ETV Bharat / bharat

Omicron Variant: ଚିନ୍ତା ବଢାଇଲାଣି ନୂଆ ଭାରିଏଣ୍ଟ ଓମିକ୍ରନ, ଭ୍ୟାକ୍ସିନକୁ ଦେଇପାରେ ଚକମା

author img

By

Published : Nov 29, 2021, 9:28 AM IST

ଚିନ୍ତା ବଢାଇଲାଣି କୋରୋନା ନୂଆ ଭାରିଏଣ୍ଟ ଓମିକ୍ରନ ବି.୧.୧.୫୨୯ (Omicron B.1.1.529) । ଏହି ଭାରିଏଣ୍ଟ ବିରୋଧରେ ଟିକା କାମ କରିବ ନାହିଁ । ଡେଲଟା ଅପେକ୍ଷା ଓମିକ୍ରନ୍ (omicron Covid variant) 6 ଥର ଅଧିକ ଦ୍ରୁତ ସଂକ୍ରମଣ କରିବ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା କହିଛନ୍ତି ବିଶେଷଜ୍ଞ । ଅଧିକ ପଢନ୍ତୁ

ଚିନ୍ତା ବଢାଇଲାଣି ନୂଆ ଭାରିଏଣ୍ଟ ଓମିକ୍ରନ
ଚିନ୍ତା ବଢାଇଲାଣି ନୂଆ ଭାରିଏଣ୍ଟ ଓମିକ୍ରନ

ହାଇଦ୍ରାବାଦ: ଚିନ୍ତା ବଢାଇଲାଣି କୋରୋନା ନୂଆ ଭାରିଆଣ୍ଟ ଓମିକ୍ରନ ବି.୧.୧.୫୨୯ (Omicron B.1.1.529) । ଏହି ଭାରିଏଣ୍ଟ ବିରୋଧରେ ଟିକା କାମ କରିବ ନାହିଁ । WHO ଏହାକୁ 'ଭାରିଏଣ୍ଟ ଅଫ କନସର୍ଣ୍ଣ' ତାଲିକାରେ ସାମିଲ କରିବା ପରେ ଭୟ ଆହୁରି ବଢିଛି । ଡେଲଟା ଅପେକ୍ଷା ଓମିକ୍ରନ୍ (omicron Covid variant) 6 ଥର ଅଧିକ ଦ୍ରୁତ ସଂକ୍ରମଣ କରିବ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା କହିଛନ୍ତି ବିଶେଷଜ୍ଞ । ଏ ନେଇ ସତର୍କ ରହିବା ହିଁ ଏକମାତ୍ର ବାଟ ।

ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଓମିକ୍ରନ ବର୍ତ୍ତମାନ ହଂକଂ, ବୋସ୍ବାନ ଓ ବେଲଜିୟମ ପରେ ଭାରତର ପଡୋଶୀ ଦେଶ ବାଂଲାଦେଶରୁ ମଧ୍ୟ ଚିହ୍ନଟ ହୋଇଛି । ଓମିକ୍ରନ କୋରୋନାର ଅନ୍ୟ ଭ୍ୟାରିଏଣ୍ଟ ଠାରୁ ଅଧିକ ମାରାତ୍ମକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ-`WHO’ ପକ୍ଷରୁ କୁହାଯାଇଛି। ପୂର୍ବର ଆସିଥିବା ଡେଲ୍ଟା, ଡେଲ୍ଟା ପ୍ଲସ, ଆଲ୍ଫା, ବିଟା ଓ ଗାମା ଭ୍ୟାରିଏଣ୍ଟ ଠାରୁ ଏହା ଅଧିକ ଚିନ୍ତାଜନକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି।

ନିକଟରେ ସାଉଥ ଆଫ୍ରିକାରୁ ଫେରିଥିବା ମହାରାଷ୍ଟ୍ର ଯୁବକଙ୍କ କୋରୋନା ପଜିଟିଭ ଜଣାପଡିବା ପରେ ତାଙ୍କ ସ୍ବାବ ଜେନମ ପରୀକ୍ଷା ପାଇଁ ଯାଇଛି । ଯାହାଦ୍ବାରା ତାଙ୍କ ଠାରେ ଓମିକ୍ରନ ଭାରିଏଣ୍ଟ ଅଛି ନା ନାହିଁ ପରୀକ୍ଷାରୁ ଜଣାପଡିଛି । ଫଳରେ ଓମିକ୍ରନ ସଂକ୍ରମଣ ଚିନ୍ତା ଦେଶରେ ଦୁଇଗୁଣ ବଢିଯାଇଛି ।

କୋରୋନାର ନୂତନ ପ୍ରକାରରେ ସ୍ପାଇକ୍ ପ୍ରୋଟିନ୍ କ୍ଷେତ୍ରରେ ୩୦ ରୁ ଅଧିକ ମ୍ୟୁଟେସନ୍ ଅଛି ଏବଂ ତେଣୁ ଏହା ପ୍ରତିରକ୍ଷା ପ୍ରଣାଳୀରୁ ଦୂରେଇ ରହିବା କ୍ଷମତା ବିକାଶ କରିବାର ସମ୍ଭାବନା ଅଛି । ଅଧିକାଂଶ ଟିକା ସ୍ପାଇକ୍ ପ୍ରୋଟିନ୍ ବିରୁଦ୍ଧରେ ଆଣ୍ଟିବଡି ସୃଷ୍ଟି କରି କାର୍ଯ୍ୟ କରିଥାଏ । ତେଣୁ ସ୍ପାଇକ୍ ପ୍ରୋଟିନ୍ ଅଞ୍ଚଳରେ ଅନେକ ପରିବର୍ତ୍ତନ COVID-19 ଟିକାଗୁଡ଼ିକର ପ୍ରଭାବକୁ ହ୍ରାସ କରିପାରେ । ଭବିଷ୍ୟତର କାର୍ଯ୍ୟକଳାପ ଏହାର ବିସ୍ତାର, ତୀବ୍ରତା ଏବଂ ରୋଗ ପ୍ରତିରୋଧକ ଶକ୍ତିରୁ ଦୂରେଇ ରହିବା କ୍ଷମତା ଉପରେ ଅଧିକ ପ୍ରଭାବ ପକାଇବ । କାନାଡାରୁ ପ୍ରଥମ ଓମିକ୍ରନ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏହା ସହିତ ବ୍ରିଟେନରୁ ତୃତୀୟ ଓମିକ୍ରମ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ।

ବିଦେଶରୁ ଆସୁଥିବା ଯାତ୍ରୀ ଓମିକ୍ରନ ଭାରିଏଣ୍ଟ ବାହକ ହୋଇପାରନ୍ତି । ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ରୋକିବା ଲାଗି ବିଭିନ୍ନ ଦେଶ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଛନ୍ତି। ଏକାଧିକ ଦେଶ ଦକ୍ଷିଣ ଆଫ୍ରିକା ଉପରେ ଯାତ୍ରା କଟକଣା ଲଗାଇଛନ୍ତି । ଜର୍ମାନୀ, ଇଟାଲୀ, ବ୍ରିଟେନ, ଫ୍ରାନ୍ସ, ସ୍କଟଲାଣ୍ଡ ଭଳି ୟୁରୋପୀୟ ଦେଶ ବିମାନ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.