ETV Bharat / bharat

ଖେଳୁଥିଲେ ସ୍କୁଲପିଲା: ଖସିଲା ଗଛ, ଜଣେ ମୃତ 19 ଆହତ

author img

By

Published : Jul 9, 2022, 11:39 AM IST

ଚଣ୍ଡିଗଡ଼ର ଏକ ଘରୋଇ ସ୍କୁଲରେ ବଡ଼ ଦୁର୍ଘଟଣା । ଛାତ୍ରଛାତ୍ରୀମାନେ ଖେଳୁଥିବା ସମୟରେ ଉପରେ ପଡିଲା ଗଛ(Tree falls in private school in chandigarh) । ଫଳରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ସ୍କୁଲରେ ଛାତ୍ରଛାତ୍ରୀମାନେ ଖେଳିବା ସମୟରେ ପଡିଲା ଗଛ

ଚଣ୍ଡିଗଡ଼: ଚଣ୍ଡିଗଡ଼ର ଏକ ଘରୋଇ ସ୍କୁଲରେ ବଡ଼ ଦୁର୍ଘଟଣା । ଛାତ୍ରଛାତ୍ରୀମାନେ ଖେଳୁଥିବା ସମୟରେ ଉପରେ ପଡିଲା ଗଛ(Tree falls in private school in chandigarh) । ଫଳରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି ।

ସୂଚନାଅନୁସାରେ, ଚଣ୍ଡିଗଡ ସ୍ଥିତ ସେକ୍ଟର -9 କାର୍ମେଲ କନଭେଣ୍ଟ ସ୍କୁଲରେ(carmel convent school Chandigarh) ଛାତ୍ରଛାତ୍ରୀମାନେ ଖେଳୁଥିବା ସମୟରେ ଏକ ବିରାଟକାୟ ଗଛ ଉପୁଡି ପଡିଥିଲା । ଫଳରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଚଣ୍ଡିଗଡ଼ ଗୃହ ସଚିବ ନିତିନ ଯାଦବ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ନିଶ୍ଚିତ କରିଛନ୍ତି ।

ପ୍ରଶାସନର କହିବା ଅନୁଯାୟୀ, ଏହି ଦୁର୍ଘଟଣାରେ 19 ଜଣ ଶିଶୁ ଆହତ ହୋଇଛନ୍ତି (tree falls in chandigarh)। ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଚଣ୍ଡିଗଡ଼ର ସେକ୍ଟର -16 ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ଘଟିବା ମାତ୍ରେ ଅଭିଭାବକମାନେ ସ୍କୁଲରେ ପହଞ୍ଚି ହଙ୍ଗାମା କରିଥିଲେ । ବିଦ୍ୟାଳୟରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ଗ୍ରୀଷ୍ମ ଛୁଟି ଶେଷ ହେବା ପରେ ଜୁଲାଇ 1 ରୁ ବିଦ୍ୟାଳୟଗୁଡ଼ିକ ପୁଣି ଆରମ୍ଭ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.