ETV Bharat / bharat

ଛତିଶଗଡରେ ଏନକାଉଣ୍ଟର, ଜଣେ ନକ୍ସଲ ମୃତ

author img

By

Published : Jan 24, 2022, 4:33 PM IST

ଛତିଶଗଡରେ ଏନକାଉଣ୍ଟରରେ ଜଣେ ନକ୍ସଲ ମୃତ । ମିଥ୍ୟା ଏନକାଉଣ୍ଟର ଅଭିଯୋଗ କଲେ ମୃତକଙ୍କ ସମ୍ପର୍କୀୟଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ । ଖଣ୍ଡନ କଲା ପୋଲିସ । ଅଧିକ ପଢନ୍ତୁ

ଛତିଶଗଡରେ ଏନକାଉଣ୍ଟର: ଜଣେ ନକ୍ସଲ ମୃତ
ଛତିଶଗଡରେ ଏନକାଉଣ୍ଟର: ଜଣେ ନକ୍ସଲ ମୃତ

ରାୟପୁର: ଛତିଶଗଡର ନାରାୟଣ ପାଟଣାରେ ସୁରକ୍ଷା କର୍ମୀ-ନକ୍ସଲ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ନକ୍ସଲ ପ୍ରାଣ ହରାଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଭରଣ୍ଡା ପୋଲିସ ଷ୍ଟେସନ ଠାରୁ ପ୍ରାୟ ୬ କିମି ଦୂରରେ ଜଙ୍ଗଲ ମଧ୍ୟରେ ଏହି ଗୁଳି ବିନିମୟ ହୋଇଥିଲା ।

ଉକ୍ତ ଜଙ୍ଗଲରେ ନକ୍ସଲ ଗତିବିଧି ଜାରି ରହିଥିବା ନେଇ ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ପ୍ରଶାସନ ନେତୃତ୍ବରେ ଅର୍ଦ୍ଧସାମରିକ ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ପ୍ରାୟ ମଧ୍ୟାହ୍ଣ ଗୋଟାଏ ସମୟରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହେବା ସହ ଉଭୟ ପଟୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା । କିଛି ସମୟର ଗୁଳି ବିନିମୟରେ ଜଣେ ନକ୍ସଲ ପ୍ରାଣ ହରାଇଥିବା ପୋଲିସ କହିଛି ।

ତେବେ ଏହି ଏନକାଉଣ୍ଟରକୁ ମିଥ୍ୟା ବୋଲି ଦର୍ଶାଇଛନ୍ତି ମୃତକଙ୍କ ପରିବାର ଓ ସ୍ଥାନୀୟ ବାସିନ୍ଦା । ପୋଲିସ ଗୁଳିରେ ପ୍ରାଣ ହରାଇଥିବା ବ୍ୟକ୍ତି ସ୍ଥାନୀୟ ମନୁ ମାରେତି ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିବା ସହ ସେ ସେନାରେ ଭର୍ତ୍ତି ହେବା ପାଇଁ ପ୍ରସ୍ତୁତି କରୁଥିବା ମଧ୍ୟ କହିଛନ୍ତି । ସେହିପରି ମୃତକଙ୍କ ଭାଇ ମଧ୍ୟ ଜଣେ ଯବାନ ଭାବେ କାର୍ଯ୍ୟରତ ଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି । ପୋଲିସ ଉକ୍ତ ଯୁବକଙ୍କୁ ଗୁଳି କରି ନକ୍ସଲ ବୋଲି ପ୍ରମାଣ କରି ଦୋଷ ଲୁଚାଇବାକୁ ଚାହୁଁଥିବା ଗ୍ରାମବାସୀ କହିଥିବା ବେଳେ ପୋଲିସ କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.