ETV Bharat / bharat

ଫ୍ରାନ୍ସ ଗଣମାଧ୍ୟମର ଦାବି, ରାଫେଲ ଡିଲରେ ମିଡିଲମ୍ୟାନ !

author img

By

Published : Apr 5, 2021, 9:45 AM IST

2016-17 ମସିହାରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଥିବା ରାଫେଲ ଯୁଦ୍ଧ ବିମାନ ଚୁକ୍ତିରେ ପୁଣି ଦୁର୍ନୀତିର ଅଭିଯୋଗ । ଏକ ଫ୍ରାନ୍ସ ପ୍ରକାଶନ ଦାବି କରିଛି ଯେ ରାଫେଲ୍ ନିର୍ମାଣ କରିଥିବା ଫ୍ରାନ୍ସ କମ୍ପାନୀ ଡାସଲ୍ଟକୁ ଭାରତର ଜଣେ ମଧ୍ୟସ୍ଥିଙ୍କୁ ଉପହାର ଭାବରେ ଏକ ମିଲିୟନ୍ ୟୁରୋ ଦେବାକୁ ପଡିଥିଲା । ଅଧିକ ପଢନ୍ତୁ...

ରାଫେଲ
ରାଫେଲ

ନୂଆଦିଲ୍ଲୀ: 2016-17 ମସିହାରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଥିବା ରାଫେଲ ଯୁଦ୍ଧ ବିମାନ ଚୁକ୍ତିରେ ପୁଣି ଦୁର୍ନୀତିର ଅଭିଯୋଗ । ଏକ ଫ୍ରାନ୍ସ ପ୍ରକାଶନ ଦାବି କରିଛି ଯେ ରାଫେଲ୍ ନିର୍ମାଣ କରିଥିବା ଫ୍ରାନ୍ସ କମ୍ପାନୀ ଡାସଲ୍ଟକୁ ଭାରତର ଜଣେ ମଧ୍ୟସ୍ଥିଙ୍କୁ ଉପହାର ଭାବରେ ଏକ ମିଲିୟନ୍ ୟୁରୋ ଦେବାକୁ ପଡିଥିଲା । ଫ୍ରାନ୍ସ ଗଣମାଧ୍ୟମ ଦ୍ୱାରା ଏହି ପ୍ରକାଶନ ପରେ ଉଭୟ ଦେଶରେ ରାଫେଲ ଚୁକ୍ତି ସମ୍ପର୍କରେ ପୁଣିଥରେ ପ୍ରଶ୍ନ ଉଠିଛି ।

ଫ୍ରାନ୍ସର ପ୍ରକାଶନ ‘ମିଡିଆ ପାର୍ଟ’ର ଏକ ରିପୋର୍ଟରେ ଦାବି କରିଛି ଯେ 2016 ରେ ଯେତେବେଳେ ରାଫେଲ ଯୁଦ୍ଧ ବିମାନ ଉପରେ ଭାରତ-ଫରାସୀ ଚୁକ୍ତି ହୋଇଥିଲା, ସେତେବେଳେ ଡାସଲ୍ଟ ଭାରତର ଜଣେ ମଧ୍ୟସ୍ଥିଙ୍କୁ ଅର୍ଥ ଦେଇଥିଲେ । 2017 ରେ ଡାସଲ୍ଟ ଗ୍ରୁପ୍ ଆକାଉଣ୍ଟରୁ ଗ୍ରାହକଙ୍କୁ ଉପହାର ଭାବରେ 508925 ୟୁରୋ ସ୍ଥାନାନ୍ତର କରାଯାଇଥିଲା । ଫ୍ରାନ୍ସର ଦୁର୍ନୀତି ନିବାରଣ ଏଜେନ୍ସି AFA ଯେତେବେଳେ ଡାସଲ୍ଟ ଆକାଉଣ୍ଟକୁ ଅଡିଟ୍ କଲା ସେତେବେଳେ ଏହି ବିଷୟରେ ଜଣାପଡିଥିଲା।

ପ୍ରକାଶଥାଉକି, 2018 ରେ ଫ୍ରାନ୍ସରେ ଥିବା ଏକ ଏଜେନ୍ସି ପାର୍କେଟ୍ ନ୍ୟାସନାଲ୍ ଫାଇନାନ୍ସର୍ (ପିଏନ୍ଏଫ୍) ଏହି ଡିଲକେ ଅନିୟମିତତା ଥିବା ଦାବି କରିଥିଲା ତେଣୁ ଏହାକୁ ଅଡିଟ୍ କରାଯାଇଥିଲା । 2016ରେ ଭାରତ ସରକାର ଫ୍ରାନ୍ସ ସହ 35 ରାଫେଲ ବିମାନର ଡିଲ କରିଥିଲେ । ଏପର୍ଯ୍ୟନ୍ତ 12ଟି ବିମାନ ଭାରତରେ ପହଞ୍ଚିଛି, 2022 ସୁଦ୍ଧା ସମସ୍ତ ବିମାନ ଭାରତରେ ପହଞ୍ଚିବ । ଏହାକୁ ନେଇ ପୂର୍ବରୁ ବି ଅନେକ ବିବାଦ ହୋଇଛି । ଲୋକସଭା ନିର୍ବାଚନ ପୂର୍ବରୁ ଏହି ଡିଲର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.