ଭୁବନେଶ୍ବର: ବାଲେଶ୍ବର ଟ୍ରେନ ଦୁର୍ଘଟଣା ପରେ ରାଜନୀତି ସହ କିଛି ସମାଲୋଚନାମୂଳକ ପୋଷ୍ଟ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଏହା ସହ କିଛି ୟୁଜର୍ସ ଏହି ଦୁର୍ଘଟଣା ପରେ ସାମ୍ପ୍ରଦାୟିକ ପୋଷ୍ଟ କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଓଡିଶା ପୋଲିସ ଚେତାବନୀ ଦେଇଛି । ଘଟଣାକୁ ନେଇ ସାମ୍ପ୍ରଦାୟିକ ପୋଷ୍ଟ କରିବା କିମ୍ବା ଦୁର୍ଘଟଣା ସମ୍ପର୍କିତ କୌଣସି ମିଥ୍ୟା ସୂଚନା ପ୍ରସାରିତ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି ।
-
It has come to notice that some social media handles are mischievously giving communal colour to the tragic train accident at Balasore. This is highly unfortunate.
— Odisha Police (@odisha_police) June 4, 2023 " class="align-text-top noRightClick twitterSection" data="
Investigation by the GRP, Odisha into the cause and all other aspects of the accident is going on.
">It has come to notice that some social media handles are mischievously giving communal colour to the tragic train accident at Balasore. This is highly unfortunate.
— Odisha Police (@odisha_police) June 4, 2023
Investigation by the GRP, Odisha into the cause and all other aspects of the accident is going on.It has come to notice that some social media handles are mischievously giving communal colour to the tragic train accident at Balasore. This is highly unfortunate.
— Odisha Police (@odisha_police) June 4, 2023
Investigation by the GRP, Odisha into the cause and all other aspects of the accident is going on.
ଓଡିଶା ପୋଲିସ ନିଜ ଟ୍ୱିଟର ହ୍ୟାଣ୍ଡେଲ ଏକ ଟ୍ବିଟ କରି ଏହି ପ୍ରସଙ୍ଗ ଉଲ୍ଲେଖ କରିଛି । ଯଦିଓ କୌଣସି ବ୍ୟକ୍ତିବିଶେଷଙ୍କୁ ପୋଲିସ ଚିହ୍ନଟ କରିନାହିଁ କିନ୍ତୁ ସାମଗ୍ରିକ ଭାବେ ପୋଲିସ ଏହି ଚେତାବନୀ ଦେଇଛି । ଟ୍ବିଟରେ କୁହାଯାଇଛି, ‘‘ ଦୁର୍ଘଟଣା ପରେ କିଛି ମିଥ୍ୟା ଓ ସାମ୍ପ୍ରଦାୟିକ ପୋଷ୍ଟ କରାଯାଇଥିବା ନଜରକୁ ଆସିଛି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆମେ ସମ୍ପୃକ୍ତ ସମସ୍ତଙ୍କୁ ଏପରି ମିଥ୍ୟା ଏବଂ କୁତ୍ସିତ ପୋଷ୍ଟର ପ୍ରଚାର ନକରିବାକୁ ନିବେଦନ କରୁଛୁ । ଗୁଜବ ପ୍ରଚାର କରି ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’’
ଅନ୍ୟପଟେ ଦୁର୍ଘଟଣା ପରଠାରୁ ରାଜନୀତି ମଧ୍ୟ ଜୋର ଧରିଛି । କିଛି ବିରୋଧୀ ରାଜନୈତିକ ଦଳ ଏହାକୁ ଚରମ ଅବହେଳା ଦର୍ଶାଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବି ଜାରି ରଖିଛନ୍ତି । ଅନ୍ୟପଟେ ପୂର୍ବତନ ରେଳମନ୍ତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଘଟଣା ପଛରେ କିଛି ଭିନ୍ନ କାରଣ ଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଟ୍ରେନ ସୁରକ୍ଷା ପାଇଁ ଥିବା ‘କବଚ’ ସିଷ୍ଟମ ସେହି ରୁଟରେ କାହିଁକି ଇନଷ୍ଟଲ ହୋଇନଥିଲା ବୋଲି ଦିଦି ପ୍ରଶ୍ନ କରିଥିଲେ ।
ଅନ୍ୟ ଜଣେ ପୂର୍ବତନ ରେଳମନ୍ତ୍ରୀ ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ମଧ୍ୟ ଏହି ଦୁର୍ଘଟଣାକୁ ଅତି ଦୁର୍ଭାଗ୍ୟଜନକ ଓ ଚରମ ଅବହେଳା ବୋଲି କହିଛନ୍ତି । କିଛି ବିରୋଧୀ ଦଳ ସରକାର ମୃତ୍ୟୁସଂଖ୍ୟା ଲୁଚାଉଥିବା ମଧ୍ୟ ଅଭିଯୋଗ କରୁଛନ୍ତି । ପ୍ରକୃତ ମୃତ୍ୟୁସଂଖ୍ୟା ସରକାରୀ ସଂଖ୍ୟା ଠାରୁ ଅଧିକ ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆସୁଛି । ଏସବୁ ମଧ୍ୟରେ ରେଳବାଇ ବୋର୍ଡର ପରାମର୍ଶ କ୍ରମେ କେନ୍ଦ୍ର ସରକାର ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ରେଳବାଇ ସେଫ୍ଟି କମିଶନରଙ୍କ ନେତୃତ୍ବରେ ଜାରି ରହିଥିବା ବିଭାଗୀୟ ତଦନ୍ତର ପ୍ରାଥମିକ ରିପୋର୍ଟରେ ସିଗନାଲ ସମ୍ପର୍କିତ ବିଭ୍ରାଟ ପାଇଁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏବେ ବିଭାଗୀୟ ତଦନ୍ତ ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ମଧ୍ୟ ତଦନ୍ତ ଆରମ୍ଭ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ