ETV Bharat / bharat

ଆନ୍ଧ୍ରରେ ଓଡ଼ିଆ ନାବାଳିକାଙ୍କୁ ଗଣଦୁଷ୍କର୍ମ; ପ୍ରେମିକ ସାଜିଥିଲା ସୈତାନ, 11 ଗିରଫ - ଆନ୍ଧ୍ରପ୍ରଦେଶରେ ଗଣଦୁଷ୍କର୍ମ

Odia Minor girl gang raped: ଆନ୍ଧ୍ରପ୍ରଦେଶରେ 17 ବର୍ଷୀୟା ଓଡ଼ିଆ ନାବାଳିକାଙ୍କୁ ଗଣଦୁଷ୍କର୍ମ । ପ୍ରେମିକ ଓ ତାର ସାଙ୍ଗମାନେ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ । ଏହି ମାମଲାରେ 11 ଗିରଫ । ପୀଡିତା ଜଣକ ଓଡ଼ିଶାର ହୋଇଥିବା ବେଳେ ବିଶାଖାପାଟନମରେ ଘରୋଇ ସହାୟିକା ଭାବେ କାମ କରୁଥିଲେ । ଅଧିକ ପଢନ୍ତୁ

Odisha minor girl gang raped in Andra Pradesh
ନାବାଳିକାଙ୍କୁ ଗଣଦୂଷ୍କର୍ମ
author img

By ETV Bharat Odisha Team

Published : Jan 3, 2024, 7:33 AM IST

Updated : Jan 3, 2024, 9:10 AM IST

ଅମରାବତୀ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଲୋମହର୍ଷଣକାରୀ କାଣ୍ଡ ସାମ୍ନାକୁ ଆସିଛି । ବିଶାଖାପାଟଣାରେ ଓଡ଼ିଶାର ଜଣେ 17 ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି । 13 ଜଣ ଦେହଲୋଭୀ ଜହ୍ଲାଦ ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି । ଏହି ଘଟଣାରେ 11 ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ନେଇ ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ କୁହାଯାଇଛି । ପୀଡିତା ନାବାଳିକାଙ୍କ ଘର ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ହୋଇଥିବା ବେଳେ ଗତ 9 ମାସ ତଳେ କାମ କରିବା ପାଇଁ ବିଶାଖାପାଟଣା ଆସିଥିଲେ । ସେଠାରେ ସେ ଜଣକ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ ।

ବିଶ୍ବାସରେ ବିଷ ଦେଲା ପ୍ରେମିକ: ପୀଡିତାଙ୍କ ବୟାନ ଅନୁଯାୟୀ, ଡିସେମ୍ବର 18 ତାରିଖ ଦିନ ତାଙ୍କ ପ୍ରେମିକ ତାଙ୍କୁ ବିଶାଖାପାଟଣାର ଆର କେ ବେଳାଭୂମି ନିକଟ ଏକ ଲଜକୁ ନେଇଯାଇଥିଲେ । ସେଠାରେ ପ୍ରେମିକ ନିଜ ବନ୍ଧୁଙ୍କ ସହ ମିଶି ନାବାଳିକାଙ୍କୁ ଦୁଇ ଦିନ ଧରି ଦୁଷ୍କର୍ମ କରିବା ସହିତ ନିର୍ଯାତନା ଦେଇଥିଲେ । ପରେ ପୀଡିତା ନାବାଳିକା ସେମାନଙ୍କ ନିକଟରୁ ଖସିପଳାଇ ଆସିଥିଲେ । ପ୍ରେମିକ ବିଶ୍ବାସରେ ବିଷ ଦେବା ପରେ ଏହି ଘଟଣାକୁ ନେଇ ଭାଙ୍ଗିପଡି ପୀଡିତା । ତେଣୁ ସେ ପୁଣିଥରେ ସେହି ବେଳାଭୂମିକୁ ଯାଇ ନିଜ ଜୀବନ ହାରିବାକୁ ଉଦ୍ୟମ କରିଥିଲେ ।

ଜୀବନ ବଞ୍ଚାଇ ଦୁଷ୍କର୍ମ କଲେ: ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ ବେଳେ ସେହି ସମୟରେ ଜଣେ ଫୋଟୋଗ୍ରାଫର ତାଙ୍କ ଜୀବନ ବଞ୍ଚାଇଥିଲେ । ଏହାପରେ ସେହି ଫୋଟୋଗ୍ରାଫର ଜଣକ ତାଙ୍କୁ ଘରେ ଛାଡିବା ଆଳରେ ଏକ ଲଜକୁ ନେଇ ତାଙ୍କ ସହ ପୁଣି ଦୁଷ୍କର୍ମ କରିଥିଲେ । କେବଳ ଏତିକିରେ ଅଭିଯୁକ୍ତର ବର୍ବରତା ଥମିନଥିଲା, ଅଭିଯୁକ୍ତ ଫଟୋଗ୍ରାଫର ନିଜେ ଦୁଷ୍କର୍ମ କରିବା ପରେ ନିଜର 8 ଜଣ ସାଙ୍ଗମାନଙ୍କୁ ଡାକି 2 ଦିନ ଧରି ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରିଥିଲା ।

ତେବେ କୌଶଳକ୍ରମେ ସେମାନଙ୍କ ନିକଟକୁ ଖସି ଆସି ନାବାଳିକା ଜଣକ ଭୟଭୀତ ହୋଇ ନିଜ ଜନ୍ମସ୍ଥାନ କଳାହାଣ୍ଡି ଜିଲ୍ଲାକୁ ପଳାଇ ଯାଇଥିଲେ । ତେବେ ଘଟଣା ସାମ୍ନାକୁ ଆସିବା ପରେ 11 ଜଣଙ୍କୁ ଗିରଫ କରାଯାଇଥିବା ନେଇ ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ କୁହାଯାଇଛି ।

ଆନ୍ଧ୍ରପ୍ରଦେଶ ପୋଲିସ ସୂଚନା ଅନୁଯାୟୀ, ପୀଡିତା ନାବାଳିକା ଜଣକ 9 ମାସ ପୂର୍ବରୁ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ କାମ କରିବା ଉଦ୍ଦେଶ୍ୟରେ ଆସିଥିଲେ । ତେବେ ଗତ ଡିସେମ୍ବର 18 ତାରିଖରୁ ସେ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ବାପା ବିଶାଖାପାଟଣା ଥାନାରେ ଅଭିଯୋଗ ଦାୟର କରିଥିଲେ । ଏତଲା ଅନୁସାରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଡିସେମ୍ବର 22ରେ ଓଡ଼ିଶାରେ ତାଙ୍କ ସନ୍ଧାନ ମିଳିଥିଲା ।

ଏହାମଧ୍ୟ ପଢନ୍ତୁ... ଆମ୍ବ ଗଛରେ ଝୁଲିଛି ନାବାଳିକା ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଆନ୍ଧ୍ରପ୍ରଦେଶ ପୋଲିସ କହିବାନୁଯାୟୀ, ଡିସେମ୍ବର 31 ତାରିଖରେ ଏହି ଅମାନୁଷିକ ଘଟଣା ସାମ୍ନାକୁ ଆସିଥିଲା । ଯେତେବେଳେ ନିଖୋଜ ନାବାଳିକା ଓ ତାଙ୍କ ପରିବାରକୁ ପଚରାଉଚରା ପାଇଁ ପୋଲିସ ଷ୍ଟେସନ ଡାକିଥିଲେ ସେମାନେ କେହି ଆସିନଥିଲେ । ଏହାପରେ ପୋଲିସ ଘଟଣାସ୍ଥଳକୁ ଯାଇ ଏନେଇ ପଚରାଉଚରା କରିଥିଲା । କିନ୍ତୁ ଭୟରେ ସେହି ସମୟରେ ନାବାଳିକା ଜଣକ କିଛି ଜଣାଇନଥିଲା । ପରବର୍ତ୍ତୀ ସମୟରେ ଏ ଲୋମହର୍ଷଣକାରୀ ଘଟଣା ବାବଦରେ ନାବାଳିକା ଜଣକ ନିଜ ପରିବାରକୁ ଜଣାଇଥିଲା । ତେବେ 31 ତାରିଖ ଦିନ ଥାନାରେ ନାବାଳିକା ଜଣକ ତାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ କରିଥିଲେ ।

ପୀଡିତାଙ୍କ ବୟାନ ଆଧାରରେ ପୋଲିସ 11 ଜଣଙ୍କୁ ଗିରଫ କରି ସେମାନଙ୍କୁ ଥିବା ବେଳେ ସେମାନଙ୍କୁ ନ୍ୟାୟିକ ହେପାଜତରେ ନେଇ ପଚରାଉଚରା କରିଛି । ଅନ୍ୟପଟେ ଘଟଣାର 2 ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଥିବା ଜଣାପଡିଛି ।

Last Updated : Jan 3, 2024, 9:10 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.