ETV Bharat / bharat

ପଞ୍ଜାବର କପୁରଥାଲାରେ ପୁଣି ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା - ପଞ୍ଜାବର କପୁରଥାଲାରେ ହିଂସା

ପଞ୍ଜାବର କପୁରଥାଲାରେ ପୁଣି ଜଣେ ଯୁବକଙ୍କୁ ପିଟିପିଟ ହତ୍ୟା । ଗତକାଲି ସ୍ବର୍ଣ୍ଣ ମନ୍ଦିରରେ ହୋଇଥିଲା ଏକ ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

ପଞ୍ଜାବର କପୁରଥାଲାରେ ପୁଣି ଜଣେ ଯୁବକଙ୍କୁ ପିଟିପିଟ ହତ୍ୟା
ପଞ୍ଜବର କପୁରତାଲାରେ ପୁଣି ଜଣେ ଯୁବକଙ୍କୁ ପିଟିପିଟ ହତ୍ୟା
author img

By

Published : Dec 19, 2021, 4:02 PM IST

Updated : Dec 19, 2021, 5:28 PM IST

ଚଣ୍ଡିଗଡ: ପଞ୍ଜାବର କପୁରଥାଲାରେ ପୁଣି ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା । ଶିଖ ଧର୍ମର ପତାକା ନିଶାନ ସାହିବକୁ ଅପମାନିତ କରିବା ଅଭିଯୋଗରେ ଉକ୍ତ ଯୁବକଙ୍କୁ ବେକାବୁ ଭିଡ ଆକ୍ରମଣ କରି ହତ୍ୟା କରିଥିବା ସୂଚନା ରହିଛି । ତେବେ ଉକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ଘୋଷଣା କରିଥିଲେ ।

ପଞ୍ଜାବର କପୁରଥାଲାରେ ପୁଣି ଜଣେ ଯୁବକଙ୍କୁ ପିଟିପିଟ ହତ୍ୟା
ପଞ୍ଜାବର କପୁରଥାଲାରେ ପୁଣି ଜଣେ ଯୁବକଙ୍କୁ ପିଟିପିଟ ହତ୍ୟା

ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ଯୁବକଜଣଙ୍କ ନିଶାନ ସାହିବକୁ ହଟାଇବାକୁ ଚେଷ୍ଟା କରିଥିଲା । ଏହା ପରେ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ କରାଯାଇଥିଲାବେଳେ ସେଠାରୁ ଖସି ପଳାଇବା ପାଇଁ ଚେଷ୍ଟା କରୁଥିବାବେଳେ ଉତ୍ତେଜିତ ଲୋକମାନେ ତାକୁ କାବୁ କରିବା ସହ ସଙ୍ଗବଦ୍ଧ ଆକ୍ରମଣ କରିଥିଲେ । ଉକ୍ତ ଯୁବକକୁ ଭିଡରୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ତେବେ ମାତ୍ର କିଛି ଘଣ୍ଟା ବ୍ୟବଧାନ ମଧ୍ୟରେ ରାଜ୍ୟରେ ଦୁଇ ଦୁଇଟି ଭିଡ ହିଂସା ଦେଖିବାକୁ ମିଳିଥିବାବେଳେ ରାଜ୍ୟ ପୋଲିସ ବିଭାଗ ମଧ୍ୟ ତତ୍ପରତା ପ୍ରକାଶ କରିଛି । ଅମୃତସର ଏବଂ କପୁରଥାଲାରେ ଘଟିଥିବା ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ଗୁରୁତର ସହ ନିଆଯାଇଥିବା ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଡିଜିପି କହିଛନ୍ତି, ରାଜ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଭଙ୍ଗ କରିବାକୁ ଯେକୌଣସି ପ୍ରୟାସ ଦମନ କରିବାକୁ ପଞ୍ଜାବ ପୋଲିସ ପ୍ରସ୍ତୁତ ଅଛି । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ବ୍ୟାଘାତ କରୁଥିବା ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ମଧ୍ୟ ପଢନ୍ତୁ:- Golden Temple Sacrilege Case: ମୃତ ବ୍ୟକ୍ତିଙ୍କ ମିଳିନି ସ୍ପଷ୍ଟ ପରିଚୟ, ମାମଲା ରୁଜୁ

ଗତକାଲି ସଂନ୍ଧ୍ୟାରେ ମଧ୍ୟ ସ୍ବର୍ଣ୍ଣ ମନ୍ଦିର ଭିତରେ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ଧର୍ମଗ୍ରନ୍ଥକୁ ଅପମାନିତ କରିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ସେଠାରେ ଉପସ୍ଥିତ ଥିବା ଉତ୍ତେଜିତ ଶ୍ରଦ୍ଧାଳୁ । ତେବେ ସେଠାରେ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ପରିଚୟ ବର୍ତ୍ତମାନ ସୁଦ୍ଧା ମଧ୍ୟ ପରିଚୟ ସ୍ପଷ୍ଟ ହୋଇପାରିନାହିଁ । ପୁଣିଥରେ କପୁରଥାଲାରୁ ଏପରି ଘଟଣା ସାମ୍ନାକୁ ଆସିବା ପରେ ପଞ୍ଜାବରେ ସୁରକ୍ଷା ବ୍ୟବସ୍ଥାକୁ ବଢାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 19, 2021, 5:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.