ETV Bharat / bharat

Ola, Uberକୁ ଉପଭୋକ୍ତା ପ୍ରାଧିକରଣର ନୋଟିସ

author img

By

Published : May 21, 2022, 3:44 PM IST

Ola, Uberକୁ ନୋଟିସ । ଏକାଧିକ ଅଭିଯୋଗ ସହ ପଞ୍ଜୀକରଣ ହୋଇଛି ପ୍ରାୟ 3000 ଗ୍ରାହକଙ୍କ ଅଭିଯୋଗ । ନୋଟିସ ଜାରି କରି ଉତ୍ତର ମାଗିଲା କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ । ଅଧିକ ପଢନ୍ତୁ

Ola, Uber କୁ ଉପଭୋକ୍ତା ପ୍ରାଧିକରଣର ନୋଟିସ
Ola, Uber କୁ ଉପଭୋକ୍ତା ପ୍ରାଧିକରଣର ନୋଟିସOla, Uber କୁ ଉପଭୋକ୍ତା ପ୍ରାଧିକରଣର ନୋଟିସ

ନୂଆଦିଲ୍ଲୀ: ଅନ ଲାଇନ ବୁକିଂ ମାଧ୍ୟମରେ ଟ୍ରାଭେଲ ସେବା ପ୍ରଦାନ କରୁଥିବା କମ୍ପାନୀ ଓଲା ଓ ଉବର (Ola, Uber )କୁ ନୋଟିସ । କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ Central Consumer Protection Authority (CCPA) ଉପଭୋକ୍ତା ନିୟମ ଉଲଙ୍ଘନ ଓ ଅନଫେୟାର ଟ୍ରେଡ ପ୍ରାକ୍ଟିସ ଅଭିଯୋଗରେ ଦୁଇ ସଂସ୍ଥାକୁ ଏହି ନୋଟିସ ଜାରି କରିଛି । ଜାତୀୟ ଉପଭୋକ୍ତା ହେଲ୍ପଲାଇନରେ ଉପଲବ୍ଧ ତଥ୍ୟ ଅନୁସାରେ ଏପ୍ରିଲ ମାସ ସୁଦ୍ଧା ଓଲା ବିରୋଧରେ 2,482ଟି ଓ ଉବର ବିରୋଧରେ 770 ଅଭିଯୋଗ ଦାଖଲ କରିଛନ୍ତି ଉପଭୋକ୍ତା । ତେବେ ମାତ୍ରାଧିକ ଅଭିଯୋଗ ପରେ ଉଭୟ ସଂସ୍ଥାକୁ ନୋଟିସ ଜାରି କରାଯାଇ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛି CCPA ।

ଉଭୟ ସଂସ୍ଥାର କଷ୍ଟମର ସପୋର୍ଟ ସିଷ୍ଟମ ସହାୟକ ଭାବେ କାମ ନକରିବା, ଡ୍ରାଇଭର ଅନଲାଇନ ମୋଡରେ ପେମେଣ୍ଟ ଗ୍ରହଣ ନକରି କେବଳ କ୍ୟାସ ଦାବି କରିବା, ଡେଷ୍ଟିନେସନ ଦୂରତା ଆଧାରରେ ଉଚିତ ଆମାଉଣ୍ଟ ଠାରୁ ଅଧିକ ପରିମାଣ ଦାବି କରାଯିବା, ଯାତ୍ରା ସମୟରେ AC ନଲଗାଇବା ସହ କିଛି ଡ୍ରାଇଭରଙ୍କ ଆପତ୍ତିଜନକ ବ୍ୟବହାର ନେଇ ଏହି ଅଭିଯୋଗସବୁ ଦାଖଲ କରିଥିଲେ ଗ୍ରାହକ । ତେବେ ଏନେଇ ଉଭୟ ସଂସ୍ଥାକୁ ନୋଟିସ ଜାରି କରି ଜାତୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ଉତ୍ତର ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.