ETV Bharat / bharat

ଗ୍ୟାଙ୍ଗଷ୍ଟାରଙ୍କ ମନମାନୀ, ଗ୍ୟାଙ୍ଗ୍‌ରେ ସାମିଲ କରାଇବାକୁ ସୋସିଆଲ ମିଡିଆ ପୋଷ୍ଟ

author img

By

Published : Sep 23, 2022, 10:42 PM IST

ଅପରାଧୀ ଗ୍ୟାଙ୍ଗ୍‌ରେ ସାମିଲ୍‌ ହେବାକୁ ସେୟାର ହେଉଛି ଅନଲାଇନ୍‌ ପୋଷ୍ଟ (Online recruitment of gangsters) । ଯେଉଁମାନେ ଗ୍ୟାଙ୍ଗ୍‌ରେ ସାମିଲ ହେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ହ୍ବାଟ୍‌ସ୍‌ ଆପ୍‌ ନମ୍ବର ମଧ୍ୟ ଜାରି କରାଯାଇଛି । ଅଧିକ ପଢ଼ନ୍ତୁ

ଗ୍ୟାଙ୍ଗଷ୍ଟାରଙ୍କ ମନମାନୀ, ଗ୍ୟାଙ୍ଗ୍‌ରେ ସାମିଲ କରାଇବାକୁ ସୋସିଆଲ ମିଡିଆ ପୋଷ୍ଟ
ଗ୍ୟାଙ୍ଗଷ୍ଟାରଙ୍କ ମନମାନୀ, ଗ୍ୟାଙ୍ଗ୍‌ରେ ସାମିଲ କରାଇବାକୁ ସୋସିଆଲ ମିଡିଆ ପୋଷ୍ଟ

ଚଣ୍ଡିଗଡ଼: ଅପରାଧୀ ଗ୍ୟାଙ୍ଗ୍‌ରେ ସାମିଲ୍‌ ହେବାକୁ ସେୟାର ହେଉଛି ଅନଲାଇନ୍‌ ପୋଷ୍ଟ । ଯେଉଁମାନେ ଗ୍ୟାଙ୍ଗ୍‌ରେ ସାମିଲ ହେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ହ୍ବାଟ୍‌ସ୍‌ ଆପ୍‌ ନମ୍ବର ମଧ୍ୟ ଜାରି କରାଯାଇଛି । ପଞ୍ଜାବରେ ଏଭଳି ପୋଷ୍ଟ ଏବେ ଭାଇରାଲ୍‌ ହେବାରେ ଲାଗିଛି । ଦାବିନ୍ଦର ବାମ୍ବିହା ଗ୍ୟାଙ୍ଗ୍‌ରେ ସାମିଲ ହେବାକୁ ସୋସିଆଲ ମିଡିଆରେ ପୋଷ୍ଟ୍‌ ସେୟାର କରାଯାଇଛି । ଯେଉଁମାନେ ଗ୍ୟାଙ୍ଗ୍‌ରେ ସାମିଲ ହେବାକୁ ଇଚ୍ଛୁକ ସେମାନଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଛି ।

Online recruitment of gangsters by davinder bambiha group in punjab

ଦାବିନ୍ଦର ବାମ୍ବିହା ଗ୍ୟାଙ୍ଗ୍‌ର ସୋସିଆଲ ମିଡିଆ ପେଜ୍‌ରେ ଏଭଳି ପୋଷ୍ଟ ସେୟାର କରାଯାଇଛି । ଏହି ପୋଷ୍ଟରେ କୁହାଯାଇଛି, "ହେଲୋ ଭାଇମାନେ, ଯେଉମାନେ ଆମ ଗ୍ରୁପ୍‌ରେ ସାମିଲ ହେବାକୁ ଚାହୁଁଛନ୍ତି, ଆମକୁ କେବଳ ଗୋଟିଏ ହ୍ବାଟସ୍‌ ଆପ୍‌ ମେସେଜ୍‌ କରନ୍ତୁ । ଆମେ ଆପଣଙ୍କୁ ଯୋଗାଯୋଗ କରିବୁ ।"

କିଏ ଦାବିନ୍ଦର ବାମ୍ବିହା ?

୨୦୧୬ରେ ରାମପୁର ଫୁଲ୍‌ ଅଞ୍ଚଳରେ ଦାବିନ୍ଦର ବାମ୍ବିହାକୁ ଏକ ଏନକାଉଣ୍ଟର୍‌ରେ ଟଳାଇଥିଲା ବାଠିଣ୍ଡା ପୋଲିସ୍‌ । ପୂର୍ବରୁ ଜଣେ ସାର୍ପ ସୁଟର ଭାବରେ ଜଣାଶୁଣା ଥିଲା ଦାବିନ୍ଦର ବାମ୍ବିହା । ୧୭ ମାସ ଧରି ଫେରାର ରହିଥିଲା । ଫେସ୍‌ବୁକ୍‌ ପୋଷ୍ଟ ମାଧ୍ୟମରେ ନିଜ ଶତ୍ରୁଙ୍କୁ ହତ୍ୟା କରିବାକୁ ଧମକ ଦେଉଥିଲା ।

ଏହାପରେ ଦାବିନ୍ଦର ବାମ୍ବିହା ଓ ତାର ସହଯୋଗୀ ସରବଜିତ ସିଂହ ପୋଲିସର ୱାଣ୍ଟେଡ୍‌ ତାଲିକାରେ ରହିଥିଲେ । ପଞ୍ଜାବ ସହ ଗୁଜୁରାଟ, ମହାରାଷ୍ଟ୍ର ପୋଲିସ ମଧ୍ୟ ଏହି ଦୁଇଜଣଙ୍କୁ ଖୋଜୁଥିଲା । ଉଭୟଙ୍କ ବିରୋଧରେ ନିଜ ଦାଦା ଓ ପୁତୁରାଙ୍କୁ ହତ୍ୟା କରିବା ଅଭିଯୋଗ ରହିଥିଲା । ଉଭୟଙ୍କୁ ପୋଲିସ ଗରିଫ କରିବାରେ ସକ୍ଷମ ହୋଇଥିଲା । ତେବେ ୨୦୧୩ ସେପ୍ଟେମ୍ବର ୧୪ ତାରିଖରେ ଉଭୟ ଫେରାର ହେବାରେ ସକ୍ଷମ ହୋଇଥିଲେ । ଏକ ହତ୍ୟାକାଣ୍ଡ ମାମଲାରେ ଏମାନଙ୍କୁ ଫରୀଦକୋଟ କୋର୍ଟକୁ ନିଆଯାଉଥିବା ବେଳେ ଖସି ଯିବାକୁ ସକ୍ଷମ ହୋଇଥିଲେ ।

ଏହାପରେ ପୁନଃ ଉଭୟଙ୍କୁ ଗିରଫ କରାଯାଇଥିଲା । ତେବେ ୨୦୧୫ ଜାନୁଆରୀ ୨୦ ତାରିଖରେ ବାମ୍ବିହା ଓ ତାର ଅନ୍ୟ ସହଯୋଗୀ ଲୁଧିଆନା ଜେଲ୍‌ରୁ ପୁନଃ ଫେରାର ହୋଇଯାଇଥିଲେ । ଶେଷରେ ଏନକାଉଣ୍ଟରରେ ତାର ପ୍ରାଣହାନୀ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.