ETV Bharat / bharat

ବାଚସ୍ପତି ଆସନରେ ବିର୍ଲାଙ୍କ 2 ବର୍ଷ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

author img

By

Published : Jun 19, 2021, 6:42 PM IST

ଲୋକସଭା ବାଚସ୍ପତି ଭାବେ ଆଜି 2 ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି ଓମ ବିର୍ଲା । ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା। ଅଧିକ ପଢନ୍ତୁ....

ବାଚସ୍ପତି ଭାବେ 2 ବର୍ଷ ପୂରଣ କଲେ ଓମ ବିର୍ଲା, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଭାବେ ଆଜି 2 ବର୍ଷ କାର୍ଯ୍ୟକାଳ ପୂରଣ କରିଛନ୍ତି ଓମ ବିର୍ଲା । ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ କାର୍ଯ୍ୟଶୈଳୀକୁ ବେଶ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • Over the last two years, Shri @ombirlakota Ji has ushered in a series of steps that have enriched our Parliamentary democracy and enhanced productivity, leading to the passage of many historic as well as pro-people legislations. Congratulations to him!

    — Narendra Modi (@narendramodi) June 19, 2021 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଂସଦୀୟ ଗଣତନ୍ତ୍ରକୁ ସମୃଦ୍ଧ କରିବା ସହ ଉତ୍ପାଦକତା ବୃଦ୍ଧି କରିବାରେ ବାଚସ୍ପତି ଅନେକ ପଦକ୍ଷେପ ନେଇଛନ୍ତି । ସଂସଦୀୟ ଗଣତନ୍ତ୍ରରେ ବାଚସ୍ପତିଙ୍କ ଭୁମିକା ଅତି ଗୁରୁତ୍ବପୂର୍ଣ୍ଣ । ଏପରି ସ୍ଥଳେ ଓମ ବିର୍ଲା ବାଚସ୍ପତି ଭାବେ ତାଙ୍କ କାର୍ଯ୍ୟକାଳରେ ବେଶ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ବାଚସ୍ପତି ବିର୍ଲାଜୀ ଆମ ସଂସଦୀୟ ଗଣତନ୍ତ୍ରକୁ ସମୃଦ୍ଧ ତଥା ଉତ୍ପାଦକତା ବୃଦ୍ଧି କରିବାରେ ଅନେକ ପଦକ୍ଷେପ ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ଟ୍ବିଟ କରିଥିବା ଦେଖିବାକୁ ମିଳିଛି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବାଚସ୍ପତି ପ୍ରଥମ ଥର ସାଂସଦ, ଯୁବ ସାଂସଦ ଏବଂ ମହିଳା ସାଂସଦମାନଙ୍କୁ ଗୃହରେ ଅଭିମତ ରଖିବାର ସୁଯୋଗ ଦେବା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ସେ ଗୃହର ବିଭିନ୍ନ କମିଟିକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ଅନେକ ପଦକ୍ଷେପ ମଧ୍ୟ ନେଇଛନ୍ତି ।

ଓମ ବିର୍ଲା 2019 ରେ ରାଜସ୍ଥାନ କୋଟା ସଂସଦୀୟ କ୍ଷେତ୍ରରୁ ଦ୍ୱିତୀୟ ଥର ପାଇଁ ବିଜେପିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେହି ପାଳିରେ ସେ ବଚସ୍ପତି ଭାବେ ନିର୍ବାଚିତ ହୋଇ ଗୃହର ନିମ୍ନ ସଦନର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇଥିଲେ । ସେ ଯଥାସମ୍ଭବ ଗୃହର ସଦସ୍ୟମାନଙ୍କୁ ନିଜର ସ୍ପଷ୍ଟ ଅଭିମତ ରଖିବା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଧେୟକ ଆଲୋଚନାରେ ଗୃହର ନିରପେକ୍ଷତା ବଜାର ରଖିବା ସହ ସୁଚାରୁରୁପେ ଗୃହ ପରାଚଳନା କରିଥିଲେ ।

ସେହିପରି ଆଜି ନିଜର 2 ବର୍ଷ କାର୍ଯ୍ୟକାଳ ପୂରଣ ଅବସରରେ ମଧ୍ୟ ଟ୍ବିଟ କରିଛନ୍ତି ବାଚସ୍ପତି ଓମ ବିର୍ଲା । ବାଚସ୍ପତି କହିଛନ୍ତି କୋଭିଡ-19 ମହାମାରୀ ସମୟରେ ଚଳିତ ତଥା 17 ତମ ଲୋକସଭା ଉଲ୍ଲେଖନୀୟ ଭାବେ କାମ କରିଛି । ମହାମାରୀ ବେଳେ ଦେଶର ଦେଶରେ ଉତ୍ପାଦକତା ବୃଦ୍ଧି କରିବା, ନୂତନ ଉଦ୍ଭାବନ , ଅର୍ଥନୈତିକ ସୁଧାର, ସାମାଜିକ ସଶକ୍ତିକରଣ, ଗଣତାନ୍ତ୍ରିକ ମୌଳିକ ମୂଲ୍ୟବୋଧର ବିକାଶ ଆଦି ବିଭିନ୍ନ ଦିଗରେ ସରକାର ବିଭିନ୍ନ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି ।

ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀ ସଦସ୍ୟଙ୍କ ମଧ୍ୟ ସ୍ବତନ୍ତ୍ର ତଥା ଗୁରୁତ୍ବପୂର୍ଣ୍ଣ ସ୍ଥାନ ଥିବା କହିଛନ୍ତି ବାଚସ୍ପତି । ଗୃହରେ ଜଣେ ମାତ୍ର ନିର୍ବାଚିତ ସଦସ୍ୟ ପଠାଇଥିବା ଦଳକୁ ମଧ୍ୟ ସ୍ପଷ୍ଟ ଅଭିମତ ରଖିବାର ପର୍ଯ୍ୟାପ୍ତ ସୁଯୋଗ ମିଳିବା ଆବଶ୍ୟକ । ସେହିପରି ଗଣତନ୍ତ୍ର ରାଷ୍ଟ୍ରରେ ବହୁମତର ଆଧାରରେ ନୁହେଁ, ବିତର୍କ ଆଧାରରେ ନିର୍ଣ୍ଣୟରେ ପହଞ୍ଚିବା ଆବଶ୍ୟକ ବୋଲି କହିଛନ୍ତି ବାଚସ୍ପତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.