ETV Bharat / bharat

Sidhu Moosewala Murder Case: ଉତ୍ତରାଖଣ୍ଡରୁ ଜଣେ ଅଭିଯୁ୍କ୍ତ ଗିରଫ - ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ

ପ୍ରଖ୍ୟାତ ପଞ୍ଜାବୀ କଣ୍ଠଶିଳ୍ପୀ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲାଙ୍କ ହତ୍ୟାକାଣ୍ଡରେ ଜଣେ ଅଭିଯୁକ୍ତ ଗିରଫ । ଉତ୍ତରାଖଣ୍ଡର ସିମଲା ବାଇପାସ୍‌ରୁ ଏହି ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଧିକ ପଢ଼ନ୍ତୁ

Sidhu Moosewala Murder Case: ଉତ୍ତରାଖଣ୍ଡରୁ ଜଣେ ଅଭିଯୁ୍କ୍ତ ଗିରଫ

author img

By

Published : May 30, 2022, 4:05 PM IST

ଡେରାଡୁନ୍‌: ପ୍ରଖ୍ୟାତ ପଞ୍ଜାବୀ କଣ୍ଠଶିଳ୍ପୀ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲାଙ୍କ ହତ୍ୟାକାଣ୍ଡରେ ଜଣେ ଅଭିଯୁକ୍ତ ଗିରଫ । ଉତ୍ତରାଖଣ୍ଡର ସିମଲା ବାଇପାସ୍‌ରୁ ଏହି ଅଭିଯୁକ୍ତକୁ ଗିରଫ କରାଯାଇଛି । ଗତକାଲି ଅତି ନିର୍ମମ ଭାବରେ ସିଦ୍ଧୁ ମୁସେଓ୍ବାଲାଙ୍କୁ ଗୁଳି କରି ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ ।

ପଞ୍ଜାବ ଏସ୍‌ଟିଏଫ ଓ ଉତ୍ତରାଖଣ୍ଡର ମିଳିତ ତଦନ୍ତ ବେଳେ ଏହି ଅଭିଯୁକ୍ତକୁ ଗିରଫ କରାଯାଇଛି । ସିମଲା ବାଇପାସ ସ୍ଥିତ ନୟା ଗାଁ ନିକଟରେ ଘେରାବନ୍ଦୀ କରି ଏହି ଅଭିଯୁକ୍ତକୁ ଗିରଫ କରାଯାଇଛି । ହେମକୁଣ୍ଡ ସାହାବ ଯାତ୍ରାରୁ ପ୍ରାୟ ୩ରୁ ୫ ଜଣ ଲୋକ ପଞ୍ଜାବ ଆଡ଼କୁ ଯାଉଥିଲେ । ଏହି ସମୟରେ ପୋଲିସକୁ ସନ୍ଦେହ ହେବାକୁ ଏକ ଗାଡ଼ି ଅଟାକାଇ ଯାଞ୍ଚ କରିଥିଲା ପୋଲିସ । ଫଳରେ ସିଦ୍ଧୁ ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କୁ ସାହାଯ୍ୟ କରିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ରବିବାର ଅପରାହ୍ନରେ ପଞ୍ଜାବର ମାନସା ନିକଟରେ ଅଜଣା ଦୁର୍ବୃତ୍ତ ସିଦ୍ଧୁଙ୍କୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବଡ କଥା ହେଉଛି, ତାଙ୍କୁ ପୂର୍ବରୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥା ପଞ୍ଜାବର ମାନ୍‌ ସରକାର ପ୍ରତ୍ୟାହାର କରି ନେବାର ଗୋଟିଏ ଦିନ ପରେ ଗୁଳି ମାଡରେ ପ୍ରାଣ ହରାଇଛନ୍ତି ସିଦ୍ଧୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.