ନୂଆଦିଲ୍ଲୀ: ଜନ୍ତର-ମନ୍ତର ଠାରେ ଜାରି ରହିଥିବା କୁସ୍ତିଯୋଦ୍ଧାଙ୍କ ପାଖକୁ ଛୁଟୁଛି ସମର୍ଥନର ସୁଅ । ଏହାରି ଭିତରେ ଶୁକ୍ରବାର କୁସ୍ତିଯୋଦ୍ଧାଙ୍କ ଧାରଣାକୁ ସମର୍ଥନ କରିଛନ୍ତି ଟୋକିଓ ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା । ନୀରଜ ଏନେଇ ଟ୍ବିଟ କରି ଖେଳାଳି ମାନଙ୍କୁ ନ୍ୟାୟ ସୁନିଶ୍ଚିତ କରିବା ସହ ବିଭାଗୀୟ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ପ୍ରକାଶ ଥାଉ କି, ଅଲମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଓ ବିନେଶ ଫୋଗାଟଙ୍କ ସହିତ ଅନ୍ୟ ଶୀର୍ଷ ସ୍ତରର କୁସ୍ତିଯୋଦ୍ଧା ଦିଲ୍ଲୀର ଜନ୍ତର-ମନ୍ତରରେ ଧାରଣାରେ ବସିଛନ୍ତି । ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଅନେକ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି ।
- — Neeraj Chopra (@Neeraj_chopra1) April 28, 2023 " class="align-text-top noRightClick twitterSection" data="
— Neeraj Chopra (@Neeraj_chopra1) April 28, 2023
">— Neeraj Chopra (@Neeraj_chopra1) April 28, 2023
ତେବେ ଦେଶର ସମସ୍ତ ବର୍ଗର ଖେଳାଳିଙ୍କୁ ସମର୍ଥନ ମାଗିଛନ୍ତି ଧାରଣାରତ କୁସ୍ତିଯୋଦ୍ଧା । ଏନେଇ ସେମାନଙ୍କ ସମର୍ଥନରେ ବାହାରିଛନ୍ତି ଟୋକିୟୋ ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା । ନୀରଜ ଶୁକ୍ରବାର ଟ୍ବିଟ କରି କହିଛନ୍ତି, "ଆମ ଖେଳାଳି ମାନଙ୍କୁ ନ୍ୟାୟ ପାଇଁ ରାସ୍ତାରେ ଦେଖି ଦୁଃଖ ଲାଗୁଛି । ସେମାନେ ଆମ ମହାନ ରାଷ୍ଟ୍ରର ପ୍ରତିନିଧିତ୍ବ କରିବା ସହ ଆମକୁ ଗର୍ବିତ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ଏକ ରାଷ୍ଟ୍ର ଭାବେ ଆମ ରାଷ୍ଟ୍ରର ପ୍ରତ୍ୟେକ ବ୍ୟକ୍ତି ଆଥେଲେଟ ମାନଙ୍କ ସମ୍ମାନ କରିବା ଉଚ୍ଚିତ । ତେଣୁ ଯାହା ହେଉଛି, ତାହା ହେବା ଉଚ୍ଚିତ ନୁହେଁ । ଏହା ଏକ ସମ୍ବେଦନଶୀଳ ମାମଲା, ଏହାର ନିରପେକ୍ଷ ଭାବରେ ସମାଧାନ କରାଯିବା ଉଚ୍ଚିତ । ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ କାର୍ଯ୍ୟାନୁଷ୍ଠାନ ତ୍ବରିତ କରିବା ଦରକାର ।" ତେବେ ନୀରଜଙ୍କ ପୂର୍ବରୁ ଲୋକପ୍ରିୟ ଆଥେଲେଟ ତଥା ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ମଧ୍ୟ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଛନ୍ତି ।
-
As an athlete but more as a woman this is too difficult to watch .. they’ve brought laurels to our country and we have all celebrated them , with them .. if you have done that then it’s time to now stand with them in this difficult time too .. this is a highly sensitive matter… pic.twitter.com/7mVVyz1Dr1
— Sania Mirza (@MirzaSania) April 28, 2023 " class="align-text-top noRightClick twitterSection" data="
">As an athlete but more as a woman this is too difficult to watch .. they’ve brought laurels to our country and we have all celebrated them , with them .. if you have done that then it’s time to now stand with them in this difficult time too .. this is a highly sensitive matter… pic.twitter.com/7mVVyz1Dr1
— Sania Mirza (@MirzaSania) April 28, 2023As an athlete but more as a woman this is too difficult to watch .. they’ve brought laurels to our country and we have all celebrated them , with them .. if you have done that then it’s time to now stand with them in this difficult time too .. this is a highly sensitive matter… pic.twitter.com/7mVVyz1Dr1
— Sania Mirza (@MirzaSania) April 28, 2023
ଏହା ମଧ୍ୟ ପଢ଼ନ୍ତୁ...WFI Controversy: 6 ଦିନ ହେବ ଧାରଣାରେ କୁସ୍ତିଯୋଦ୍ଧା, ଆଜି ସୁପ୍ରିମକୋର୍ଟରେ ଶୁଣାଣି
ତେବେ ନୀରଜ ଚୋପ୍ରା ଓ ଅଭିନବ ବିନ୍ଦ୍ରା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଥିବା ବେଳେ ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ତଥା ଧାବିକା ପିଟି ଉଷା କୁସ୍ତିଯୋଦ୍ଧା ମାନଙ୍କୁ ସମାଲୋଚନା କରିଛନ୍ତି । ଏହି ଘଟଣାରେ ରାଜନୈତିକ ଦଳ ଗୁଡ଼ିକୁ ସମର୍ଥନ ମାଗୁଥିବା ନେଇ କୁସ୍ତିଯୋଦ୍ଧା ମାନଙ୍କୁ ସମାଲୋଚନା କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...'ଦିଲ୍ଲୀ ପୋଲିସ ଉପରେ ଭରସା ନାହିଁ', ବ୍ରିଜଭୂଷଣ ଗିରଫ ହେବା ପର୍ଯ୍ୟନ୍ତ ଜାରି ରହିବ ଧାରଣା
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ