ETV Bharat / bharat

Andhra Pradesh Train Accident: ଶୋକପ୍ରକାଶ କଲେ ରାଷ୍ଟ୍ରପତି-ମୁଖ୍ୟମନ୍ତ୍ରୀ - ଆନ୍ଧ୍ରପ୍ରଦେଶ ଟ୍ରେନ ଦୁର୍ଘଟଣା ଘଟଣା

ଆନ୍ଧ୍ରପ୍ରଦେଶ ଟ୍ରେନ୍‌ ଦୁର୍ଘଟଣାରେ ଦୁଃଖ ପ୍ରକାଶଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

train collision in Andhra Pradesh
train collision in Andhra Pradesh
author img

By ETV Bharat Odisha Team

Published : Oct 30, 2023, 8:54 AM IST

ହାଇଦ୍ରାବାଦ: ଓଡ଼ିଆ ଆନ୍ଧ୍ର ସୀମାରେ ଟ୍ରେନ୍‌ ଦୁର୍ଘଟଣା । ଏହି ଘଟଣାରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ମୃତକଙ୍କ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟ କରି କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ଏକ ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣା ଯୋଗୁଁ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ମୋତେ ବହୁତ ଦୁଃଖିତ କରିଛି । ମୃତକଙ୍କ ପରିବାରକୁ ମୋର ସମବେଦନା ଓ ଆହତଙ୍କ ଆଶୁ ଆରୋଗ୍ୟପାଇଁ ମୁଁ ପ୍ରାର୍ଥନା କରୁଛି ।

  • Deeply saddened to learn about the tragic loss of lives in the train accident in Andhra Pradesh’s Vizianagaram district. My thoughts and prayers are with the bereaved families who lost their dear ones in the train accident and pray for the speedy recovery of the injured.

    — Naveen Patnaik (@Naveen_Odisha) October 29, 2023 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି କହିଛନ୍ତି ଯେ, "ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଶୁଣି ମୁଁଦୁଖିତ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମୋର ସମବେଦନା ଓ ଆହତଙ୍କ ଆଶୁଆରୋଗ୍ୟ ମୁଁ କାମନା କରୁଛି ।"

ଏହା ମଧ୍ୟ ପଢନ୍ତୁ-Andhra Pradesh Train Accident: 15 ଟ୍ରେନ ବାତିଲ, 15ଟିର ରୁଟ୍‌ ପରିବର୍ତ୍ତନ

ଏହା ମଧ୍ୟ ପଢନ୍ତୁ-AP Train Accident: ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା, ମୃତ୍ୟୁସଂଖ୍ୟା 13କୁ ବୃଦ୍ଧି

ରବିବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ଆଲମଣ୍ଡା ଏବଂ କଣ୍ଟାପାଲି ମଧ୍ୟରେ ତିନୋଟି ଟ୍ରେନ୍‌ ଧକ୍କା ହୋଇଥିଲା । ବିଶାଖାପାଟନମ-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ଓ ପଲାସା ବିଶାଖାପାଟନମ୍‌ ପାସେଞ୍ଜର ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ 3ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା । ଏହାପରେ ପଲାସାର ଲାଇନଚ୍ୟୁତ ବଗିକୁ ଅନ୍ୟ ଏକ ମାଲବାହୀ ଟ୍ରେନ୍‌ ସେହି ସମୟରେ ଧକ୍କା ଦେଇଥିଲା । ଏହି ଘଟଣାରେ ଖବର ଲେଖାଯିବା ସୁଦ୍ଧା ମୃତ୍ୟୁସଂଖ୍ୟା 13ରେ ପହଞ୍ଚିଥିବା ବେଳେ 50 ଜଣ ଆହତ ହୋଇଥିବା ସୂଚନା ମିଳିଛି। 13 ମୃତକଙ୍କ ମଧ୍ୟରେ 7 ଜଣଙ୍କୁ ଚିହ୍ନଟ କରାଯାଇଛି । ଦୁର୍ଘଟଣାରେ ଲୋକୋ ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏନେଇ ପୂର୍ବତଟ ରେଳବାଇ CPRO ସୂଚନା ଦେଇଛନ୍ତି ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ପ୍ରଶାସନ ଓ ରେଳବିଭାଗ ସହ ଏସଡିଆରଏଫ୍ ଓ ଏନଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଟ୍ରେନ୍‌ ତଳେ ଚାପି ହୋଇଯାଇଥିବା ଯାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଉଛି । କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ଟ୍ରେନ୍‌ ଦୁର୍ଘଟଣା ପରେ ପୂର୍ବତଟ ରେଳପଥ ପକ୍ଷରୁ‌ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି । ସେହିପରି 33ଟି ଟ୍ରେନ୍‌ ଚଳାଚଳ ବାତିଲ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.