ETV Bharat / bharat

Parliament Winter session: ନିଲମ୍ବିତ ରାଜ୍ୟସଭା ସାଂସଦଙ୍କ ପାଇଁ ଗାନ୍ଧୀମୂର୍ତ୍ତି ତଳେ ଗର୍ଜିଲେ ବିରୋଧୀ - ନିଲମ୍ବନ ପ୍ରତ୍ୟାହାର ଦାବି ବିକ୍ଷୋଭ ଖବର

ନିଲମ୍ବିତ ହୋଇଥିବା ୧୨ ରାଜ୍ୟସଭା ସାଂସଦଙ୍କ (12 RS MP) ନିଲମ୍ବନ ପ୍ରତ୍ୟାହାର ଦାବିରେ ସଂସଦ ପରିସରରେ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିରୋଧୀ ଦଳର ନେତାମାନେ ବିରୋଧ କରିଛନ୍ତି। ସେପଟେ ପ୍ରତ୍ୟାହାରକୁ ପ୍ରତ୍ୟାଖାନ କରିଛନ୍ତି ରାଜ୍ୟସଭା ଅଧକ୍ଷ୍ୟ ଏମ ଭେଙ୍କେୟା ନାଇଡୁ( Rajya Sabha Chairman M Venkaiah Naidu) । ଅଧିକ ପଢନ୍ତୁ

ନିଲମ୍ବିତ ରାଜ୍ୟସଭା ସାଂସଦ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିରୋଧୀଙ୍କ ଧାରଣା

author img

By

Published : Nov 30, 2021, 12:43 PM IST

Updated : Nov 30, 2021, 12:55 PM IST

ନୂଆଦିଲ୍ଲୀ: ଆଜି ସଂସଦ ଶୀତ ଅଧିବେଶନର (Winter session of Parliament) ଦ୍ବିତୀୟ ଦିନ । ନିଲମ୍ବିତ ୧୨ ରାଜ୍ୟସଭା ସାଂସଦଙ୍କ (12 RS MP) ନିଲମ୍ବନ ପ୍ରତ୍ୟାହାର ଦାବିରେ ସଂସଦ ପରିସରର ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିରୋଧୀ ଦଳର ନେତାମାନେ ବିରୋଧ କରିଛନ୍ତି। ସେପଟେ ପ୍ରତ୍ୟାହାରକୁ ପ୍ରତ୍ୟାଖାନ କରିଛନ୍ତି ରାଜ୍ୟସଭା ଅଧକ୍ଷ୍ୟ ଏମ ଭେଙ୍କେୟା ନାଇଡୁ( Rajya Sabha Chairman M Venkaiah Naidu) ।

ନିଲମ୍ବିତ ରାଜ୍ୟସଭା ସାଂସଦ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିରୋଧୀଙ୍କ ଧାରଣା

ନିଲମ୍ବିତ ୧୨ ରାଜ୍ୟସଭା ସାଂସଦଙ୍କ (12 RS MP) ନିଲମ୍ବନ ପ୍ରତ୍ୟାହାର ଦାବି କରି ସଂସଦ ପରିସରରେ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ନାରାବାଜି ଦେଇ କେନ୍ଦ୍ର ସରକାରଙ୍କୁ ବିରୋଧ କରିଛନ୍ତି ବିରୋଧୀ ଦଳ ନେତା । ମୌସୁମୀ ଅଧିବେଶନର ହଟ୍ଟଗୋଳ ପାଇଁ ଶୀତ ଅଧିବେଶନରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସହଜରେ ଗ୍ରହଣ କରିପାରୁନାହାନ୍ତି ବିରୋଧୀ । ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବାକୁ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡଗେ ଦାବି କରିଥିଲେ ମଧ୍ୟ ଏହାକୁ ଗୃହର ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଅଗ୍ରାହ୍ୟ କରି ଦେଇଛନ୍ତି। ନିଲମ୍ବନ ଆଦେଶ ପ୍ରତ୍ୟାହାର ନ ହେବା ଯାଏ, ସେମାନେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେବେ ବୋଲି କହିଛନ୍ତି । କଂଗ୍ରେସ ନେତା ପି. ଚିଦାମ୍ବରମ ମଧ୍ୟ ବିକ୍ଷୋଭରେ ସାମିଲ ଅଛନ୍ତି ।

ନିଲମ୍ବିତ ରାଜ୍ୟସଭା ସାଂସଦଙ୍କୁ ନେଇ ଏମ ଭେଙ୍କେୟା ନାଇଡୁ ବିରୋଧୀ ଦଳ ନେତା ମଲ୍ଲିକାର୍ଜ୍ଜୁନ ଖଡଗେ ପ୍ରଶ୍ନ କରିଛନ୍ତି । ଗତ ମୌସୁମୀ ଅଧିବେଶନ ଘଟଣାକୁ ନେଇ କିପରି ୧୨ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଏହାକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରି ଆମେ ଆପଣଙ୍କ କାର୍ଯ୍ୟାଳୟକୁ ଆସିଥିଲୁ । ଗତ ମୌସୁମି ଅଧିବେଶନରୁ ନେଇ ଆପଣ କିପରି ଏ ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମଲ୍ଲିକାର୍ଜ୍ଜୁନ ଖଡଗେ।

ପ୍ରକାଶ ଥାଉ କି, ପ୍ରଥମ ଦିନରେ ଗତ ମୌସୁମୀ ଅଧିବେଶନ (Monsoon session)ରେ ହଟ୍ଟଗୋଳ ଓ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ଚଳିତ ଅଧିବେଶନ (winter session)ରୁ ୧୨ ରାଜ୍ୟସଭା ସାଂସଦ ନିଲମ୍ବିତ ହୋଇଛନ୍ତି ।

@ANI

Last Updated : Nov 30, 2021, 12:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.