ETV Bharat / bharat

ସିବିଆଇ ଓ ଇଡି ବିରୋଧରେ ସୁପ୍ରିମକୋର୍ଟ ଗଲେ ୧୪ ବିରୋଧି ଦଳ, ଆସନ୍ତା ୫ରେ ଶୁଣାଣି

author img

By

Published : Mar 24, 2023, 12:39 PM IST

କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଗୁଡିକର ଅପବ୍ୟବହାର ଅଭିଯୋଗରେ ସୁପ୍ରିମକୋର୍ଟ ଗଲେ ୧୪ ବିରୋଧି ଦଳ । ଅଧିକ ପଢନ୍ତୁ

ସିବିଆଇ ଓ ଇଡି ବିରୋଧରେ ସୁପ୍ରିମକୋର୍ଟ ଗଲେ ୧୪ ବିରୋଧି ଦଳ

ନୂଆଦିଲ୍ଲୀ: ସିବିଆଇ ଓ ଇଡି ବିରୁଦ୍ଧରେ ସୁପ୍ରିମକୋର୍ଟ ଗଲେ ୧୪ ବିରୋଧି ଦଳ । ଦେଶରେ କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥା ଗୁଡିକର ଅପବ୍ୟବହାର ହେଉଥିବା ଅଭିଯୋଗ ଆଣି କଂଗ୍ରେସର ନେତୃତ୍ବରେ ୧୪ ବିରୋଧି ଦଳ ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । କୋର୍ଟ ଏହା ଉପରେ ଗାଇଡଲାଇନ ଆଣନ୍ତୁ ବୋଲି ସେମାନେ ଆବେଦନରେ ଉଲ୍ଲେଖ କରିଛନ୍ତି । ଆସନ୍ତା ଏପ୍ରିଲ ୫ ତାରିଖରେ ସର୍ବୋଚ୍ଚ ଅଦାଲତରେ ଏହି ମାମଲାର ଶୁଣାଣି ହେବ । ବିଜେପି ସରକାର ସିବିଆଇ ଓ ଇଡି ଭଳି ଏଜେନ୍ସି ଗୁଡିକୁ ବିରୋଧି ଦଳ ବିରୋଧରେ ବ୍ୟବହାର କରୁଛି । କେନ୍ଦ୍ରୀୟ ଏଜେନ୍ସି ଜରିଆରେ ବିରୋଧି ନେତାମାନଙ୍କୁ ଟାର୍ଗେଟ କରାଯାଉଥିବା ବିରୋଧି ଦଳ ଅଭିଯୋଗ କରିଛନ୍ତି ।

ବରିଷ୍ଠ ଆଇନଜୀବୀ ଏଏମ୍ ସିଂଘଭି ୧୪ ବିରୋଧି ଦଳ ପକ୍ଷରୁ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ସାମ୍ନାରେ ମାମଲା ରଖିଛନ୍ତି । ଏହି ବିରୋଧି ଦଳ ଗୁଡିକ ମଧ୍ୟରେ ଡିଏମକେ, ରାଷ୍ଟ୍ରୀୟ ଜନତା ଦଳ, ଭାରତ ରାଷ୍ଟ୍ର ସମିତି, ଅଲ ଇଣ୍ଡିଆ ତୃଣମୂଳ କଂଗ୍ରସ, ସିପିଆଇ, ସିପିଏମ, ଏନସିପି, ଆମ ଆଦମୀ ପାର୍ଟି, ନ୍ୟାସନାଲ କନଫରେନ୍ସ, ସମାଜବାଦୀ ପାର୍ଟି ଇତ୍ୟାଦି ରହିଛନ୍ତି ।

ସିଂଘଭି ପ୍ରଧାନ ବିଚାରପତିଙ୍କ ଜଣାଇଛନ୍ତି ଯେ, ଦେଶରେ ୯୫ ପ୍ରତିଶତ ମାମଲା ବିରୋଧ ଦଳ ନେତାମାନଙ୍କ ବିରୁଦ୍ଧରେ ରହିଛି । ସେମାନେ ତଦନ୍ତରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚାହୁଁନାହାନ୍ତି । କିନ୍ତୁ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଗୁଡିକର ଅପବ୍ୟବହାର ରୋକିବାକୁ ପ୍ରି ଆରେଷ୍ଟ ଏବଂ ପୋଷ୍ଟ ଆରେଷ୍ଟ ଗାଇଡଲାଇନ କୋର୍ଟ ସ୍ଥିର କରିବା ଉଚିତ୍ ବୋଲି ବିରୋଧି ଦଳ ଚାହାନ୍ତି । ସର୍ବୋଚ୍ଚ ଅଦାଲତ ମଧ୍ୟ ମାମଲାର ବିଚାର ପାଇଁ ରାଜି ହୋଇଛନ୍ତି । ଆସନ୍ତା ଏପ୍ରିଲ ୫ ତାରିଖରେ ଶୁଣାଣି ଲାଗି ମାମଲା ତାଲିକାଭୁକ୍ତ କରିଛନ୍ତି ପ୍ରଧାନ ବିଚାରପତି ।

ଏହାମଧ୍ୟ ପଢନ୍ତୁ: Modi surname Remark: ଜରୁରୀ ବୈଠକ ଡାକିଲା କଂଗ୍ରେସ

ବିରୋଧି ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରରେ ବିଜେପି ସରକାର ଆସିବା ପର ଠାରୁ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଗୁଡିକରୁ ଅପବ୍ୟବହାର ହେଉଛି । ରାଜନେତାମାନେ ବିଜେପି ସାମିଲ ହେବା ପରେ ତାଙ୍କ ବିରୁଦ୍ଧରେ ମାମଲା ବନ୍ଦ କରିଦିଆଯାଉଛି । ଅନ୍ୟପଟେ ବିଜେପି ଏହାକୁ ଖଣ୍ଡନ କରିଛି । ତଦନ୍ତ ଏଜେନ୍ସି ନିରପେକ୍ଷ ଭାବେ କାର୍ଯ୍ୟ କରୁଥିବା ଦଳ କହିଛି । ପ୍ରକାଶଥାଉ କି, ଦଳ ଇଡି ଓ ସିବିଆଇର ଅପବ୍ୟବହାର ଅଭିଯୋଗରେ କିଛି ଦିନ ତଳେ ୯ ବିରୋଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ । ବିରୋଧି ନେତାଙ୍କୁ ଫସାଇବା ପାଇଁ ଏହି ଏଜେନ୍ସିର ବ୍ୟବହାର ହେଉଥିବା ଚିଠିରେ ଉଲ୍ଲେଖ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.