ETV Bharat / bharat

ତ୍ରୀପୁରାରେ ଶରଣାର୍ଥୀଙ୍କ ଥଇଥାନକୁ ବିରୋଧ, ପୋଲିସ ଗୁଳିରେ ଜଣେ ବିକ୍ଷୋଭକାରୀ ମୃତ - ତ୍ରୀପୁରାରେ ପୋଲିସ ଗୁଳିରେ ଜଣେ ମୃତ

ମିଜୋରାମରୁ ଆସିଥିବା ଶରଣାର୍ଥୀଙ୍କୁ ଥଇଥାନ ନିଷ୍ପତ୍ତିକୁ ନେଇ ତ୍ରୀପୁରାରେ ବିକ୍ଷୋଭ । ପୋଲିସ ଗୁଳିରେ ଜଣେ ମୃତ । ଅଧିକ ପଢନ୍ତୁ ....

ତ୍ରୀପୁରାରେ ଶରଣାର୍ଥୀଙ୍କ ଥଇଥାନକୁ ବିରୋଧ, ପୋଲିସ ଗୁଳିରେ ଜଣେ ବିକ୍ଷୋଭକାରୀ ମୃତ

author img

By

Published : Nov 22, 2020, 2:59 AM IST

ଅଗରତାଲା: ମିଜୋରାମରୁ ଆସିଥିବା ଶରଣାର୍ଥୀଙ୍କୁ ଥଇଥାନ କରିବା ପାଇଁ ତ୍ରୀପୁରା ସରକାର ଯୋଜନା କରୁଥିବା ବେଳେ ଏହାକୁ ବିରୋଧ କରି ଆନ୍ଦୋଳନ କରୁଥିବା ଏକ ଗୋଷ୍ଠି ଉପରେ ପୋଲିସର ଗୁଳି ମାଡ । ଫଳରେ ଜଣେ ବିକ୍ଷୋଭ କାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

ଶନିବାର ତ୍ରିପୁରାର ଉତ୍ତର ଜିଲ୍ଲାର ପାନିସାଗର ସବ ଡିଭିଜନରେ ଯେତେବେଳେ ଏକ ଦଳ ମିଜୋରାମରୁ ବ୍ରୁ ଶରଣାର୍ଥୀଙ୍କୁ ଥଇଥାନ କରିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ବିରୋଧ କରି ରାସ୍ତାକୁ ଓହ୍ଲାଇ ନାରାବାଜୀ ପ୍ରଦର୍ଶନ କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଗୁଳି ଚଳାଇଥିଲା । ଫଳରେ ଘଟଣା ସ୍ଥଳରେ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଛି । ଅନେକ ମଧ୍ୟ ଆହତ ହୋଇଥିବା ଆଶଙ୍କା ପ୍ରକାଶ ପାଉଛି ।

ଚଳିତ ବର୍ଷ ଜାନୁଆରୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସ୍ବାକ୍ଷରିତ ଚୁକ୍ତିନାମା ଅନୁଯାୟୀ, ତ୍ରିପୁରାର କାଞ୍ଚନପୁର ଏବଂ ପାନିସାଗର ସବ ଡିଭିଜନରେ 5000 ରୁ ଅଧିକ ବ୍ରୁ ଶରଣାର୍ଥୀଙ୍କୁ ଥଇଥାନ କରାଯିବ। ଏତେ ସଂଖ୍ୟକ ବ୍ରୁ ଶରଣାର୍ଥୀଙ୍କ ପୁନଃ ଥଇଥାନ ସ୍ଥାନୀୟ ଲୋକ ତଥା ସେମାନଙ୍କ ଜୀବିକା ଉପରେ ପ୍ରଭାବ ପକାଇବ ବୋଲି ଅଭିଯୋଗ କରି ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିଆସୁଛନ୍ତି ।

ଆଜି ଶହ ଶହ ଲୋକ ରାଜରାସ୍ତାକୁ ଆସି ଆସାମକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ନମ୍ବର 8 କୁ ଅବରୋଧ କରିଥିବା ବେଳେ ସେମାନଙ୍କୁ ହଟାଇବା ପାଇଁ ପୋଲିସ ଚେଷ୍ଟା କରୁଥିବା ବେଳେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିକ୍ଷୋଭକାରୀ ମାନେ ପୋଲିସ ଉପପକୁ ଟେକା ପଥର ଫିଙ୍ଗିବା ଫଳରେ ପୋଲିସ ତାଙ୍କୁ ଘଉଡାଇବା ପାଇଁ ଗୁ୍‌ଳି ଚଳାଇଥିବା କୁହାଯାଉଛି । ତେବେ ପୋଲିସର ଗୁଳିରେ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ପରେ ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳ ତଥା ଏହାର ଆଖପାଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରିଥିଲା ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ପୋଲିସ ବଳ ଘଟଣାସ୍ଥଳରେ ମୂତୟନ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.