ETV Bharat / bharat

ବିଜେପି ବିନା କ୍ୟାବିନେଟ ବୈଠକରେ ଆଇନ ପ୍ରତ୍ୟାହାର କରିଛି: Chidambaram

author img

By

Published : Nov 20, 2021, 12:58 PM IST

ବିଜେପି ସରକାରରେ ବିନା କ୍ୟାବିନେଟ ବୈଠକରେ ଆଇନ ପ୍ରଣୟନ ଏବଂ ପ୍ରତ୍ୟାହାର ହୁଏ କଟାକ୍ଷ କଲେ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ (Chidambaram) । ଅଧିକ ପଢନ୍ତୁ

ବିଜେପି ହିଁ ବିନା କ୍ୟାବିନେଟ ମିଟିଂରେ ଆଇନ ଗଢେ ଆଉ ଭାଙ୍ଗେ: ଚିଦାମ୍ବରମ

ନୂଆଦିଲ୍ଲୀ: 3 କୃଷି ଆଇନ( three farm laws) ପ୍ରତ୍ୟାହାର ପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ରାଜ୍ୟସଭା ସାଂସଦ ପି ଚିଦାମ୍ବରମ ((Chidambaram) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ବିନା କ୍ୟାବିନେଟ ବୈଠକରେ ଆଇନ ପ୍ରତ୍ୟାହାର କରିଥିବା ସେ ଅଭିଯୋଗ କରିଛନ୍ତି । ଏଥିସହ କେବଳ ବିଜେପି ସରକାରରେ ବିନା କ୍ୟାବିନେଟ ବୈଠକରେ ଆଇନ ପ୍ରଣୟନ ଏବଂ ପ୍ରତ୍ୟାହାର ହୁଏ ବୋଲି ବରିଷ୍ଠ ନେତା ଚିଦାମ୍ବରମ କଟାକ୍ଷ କରି କହିଛନ୍ତି ।

  • Where were these worthy leaders and their wise advice in the last 15 months?

    Did you notice that the PM made the announcement without holding a Cabinet meeting?

    It is only under the BJP that laws are made and unmade without prior Cabinet approval

    — P. Chidambaram (@PChidambaram_IN) November 20, 2021 " class="align-text-top noRightClick twitterSection" data=" ">

କ୍ୟାବିନେଟର ପୂର୍ବ ଅନୁମୋଦନ ବିନା ୩ କୃଷି ଆଇନ ପ୍ରତ୍ୟାହାର( three farm laws) ନିଷ୍ପତ୍ତିକୁ ନେଇ ପି ଚିଦାମ୍ବରମ୍ ଶାସକ ବିଜେପିକୁ ଟାର୍ଗେଟ କରିଛନ୍ତି । କ୍ୟାବିନେଟ ବୈଠକରେ ଆଲୋଚନା ନକରି ପ୍ରଧାନମନ୍ତ୍ରୀ ଏପରି ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, 'ଆପଣ ଲକ୍ଷ୍ୟ କରିଛନ୍ତି କି କ୍ୟାବିନେଟ ବୈଠକ ନକରି ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି । କେବଳ ବିଜେପି ଅଧୀନରେ ହିଁ କ୍ୟାବିନେଟର ଅନୁମୋଦନ ବିନା ଆଇନ ପ୍ରଣୟନ କରାଯାଇଛି ।'

ସୂଚନା ଅନୁଯାୟୀ ଗତକାଲି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁ ବିବାଦୀୟ ୩ କୃଷି ଆଇନକୁ ପ୍ରତ୍ୟାହାର କରିନେଇଛନ୍ତି । ଏହି ଆଇନକୁ ନେଇ ଦେଶବ୍ୟାପୀ କୃଷି ଆନ୍ଦୋଳନ ଲାଗି ରହିଥିଲା । ଏପରିକି ଦିଲ୍ଲୀ ସିଙ୍ଘୁ ବର୍ଡରେ ମଧ୍ୟ ହଜାର ହଜାର ଚାଷୀ ଆନ୍ଦୋଳନରତ ଥିଲେ । ଶହ ଶହ ଆନ୍ଦୋଳନରତ ଚାଷୀଙ୍କ ପ୍ରାଣହାନୀ ମଧ୍ୟ ଘଟିଛି । ଶେଷରେ ଦୀର୍ଘ ଦେଢ ବର୍ଷ ପରେ କୃଷକଙ୍କ ପାଇଁ ଏହି ଆଇନ ପ୍ରତ୍ୟାହାର କରୁଥିବା ଘୋଷଣା କରିଛନ୍ତି ମୋଦି । ଏପରିକି ସେ ଆଇନ ବାବଦରେ ମଧ୍ୟ କୃଷକଙ୍କୁ ବୁଝାଇପାରି ନ ଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି ।

ଏହାପରେ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ଦଳୀୟ କର୍ମୀଙ୍କ ସମେତ ବହୁ ଲୋକେ ସମର୍ଥନ କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (Amit shah), ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ (Rajnath Singh) ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ସ୍ବାଗତ କରିଥିଲେ । ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଗୃହମନ୍ତ୍ରୀ ଶାହ କହି ଥିବାବେଳେ କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଯତ୍ନବାନ ଅଛନ୍ତି ବୋଲି ଜେପି ନଡ୍ଡା କରିଥିଲେ ।

ଏହାକୁ ସମାଲୋଚନା କରି ଚିଦାମ୍ବରମ କହିଛନ୍ତି ଯେ, ଏହି ଜ୍ଞାନୀ ନେତାମାନଙ୍କ ଏପରି ମୂଲ୍ୟବାନ ପରାମର୍ଶ ଦୀର୍ଘ ୧୫ ମାସ ହେବ ଥିଲା କେଉଁଠି ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.