ETV Bharat / bharat

Presidential Eletion: ୨୭ରେ ପ୍ରାର୍ଥିପତ୍ର ଦାଖଲ କରିବେ ଯଶୱନ୍ତ ସିହ୍ନା

ଆସନ୍ତା ୨୭ରେ ପ୍ରାର୍ଥିପତ୍ର ଦାଖଲ କରିବେ ଯଶୱନ୍ତ ସିହ୍ନା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଲା Z ବର୍ଗ ସୁରକ୍ଷା । ଅଧିକ ପଢନ୍ତୁ

author img

By

Published : Jun 24, 2022, 12:14 PM IST

Presidential Eletion: ଆସନ୍ତା ୨୭ରେ ପ୍ରାର୍ଥିପତ୍ର ଦାଖଲ କରିବେ ଯଶୱନ୍ତ ସିହ୍ନା

ନୂଆଦିଲ୍ଲୀ: ଆସନ୍ତା ସୋମବାର(ଜୁନ ୨୭) ତାରିଖରେ ବିରୋଧି ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିବେ ଯଶୱନ୍ତ ସିହ୍ନା । ଆଜିଠୁ ସେ ଦୁଇ ଦିନିଆ ବିହାର ଏବଂ ଝାଡଖଣ୍ଡ ଗସ୍ତ କରିବେ । ସେହିପରି ଆଜିଠୁ ସିହ୍ନାଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯଶୱନ୍ତ ସିହ୍ନାଙ୍କୁ Z ବର୍ଗ ସୁରକ୍ଷା ଯୋଗାଇ ଦେଇଛନ୍ତି । CRPF କମାଣ୍ଡୋ ତାଙ୍କର ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । ଗୋଟିଏ ସିଫ୍ଟିରେ ୮ରୁ ୧୦ ଜଣ ସୁରକ୍ଷାକର୍ମୀ ତାଙ୍କୁ ସୁରକ୍ଷା ଦେବେ ।

ସେ ଯେଉଁ ସ୍ଥାନକୁ ଯିବେ ତାଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ନିଆଯିବ । ଏନେଇ ଆଜି ସରକାରୀ ସ୍ତରରେ ସୂଚନା ଦିଆଯାଇଛି । ଅନ୍ୟପଟେ ଆଜି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପ୍ରାର୍ଥିପତ୍ର ଦାଖଲ କରିବେ । ଏଥିପାଇଁ ସେ ସଂସଦ ଭବନରେ ମଧ୍ୟ ପହଞ୍ଚି ସାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁର୍ମୁଙ୍କ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟାରେ ସାମିଲ ହେବେ ଏବଂ ତାଙ୍କର ପ୍ରଥମ ପ୍ରସ୍ତାବକ ମଧ୍ୟ ରହିବେ । ଏଥିରେ ଓଡିଶାରୁ ଦୁଇ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.