ETV Bharat / bharat

ପୂର୍ବାପେକ୍ଷା ଓଡିଶାକୁ ମିଳିଛି ଯଥେଷ୍ଟ ଅନୁଦାନ: ରେଳମନ୍ତ୍ରୀ - ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରେସମିଟ

ଓଡିଶାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । କହିଲେ ଓଡିଶା ପ୍ରତି ରହିଛି ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ଲକ୍ଷ୍ୟ । ପୂର୍ବାପେକ୍ଷା ଚଳିତ ବଜେଟରେ ଓଡିଶା ପାଇଛି ସର୍ବାଧିକ ଅନୁଦାନ ରାଶି । ସଫଳତାର ସହ ଅର୍ଥରାଶି ଖର୍ଚ୍ଚ କରିପାରିବା ପାଇଁ ଲୋଡିଲେ ସମସ୍ତଙ୍କ ସହଯୋଗ । ଅଧିକ ପଢନ୍ତୁ

ଓଡିଶାକୁ ପୂର୍ବ ଅପେକ୍ଷା ମିଳିଛି ଯଥେଷ୍ଟ ଅନୁଦାନ: ରେଳମନ୍ତ୍ରୀ

author img

By

Published : Feb 6, 2022, 5:38 PM IST

ଭୁବନେଶ୍ବର: ପୂର୍ବାପେକ୍ଷା ଓଡିଶାକୁ ମିଳିଛି ଯଥେଷ୍ଟ ରେଳ ଅନୁଦାନ ରାଶି । ପ୍ରଧାନମନ୍ତ୍ରୀଙ୍କ ଫୋକସରେ ରହିଛି ଓଡିଶା । UPA ସମୟ ଠାରୁ ଏବେ 4 ଗୁଣା ଅନୁଦାନ ଓଡିଶାକୁ ଦିଆଯାଉଛି । ରାଜ୍ୟର 12ଟି ଷ୍ଟେସନର ଅପଗ୍ରେଡସନ ହେବା ନେଇ ଯୋଜନା ଚୂଡାନ୍ତ ହୋଇଥିବା ସହ 3,000 ଉପରେ ହେବ ମୋବାଇଲ ଟାୱାରର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆଜି (ରବିବାର) ଓଡିଶା ଗସ୍ତରେ ଆସିଥିବା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ 2022-23 ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ ଓଡିଶା ପାଇଥିବା ଅନୁଦାନ ରାଶି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ।

ରେଳମନ୍ତ୍ରୀ କହିଛନ୍ତି, ଓଡିଶା ପାଇଁ ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ବିଶେଷ ସ୍ଥାନ ରହିଛି । ଆଗରୁ ଓଡିଶାକୁ ଯେପରି ଆର୍ଥିକ ଅନୁଦାନ ଦରକାର ଥିଲା ତାହା ମିଳିପାରୁ ନଥିଲା ମାତ୍ର ଆଜି ଯାହା ଦାବି କରାଯାଉଛି ତାହାଠୁ ଅଧିକ ମିଳୁଛି । ଉଦାହରଣ ସ୍ୱରୂପ ରେଳ ବିଭାଗକୁ 2014 ରୁ 2019 ମଧ୍ୟରେ ଅନୁଦାନ ବଢି ଚାଲିଛି । ଚଳିତ ବର୍ଷ 9,734 କୋଟି ଟଙ୍କାର ରେକର୍ଡ ସଂଖ୍ୟକ ଅନୁଦାନ ଦିଆଯାଇଛି ବୋଲି କହିଛନ୍ତି ଅଶ୍ବିନୀ ।

ଓଡିଶାକୁ ପୂର୍ବ ଅପେକ୍ଷା ମିଳିଛି ଯଥେଷ୍ଟ ଅନୁଦାନ: ରେଳମନ୍ତ୍ରୀ

ଅଶ୍ବିନୀ ଆହୁରି ମଧ୍ୟ କହିଛନ୍ତି, ଏହି ଅର୍ଥକୁ ଖର୍ଚ୍ଚ କରିବାକୁ ଆମ ସମସ୍ତଙ୍କୁ ମିଳିତ ଉଦ୍ୟମ କରିବାକୁ ହେବ । ଜମି ଅଧିଗ୍ରହଣ ଓ ଫରେଷ୍ଟ କ୍ଲିୟରାନ୍ସ ହୋଇପାରିବା ସହ ଏହି ଅନୁଦାନ ରାଶି ସଫଳତାର ସହ ଖର୍ଚ୍ଚ କରିପାରିଲେ ରାଜ୍ୟକୁ ଅଧିକ ଅର୍ଥ ମିଳିପାରିବ । ସେହିପରି ଟେଲିକମ ସେକ୍ଟରରେ 3,933 ନୂଆ ସାଇଟକୁ ଚୟନ କରାଯାଇଛି । ଏହା ବାଦ ମଧ୍ୟ କୌଣସି ଗ୍ରାମ ବାଦ ପଡିଲେ ତାହାକୁ ମଧ୍ୟ ତାଲିକାରେ ଅନ୍ତର୍ଭୂକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ବୋଲି ମଧ୍ୟ ଅଶ୍ବିନୀ ବୈଷ୍ଣବ ଏ ନେଇ ସ୍ପଷ୍ଟ କରିଛନ୍ତି ।

BSNL ଭଳି ରାଷ୍ଟ୍ରାୟତଃ ସଂସ୍ଥାକୁ ୟୁପିଏ ସରକାର ଏକ ଦେବାଳିଆ ସଂସ୍ଥାରେ ପରିଣତ କରିଥିଲେ । 2014 ମସିହା ପରେ ପ୍ରଧାନମନ୍ତ୍ରୀ ଏଥିରେ କିଛି ସଂସ୍କାର ଆଣିବା ପରେ ଗତବର୍ଷ ଏଥିରେ ଲାଭ ମିଳିଛି । ଦେଶରେ 4-Gର ଡିଜାଇନ ହୋଇସାରିଥିବା ବେଳେ 5-G କ୍ଷେତ୍ରରେ ମଧ୍ୟ କାର୍ଯ୍ୟ ମଧ୍ୟ ଚାଲିଛି । ଏହି ବର୍ଷ ଏଥିପାଇଁ 45 ହଜାର କୋଟି ଟଙ୍କା ଦିଆଯାଇଛି । ସେଥିରେ 4-G ଭଳି ବ୍ୟବସ୍ଥା କରଯାଉଛି । ଚାଷୀ, ଗରିବକୁ ଘର, ଜଳ ଯୋଗାଣ, ରୋଜଗାର, ପ୍ରତି କ୍ଷେତ୍ରରେ ଏହି ବଜେଟରେ ରେକର୍ଡ ଅନୁଦାନ ଦିଆଯାଇଛି । ଚାଷୀଙ୍କ ଟଙ୍କା ଚାଷୀଙ୍କ ଖାତାରେ ଜମା ହେବା ନେଇ ମଧ୍ୟ ବଜେଟରେ ବ୍ୟବସ୍ଥା କରାଯାଇଛି ।

12 ଟି ଷ୍ଟେସନର ଡିଜାଇନ ଓ ଅପଗ୍ରେଡ଼େସନ ଚାଲିଥିବା ବେଳେ ସବୁ ଭାଗକୁ ଗୁରୁତ୍ୱ ଦିଆଯାଉଛି । ନୂଆ ରେଳ ଲାଇନ ପାଇଁ ବ୍ୟବସ୍ଥା କରାଯାଇଛି । ମୟୂରଭଞ୍ଜ ଅଞ୍ଚଳରେ ତିନିଟି ନୂଆ ରେଳ ଲାଇନ ପାଇଁ ବି କାର୍ଯ୍ୟ କରାଯାଉଛି । ଓଡିଶା ମାଟିର ଋଣ ସୁଝାଇବା ଏବଂ ପ୍ରଧାନମନ୍ତ୍ରୀଙ୍କର ଯାହା ଭିଜନ ଅଛି ତାକୁ ଆଗେଇବା ନେବା ସେ କାର୍ଯ୍ୟ ଜାରି ରହିଛି । ସାଢ଼େ 7 ଲକ୍ଷ ଟଙ୍କାର କ୍ୟାପିଟାଲ ଏକ୍ସପେଣ୍ଡିଚର କ୍ଷେତ୍ରକୁ ଦିଆଯାଇଛି ବୋଲି ରେଳମନ୍ତ୍ରୀ କହିଛନ୍ତି ।

ସେହିପରି ଖଣି କ୍ଷେତ୍ରରେ ସଂସ୍କାର ଅଣାଯିବା କାରଣରୁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ 3 ରୁ 4 ହଜାର କୋଟି ପର୍ଯ୍ୟନ୍ତ ଟଙ୍କା ଗଚ୍ଛିତ ରହିଛି । ରେଳ ବିକାଶ କ୍ଷେତ୍ରରେ ରାଜନୀତି ନକରି ଓଡ଼ିଶାର ସାଢେ 4 କୋଟି ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବେଷ୍ଣବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.