ETV Bharat / bharat

ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି: ପାର୍ଲାମେଣ୍ଟରୁ ବିରୋଧିଙ୍କ ତ୍ରିରଙ୍ଗା ମାର୍ଚ୍ଚ - ତ୍ରିରଙ୍ଗା ପଦଯାତ୍ରା କଲେ ବିରୋଧି

ଆଦାନୀ ପ୍ରସଙ୍ଗରେ କମ୍ପିଲା ଗୃହ । ଯୁଗ୍ମ ସଂସଦୀୟ କମିଟି ତଦନ୍ତ ଦାବିରେ ସଂସଦରୁ ତ୍ରିରଙ୍ଗା ମାର୍ଚ୍ଚ ବାହାର କଲେ ବିରୋଧି । ଅଧିକ ପଢନ୍ତୁ

ପାର୍ଲାମେଣ୍ଟରୁ ତ୍ରିରଙ୍ଗା ପଦଯାତ୍ରା କଲେ ବିରୋଧି

author img

By

Published : Apr 6, 2023, 2:28 PM IST

ନୂଆଦିଲ୍ଲୀ: ସଂସଦ ବଜେଟ ଅଧିବେଶନର ଶେଷ ଦିନରେ ଆଦାନୀ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧି । ବିରୋଧି ଦଳ ସାଂସଦମାନେ ଆଦାନୀ ପ୍ରସଙ୍ଗରେ ଯୁଗ୍ମ ସଂସଦୀୟ କମିଟି ତଦନ୍ତ ଦାବି କରି ଆଜି ସଂସଦରୁ ବିଜୟ ଛକ ପର୍ଯ୍ୟନ୍ତ ତ୍ରିରଙ୍ଗା ମାର୍ଚ୍ଚ ବାହାର କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ଅନ୍ୟାନ୍ୟ ବିରୋଧି ଦଳ ସାଂସଦମାନେ ହାତରେ ତ୍ରିରଙ୍ଗା ପତାକା ଧରି ପାର୍ଲାମେଣ୍ଟରୁ ପଦଯାତ୍ରା ଚଳାଇଛନ୍ତି । ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ ଏଥିରେ ସାମିଲ ହୋଇ କହିଛନ୍ତି, ସରକାର ନିଜେ ସଂସଦ ଚଳାଇ ଦେଉନାହାନ୍ତି । କାହିଁକି ସେମାନେ ଆଦାନୀ ଗ୍ରୁପ ଜାଲିଆତି ପ୍ରସଙ୍ଗରେ ଆଲୋଚନା କରିବାକୁ ପଛଘୁଞ୍ଚା ଦେଉଛନ୍ତି ।

ଆଜି ସଂସଦ ବଜେଟ ଅଧିବେଶନର ଶେଷ ଦିନ ଥିବାବେଳେ ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରି ନାହିଁ । ଅଧିବେଶନ ଆରମ୍ଭ ଦିନରୁ ବାରମ୍ବାର ଗୃହ ମୁଲତବୀ ରହିଛି । ଆଜି ଶେଷ ଦିନରେ ମଧ୍ୟ ଗୃହରେ ବିରୋଧି ସଦସ୍ୟ ଆଦାନୀ ପ୍ରସଙ୍ଗ ଉଠାଇ ହୋ ହଲ୍ଲା କରିଥିଲେ । ଯୁଗ୍ମ ସଂସଦୀୟ କମିଟି ଏହି ମାମଲାର ତଦନ୍ତ କରୁ ବୋଲି ଦାବି କରିଥିଲେ । ଅନ୍ୟପଟେ ରାହୁଲ ଗାନ୍ଧୀ ଲଣ୍ଡନ ବୟାନକୁ ନେଇ କ୍ଷମା ଦାବି କରିଥିଲା ବିଜେପି । ପ୍ରବଳ ହଟ୍ଟଗୋଳ ଯୋଗୁଁ ଶେଷରେ ଲୋକସଭାକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ମୁଲତବୀ ରଖାଯାଇଛି ।

ଲୋକସଭା ମୁଲତବୀ ହେବା ପରେ ବିରୋଧି ଦଳ ସାଂସଦମାନେ ସଂସଦରୁ ତ୍ରିରଙ୍ଗା ମାର୍ଚ୍ଚ ବାହାର କରିଛନ୍ତି । ଯାହା ବିଜୟ ଛକଠାରେ ଶେଷ ହେବ । ଏହି ପଦଯାତ୍ରା ପରେ ବିରୋଧି ଦଳଗୁଡିକ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ଆଜି ସନ୍ଧ୍ୟାରେ ଲୋକସଭା ବାଚସ୍ପତିଙ୍କ ଦ୍ବାରା ହେବାକୁ ଚା' ପାନ ବୈଠକକୁ (Evening Tea Meeting)ରେ ତିନୋଟି ରାଜନୈତିକ ଦଳ ବର୍ଜନ କରିବେ ।

ତେବେ ଆଜିର ତ୍ରିରଙ୍ଗା ମାର୍ଚ୍ଚ ପାଇଁ ଗତକାଲି ସକାଳେ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ନେତୃତ୍ବରେ ଆୟୋଜିତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଡିଏମକେ, ତୃଣମୂଳ କଂଗ୍ରେସ, ଆପ୍, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇଏମ, ସପିଆଇ, ମୁସଲିମ ଲିଗ୍ ଇତ୍ୟାଦି ବିରୋଧି ଦଳର ନେତାମାନେ ସାମିଲ ହୋଇଥିଲେ । କଂଗ୍ରେସ ଅଧ୍ୟକ୍ଷ ଖଡ୍‌ଗେ କହିଛନ୍ତି, ''ଗଣତାନ୍ତ୍ରିକ ପଦ୍ଧତିରେ ଲଢେଇ କରିବା ଆମର କର୍ତ୍ତବ୍ୟ । ଗଣତନ୍ତ୍ରକୁ ବଞ୍ଚାଇ ରଖିବାକୁ ଚାହୁଁଥିଲେ ବିରୋଧିଙ୍କ କଥା ଶୁଣିବା ଆବଶ୍ୟକ । ରାହୁଲ ଗାନ୍ଧୀ ସଂସଦ ସଦସ୍ୟତା ହରାଇବା ପରେ ମଧ୍ୟ ଶାସକ ଦଳ ତାଙ୍କର କ୍ଷମା ପ୍ରାର୍ଥନା ଦାବି କରିଛନ୍ତି । ଏପରି କରି ସେମାନେ ବିରୋଧିଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ଜଣାପଡୁଛି ।''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.