ଶ୍ରୀନଗର: ସେନା କାର୍ଯ୍ୟାନୁଷ୍ଠାରେ ଆଉ ଜଣେ ଆତଙ୍କୀ ସଫା । ଆଜି କାଶ୍ମୀରର କୁଲଗାମର ଚାଓ୍ବଲଗମ ଅଞ୍ଚଳରେ ସୁରକ୍ଷା ବଳର ଏନକାଉଣ୍ଟରରେ ଜଣେ ଆତଙ୍କୀ ନିହତ ହୋଇଛି । ତେବେ ନିହତ ଆତଙ୍କବାଦୀର ପରିଚୟ ଓ ସେ କେଉଁ ଆତଙ୍କୀ ସଂଗଠନର ସଦସ୍ୟ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନଥିବା ସେନା ପକ୍ଷରୁ କୁହାଯାଇଛି ।
ବର୍ତ୍ତମାନ ମଧ୍ୟ ଉକ୍ତ ଘଟଣାସ୍ଥଳରେ ଅନ୍ୟ କିଛି ଆତଙ୍କୀ ଲୁଚି ରହିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ ଜାରି ରଖିଛି ସେନା । ତେବେ ଗତକିଛି ଦିନ ତଳେ ଘାଟିରେ ସାଧାରଣ ଜନତା ଓ ଅଣସ୍ଥାନୀୟ କାଶ୍ମୀର ଆତଙ୍କୀଙ୍କ ଦ୍ବାରା ହତ୍ୟାର ଶିକାର ହେବା ପରେ କାର୍ଯ୍ୟାନୁଷ୍ଠାନକୁ ବ୍ୟାପକ କରିଥିଲା ସେନା । ସେହି ଅଭିଯାନରେ ସେନାକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଛି ।
@ANI