ETV Bharat / bharat

NDA ମେଣ୍ଟରୁ ଓହରିଲେ ନୀତିଶ ହୋଇପାରନ୍ତି ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ: NCP - ରାଷ୍ଟ୍ରପତି ପଦ ନେଇ ଚର୍ଚ୍ଚା

ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ନୀତିଶ କୁମାର । ପ୍ରଥମେ ଏନଡିଏ ମେଣ୍ଟରୁ ଓହରିବାକୁ ହେବା ନେଇ ସୂଚନା ଦେଲେ ଏନସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲ୍ଲିକ । ଅଧିକ ପଢନ୍ତୁ

NDA ମେଣ୍ଟରୁ ଓହରିଲେ ନିତିଶ ହୋଇପାରନ୍ତି ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ: NCP

author img

By

Published : Feb 22, 2022, 10:53 PM IST

ମୁମ୍ବାଇ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ ଏବେ ପରବର୍ତ୍ତୀ ରାଷ୍ଟ୍ରପତି ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ବରିଷ୍ଠ ଏନସିପି ନେତା ନଓ୍ବାବ ମଲ୍ଲିକଙ୍କ ବଡ ବୟାନ ଏହି ପ୍ରସଙ୍ଗରେ ଉଷ୍ମତା ବଢାଇବାରେ ଲାଗିଛି । ବର୍ତ୍ତମାନ ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ (JDU) ମୁଖ୍ୟ ନୀତିଶ କୁମାର ଯଦି NDA ମେଣ୍ଟ ସହ ନିଜର ସମର୍ଥନ ପ୍ରତ୍ୟାହାର କରନ୍ତି, ତେବେ ତାଙ୍କ ନାମ ବିରୋଧୀଙ୍କ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମଧ୍ୟ ବିଚାର କରାଯାଇପାରେ ।

ଆଜି ଏନସିପି ମୁଖପାତ୍ର ତଥା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନଓ୍ବାବ ମଲ୍ଲିକ କହିଛନ୍ତି, ୨୦୨୨ ମଧ୍ୟରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ନୀତିଶଙ୍କୁ ମଧ୍ୟ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀ ଭାବେ ଦେଖିବାକୁ ମିଳିପାରେ । ତେବେ ନୀତିଶ ବର୍ତ୍ତମାନ ଏନଡିଏର ସହଯୋଗୀ ରହିଛନ୍ତି । ସେ ମେଣ୍ଟ ଛାଡିବା ପରେ ତାଙ୍କ ନାମରେ ବିରୋଧୀ ଦଳର ମେଣ୍ଚ ବିଚାର କରିପାରେ ।

ବର୍ତ୍ତମାନ କିଛି ଗଣମାଧ୍ୟମରେ ଜାରି ରହିଥିବା ଅନ୍ୟ ଏକ ଚର୍ଚ୍ଚା ମଧ୍ୟ ଏହି ପ୍ରସଙ୍ଗକୁ ବଳ ଦେବାରେ ଲାଗିଛି । ବର୍ତ୍ତମାନ ଜାତୀୟ ରାଜନୀତିରେ ବେସ ପ୍ରଭାବ ରଖୁଥିବା ଉତ୍ତର ପ୍ରଦେଶ ସମେତ ମୋଟ ୫ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଛି । ଯାହାର ଫଳାଫଳ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଖୁବ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି । ତେବେ ଫଳାଫଳ ଆସିବା ପରେ ନୀତିଶ କୁମାର ବିହାରରେ ଏନଡିଏ ହତା ଛାଡିବାର ଅପେକ୍ଷାରେ ରହିଛନ୍ତି ।

ମଲ୍ଲିକ ଗଣମାଧ୍ୟମକୁ ଆହୁରି ମଧ୍ୟ କହିଛନ୍ତି, ଯଦି ଜେଡି(ୟୁ) ପ୍ରଥମେ ଏନଡିଏ ମେଣ୍ଟରୁ ଠାରୁ ଦୂରେଇ ଯାଏ ତେବେ ଆମେ ନୀତିଶଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରସ୍ତାବିତ କରିବୁ । ତା ପରେ ଏହା ସାମଗ୍ରିକ ଭାବେ ଅନ୍ୟ ସହଯୋଗୀ ଦଳମାନେ ବିଚାର କରିବା ପରେ ପ୍ରାର୍ଥୀତ୍ବ ଚୂଡାନ୍ତ ହେବ । ସେହିପରି ଜାରି ରହିଥିବା ବିଧାନସଭା ନିର୍ବାଚନର ଫଳାଫଳ ନେଇ ମଧ୍ୟ ସେ ପୂର୍ବାନୂମାନ ପ୍ରକାଶ କରିଛନ୍ତି । ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆରେ ବିଜେପି ଏକ ଭୟଙ୍କର ପରାଜୟର ସମ୍ମୁଖୀନ ହେବାକୁ ଯାଉଥିବା କହିଛନ୍ତି ମଲ୍ଲିକ ।

ବ୍ୟୁର ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.