ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଚାଲିଛି ଭାରତୀୟଙ୍କ ଉଦ୍ଧାର ଅପରେସନ । ପଡୋଶୀ ରାଷ୍ଟ୍ର ଦେଇ ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅପରେସନ ଗଙ୍ଗା ଜରିଆରେ ଆଉ ୪୨୦ ଭାରତୀୟ ସ୍ବଦେଶ ଫେରିଛନ୍ତି । ବାୟୁସେନାର ଦୁଇଟି C-17 ବିମାନ ରୋମାନିଆ ରାଜଧାନୀ ବୁକାରେଷ୍ଟ ଏବଂ ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟରୁ ୪୨୦ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ହିଣ୍ଡୋନ ଏୟାରବେସରେ ଅବତରଣ କରିଛି । ୟୁକ୍ରେନ ଫେରନ୍ତା ଯାତ୍ରୀଙ୍କୁ ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଅଜୟ ଭଟ୍ଟ ସ୍ବାଗତ କରିଛନ୍ତି ।
-
#OperationGanga carries on.
— Dr. S. Jaishankar (@DrSJaishankar) March 3, 2022 " class="align-text-top noRightClick twitterSection" data="
18 flights coming in today. https://t.co/l8G6dRxHCT
">#OperationGanga carries on.
— Dr. S. Jaishankar (@DrSJaishankar) March 3, 2022
18 flights coming in today. https://t.co/l8G6dRxHCT#OperationGanga carries on.
— Dr. S. Jaishankar (@DrSJaishankar) March 3, 2022
18 flights coming in today. https://t.co/l8G6dRxHCT
ଏହାପୂର୍ବରୁ ଆଜି ରୋମାନିଆରୁ ୨୧୯ ଭାରତୀୟଙ୍କୁ ନେଇ ସ୍ବତନ୍ତ୍ର ଇଣ୍ଡିଗୋ ବିମାନ ଦିଲ୍ଲୀରେ ପହଞ୍ଚିଥିଲା । ଅପରେସନ ଗଙ୍ଗା ଅଧିନରେ ଏହି ସ୍ବତନ୍ତ୍ର ଇଣ୍ଡିଗୋ ବିମାନ ଗତକାଲି(ଗୁରୁବାର) ରୋମାନିଆ ରାଜଧାନୀରୁ ବୁକାରେଷ୍ଟରୁ ଭାରତ ଅଭିମୁଖେ ଉଡାଣ ଭରିଥିଲା । ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ବିମାନଟି ଅବତରଣ କରିବା ପରେ କେନ୍ଦ୍ର ରାଷ୍ଟ୍ର କୃଷିମନ୍ତ୍ରୀ କୈଳାଶ ଚୌଧୁରୀ ୟୁକ୍ରେନ ଫେରନ୍ତାଙ୍କୁ ସ୍ବାଗତ କରି ସେମାନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ଭାରତୀୟ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତ ଫେରିଛନ୍ତି । ଏବେସୁଦ୍ଧା ୟୁକ୍ରେନରୁ ୬ ହଜାରରୁ ଅଧିକ ଭାରତୀୟ ସ୍ବଦେଶ ଫେରିଥିବାର ଜଣାପଡିଛି । ଆଜି ଆଉ ୧୮ ବିମାନ ଯୋଗେ ଭାରତୀୟ ଫେରିବେ ବୋଲି ବୈଦଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ବିଟ୍ କରିଛନ୍ତି ।
@ANI