ପାଟନା: ବିହାର ମୁଜାଫରପୁରରେ (Muzaffarpur District) ଅଘଟଣ । ଆଇସକ୍ରିମ ଫ୍ୟାକ୍ଟ୍ରିରେ ଘଟିଛି ବିସ୍ଫୋରଣ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ବିହାରର ମୁଜାଫରପୁର ମୋତିପୁର ଅଞ୍ଚଳରେଥିବା ଆଇସ୍କ୍ରିମ ଫ୍ୟାକ୍ଟ୍ରିରେ(Ice Cream Factory) ଗୁରୁବାର ଦିନ ବିସ୍ଫୋରଣ ଘଟିଛି । କୈଣସି କାରଣରୁ ଫ୍ୟାକ୍ଟ୍ରିରେ ଲାଗିଥିବା ଏକ କମ୍ପ୍ରେସର ଫାଟି ଯିବାରୁ ବିସ୍ଫୋରଣ ହୋଇଥିଲା ।
ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଉଭୟଙ୍କ ଅବସ୍ଥା ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ଫ୍ୟାକ୍ଟ୍ରି ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି, ପଶ୍ଚିମ ମୁଜାଫରପୁର ଏସଡିଓ ବ୍ରିଜେସ କୁମାର । ଏହାସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।