ଭୁବନେଶ୍ବର: ମହାମାରୀ କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବାତିଲ ହୋଇସାରିଛି ମାଟ୍ରିକ ପରୀକ୍ଷା । କୋରୋନା ମହାମାରୀର ଦ୍ବିତୀୟ ଲହରକୁ ନେଇ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ ପାଇଁ ଘୋଷଣା କରିଥିଲେ ଗଣଶିକ୍ଷାମନ୍ତ୍ରୀ । ହେଲେ ପୁନର୍ବାର ମାଟ୍ରିକ ପରୀକ୍ଷା ହେବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଛି ମିଥ୍ୟା ଖବର ।
-
କେହି ଜଣେ ବଦମାସ୍ ମୋ ନାମ ରେ ଫେକ୍ ଆକାଉଣ୍ଟ୍ ଖୋଲିକି ଏସବୁ ମିଥ୍ୟା ପୋଷ୍ଟ କରି ପ୍ରଚାର କରୁଥିବା ନଜରରେ ଆସିଛି | ସମସ୍ତଙ୍କୁ ଅନୁରୋଧ ଏସବୁଠୁ ଦୂରେଇ ରୁହନ୍ତୁ...@CMO_Odisha @BJD4Odisha @BJDITWing pic.twitter.com/85Ip9kozMl
— Samir Ranjan Dash (@samirdash01) April 25, 2021 " class="align-text-top noRightClick twitterSection" data="
">କେହି ଜଣେ ବଦମାସ୍ ମୋ ନାମ ରେ ଫେକ୍ ଆକାଉଣ୍ଟ୍ ଖୋଲିକି ଏସବୁ ମିଥ୍ୟା ପୋଷ୍ଟ କରି ପ୍ରଚାର କରୁଥିବା ନଜରରେ ଆସିଛି | ସମସ୍ତଙ୍କୁ ଅନୁରୋଧ ଏସବୁଠୁ ଦୂରେଇ ରୁହନ୍ତୁ...@CMO_Odisha @BJD4Odisha @BJDITWing pic.twitter.com/85Ip9kozMl
— Samir Ranjan Dash (@samirdash01) April 25, 2021କେହି ଜଣେ ବଦମାସ୍ ମୋ ନାମ ରେ ଫେକ୍ ଆକାଉଣ୍ଟ୍ ଖୋଲିକି ଏସବୁ ମିଥ୍ୟା ପୋଷ୍ଟ କରି ପ୍ରଚାର କରୁଥିବା ନଜରରେ ଆସିଛି | ସମସ୍ତଙ୍କୁ ଅନୁରୋଧ ଏସବୁଠୁ ଦୂରେଇ ରୁହନ୍ତୁ...@CMO_Odisha @BJD4Odisha @BJDITWing pic.twitter.com/85Ip9kozMl
— Samir Ranjan Dash (@samirdash01) April 25, 2021
ମାଟ୍ରିକ ପରୀକ୍ଷାକୁ ନେଇ ସୋସିଆଲ ମିଡିଆରେ ମିଥ୍ୟା ଖବର ଅନ୍ୟ କାହା ଆକାଉଣ୍ଟରୁ ନୁହେଁ ବରଂ ଖୋଦ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ନାଁରେ ଫେକ୍ ଟ୍ବିଟର ଆକାଉଣ୍ଟ ଖୋଲି ପ୍ରଚାର କରାଯାଉଛି ଗୁଜବ ।
ଗୁଜବକୁ ନେଇ କଡା ପ୍ରତିକ୍ରିୟା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଗଣଶିକ୍ଷାମନ୍ତ୍ରୀ ଟ୍ବିଟ କରି କହିଛନ୍ତି, କେହି ଜଣେ ବଦମାସ୍ ମୋ ନାମରେ ଫେକ୍ ଆକାଉଣ୍ଟ୍ ଖୋଲିକି ଏସବୁ ମିଥ୍ୟା ପୋଷ୍ଟ କରି ପ୍ରଚାର କରୁଥିବା ନଜରରେ ଆସିଛି । ସମସ୍ତଙ୍କୁ ଅନୁରୋଧ ଏସବୁଠୁ ଦୂରେଇ ରୁହନ୍ତୁ ।
ଫେକ ଟ୍ବିଟ ଅନୁଯାୟୀ, ଦଶମ ଶ୍ରେଣୀ ପରୀକ୍ଷା ଆସନ୍ତା ଜନ 14 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଲେଖାଯାଇଥିଲା । ତେବେ ଏହି ଖବରକୁ ଖଣ୍ଡନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।