ୟ ଖାରଜ କରିଥିଲେ । ତେବେ ଯଦି ବିଲ ଗୃହିତ ହୋଇ ଆଇନରେ ପରିଣତ ହୁଏ ଏହା ଦେଶର ପଛୁଆବର୍ଗଙ୍କ ପାଇଁ ବଡ ସଫଳତା ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ