ETV Bharat / bharat

14 ଟିଭି ଆଙ୍କରଙ୍କ କାର୍ଯ୍ୟକ୍ରମ ବର୍ଜନ କରିବ ‘ଇଣ୍ଡିଆ’ ମେଣ୍ଟ

author img

By ETV Bharat Odisha Team

Published : Sep 14, 2023, 11:00 PM IST

14 ଟିଭି ଆଙ୍କରଙ୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବନି ‘ଇଣ୍ଡିଆ’ ମେଣ୍ଟ । ଜାରି କଲା ସୂଚୀ । ବିଜେପି ମନେ ପକାଇଲା ଏମରଜେନ୍ସି । ଅଧିକ ପଢନ୍ତୁ

14 ଟିଭି ଆଙ୍କରଙ୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବନି ‘ଇଣ୍ଡିଆ’ ମେଣ୍ଟ

ନୂଆଦିଲ୍ଲୀ: ବିଜେପି ବିରୋଧରେ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟ ନିଜର ମିଡିଆ ରଣନୀତି ପ୍ରସ୍ତୁତି କରିଛି । 14 ଟେଲିଭିଜନ ଆଙ୍କରଙ୍କ ତର୍କ କାର୍ଯ୍ୟକ୍ରମକୁ ବର୍ଜନ କରିଛି ମେଣ୍ଟ । ଏହି କାର୍ଯ୍ୟକ୍ରମରେ ମେଣ୍ଟର କୌଣସି ମୁଖପାତ୍ର କିମ୍ବା ନେତା ଅଂଶଗ୍ରହଣ କରିବେ ନାହିଁ । ତେବେ ବିରୋଧୀ ମେଣ୍ଟର ଏହି ନୀତିକୁ ବିଜେପି ସାମାଲୋଚନା କରିଛି । ଏହାକୁ ଜରୁରୀକାଳୀନ ସ୍ଥିତି ସହ ଭାରତୀୟ ଜନତା ପାର୍ଟି ତୂଳନା କରିଛି । ସେହିପରି ନ୍ୟୁଜ୍ ବ୍ରୋଡକାଷ୍ଟର୍ସ ଏବଂ ଡିଜିଟାଲ୍ ଆସୋସିଏସନ୍ (ଏନବିଡିଏ) ମଧ୍ୟ ଏହି ନିଷ୍ପତ୍ତିକୁ ନାପସନ୍ଦ କରିଛି । ଏହି ନିଷ୍ପତ୍ତି ଏକ ବିପଜ୍ଜନକ ଉଦାହରଣ ଏବଂ ଏହା ଗଣତନ୍ତ୍ରର ନୈତିକତା ବିରୋଧୀ ବୋଲି ଏନବିଡିଏ କହିଛି ।

ମେଣ୍ଟର ଗଣମାଧ୍ୟମ କମିଟି ଏହି ନିର୍ଦ୍ଦିଷ୍ଟ ସାମ୍ବାଦିକମାନଙ୍କ କାର୍ଯ୍ୟକ୍ରମକୁ ବର୍ଜନ କରିବା ତଥା ସେମାନଙ୍କ ପ୍ରତିନିଧୀଙ୍କୁ ଏହିପରି ଚ୍ୟାନେଲ କିମ୍ବା ପ୍ଲାଟଫର୍ମରେ ଆୟୋଜିତ ବିତର୍କ କାର୍ଯ୍ୟକ୍ରମକୁ ନପଠାଇବା ପାଇଁ ନିଷ୍ପତ୍ତି ନେଇଛି । ବିରୋଧୀ ମେଣ୍ଟର ଗଣମାଧ୍ୟମ କମିଟିର ଏକ ବିବୃତ୍ତି ଅନୁଯାୟୀ, ଏପରି ସାମ୍ବାଦିକମାନଙ୍କ ନାମ ତାଲିକାଭୁକ୍ତ ଭାବେ ଦର୍ଶାଇଛି । ଏହି ତାଲିକାରେ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ତଥା ଟେଲିଭିଜନ ଆଙ୍କର ରହିଛନ୍ତି ।

ଏହି ତାଲିକାରେ ଆଦିତ୍ୟ ତ୍ୟାଗୀ (ଭାରତ ଏକ୍ସପ୍ରେସ), ଅମନ ଚୋପ୍ରା (ନ୍ୟୁଜ୍-18 ଭାରତ), ଅମିଷ ଦେବଗନ୍ (ନ୍ୟୁଜ୍ 18 ଇଣ୍ଡିଆ), ଆନନ୍ଦ ନରସିଂହନ୍ (ନ୍ୟୁଜ୍ 18), ଅର୍ଣ୍ଣବ ଗୋସ୍ୱାମୀ (ରିପବ୍ଲିକ ଟିଭି ), ଚିତ୍ରା ତ୍ରିପାଠୀ (ଆଜତକ), ଗୌରବ ସାୱନ୍ତ (ଅଜତକ), ନବିକା କୁମାର ( ଟାଇମ୍ସ ନାଓ / ନବଭାରତ), ପ୍ରସି ପର୍ଶର (ଇଣ୍ଡିଆ ନ୍ୟୁଜ୍), ରୁବିକା ଲିଆକତ (ଇଣ୍ଡିଆ-24), ଶିବ ଆରୋର (ଇଣ୍ଡିଆ ଟୁଡେ), ସୁଧୀର ଚୌଧୁରୀ (ଆଜତକ) ଏବଂ ସୁଶାନ୍ତ ସିହ୍ନା (ଟାଇମ୍ସ ନାଓ /ନବଭାରତ) ପ୍ରମୁଖ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- INDIA Bloc: ଆଜି ଦିଲ୍ଲୀରେ ଇଣ୍ଡିଆ ମେଣ୍ଟ ସମନ୍ବୟ କମିଟିର ପ୍ରଥମ ବୈଠକ

ଗତକାଲି ନବଗଠିତ ଇଣ୍ଡିଆ ମେଣ୍ଟ ସମନ୍ବୟ କମିଟିର ପ୍ରଥମ ବୈଠକ ଆଜି(ବୁଧବାର) ଅନୁଷ୍ଠିତ ହୋଇଥିଲା । ଦିଲ୍ଲୀରେ ଥିବା ଶରଦ ପାୱରଙ୍କ ବାସଭବନରେ ବୈଠକ ଏକାଠି ହୋଇଥିଲା କମିଟି । ଏଥିରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ସଂକ୍ରାନ୍ତରେ ଆଲୋଚନା ହୋଇଛି । ଏହି ୧୪ ଜଣିଆ ସମନ୍ବୟ କମିଟିରେ ଏନସିପି ସୁପ୍ରିମୋ ଶରଦ ପାୱରଙ୍କ ସମେତ କଂଗ୍ରେସ ନେତା କେସି ବେଣୁଗୋପାଳ, ଆମ ଆଦମୀ ପାର୍ଟିର ରାଘବ ଚଢା, ରାଷ୍ଟ୍ରୀୟ ଜନତା ଦଳ(JDU)ର ତେଜସ୍ବୀ ଯାଦବ ଏବଂ ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ ପ୍ରମୁଖ ସଦସ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.