ETV Bharat / bharat

ଅତି ବିଶିଷ୍ଟ ସେବା ସମ୍ମାନରେ ସମ୍ମାନିତ ହେଲେ ଓଡିଆ IAF ଅଧିକାରୀ ଦିଲ୍ଲୀପ ପଟ୍ଟନାୟକ

author img

By

Published : Nov 22, 2021, 3:39 PM IST

ଅତି ବିଶିଷ୍ଟ ସେବା ସମ୍ମାନରେ ସମ୍ମାନିତ ହେଲେ ଓଡିଆ IAF ଅଧିକାରୀ ଦିଲ୍ଲୀପ ପଟ୍ଟନାୟକ(Air Marshal Dilip Patnaik) । ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ସମ୍ମାନିତ କଲେ ରାଷ୍ଟ୍ରପତି । 1984ରେ ହୋଇଥିଲେ AIFରେ ଭର୍ତ୍ତି । ଅଧିକ ପଢନ୍ତୁ

ଅତି ବିଶିଷ୍ଟ ସେବା ସମ୍ମାନରେ ସମ୍ମାନିତ ହେଲେ ଓଡିଆ AIF ଅଧିକାରୀ ଦିଲ୍ଲୀପ ପଟ୍ଟନାୟକ

ନୂଆଦିଲ୍ଲୀ: ବାୟୁ ସେନାରେ ଉଲ୍ଲେଖନୀୟ ସେବା ପାଇଁ ଅତି ବିଶିଷ୍ଟ ସେବା ପଦକରେ (Ati Vishisht Seva Medal)ରେ ସମ୍ମାନିତ ହୋଇଛନ୍ତି ଓଡିଆ IAF ଅଧିକାରୀ ଏୟାର ମାର୍ଶଲ ଦିଲୀପ କୁମାର ପଟ୍ଟନାୟକ (Air Marshal Dilip Patnaik)। ଆଜି (ସୋମବାର) ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ତାଙ୍କୁ ଏହି ସମ୍ମାନଜନକ ପଦକରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବାୟୁ ସେନାଧିକାରୀ ଦିଲ୍ଲୀପ ଗତବର୍ଷ (2020) ରେ ଅତି ବିଶିଷ୍ଟ ସେବା ପଦକ ପାଇଁ ମନୋନୀତ ହୋଇଥିଲେ ।

ବର୍ତ୍ତମାନ ଏୟାର ମାର୍ଶଲ ଦିଲୀପ ପଟ୍ଟନାୟକ ଇଷ୍ଟର୍ଣ୍ଣ ଏୟାର କମାଣ୍ଡ (Eastern Air Command)ର ଏୟାର ଅଫିସର କମାଣ୍ଡିଂ ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ବାୟୁସେନାର ଏହି କମାଣ୍ଡିଂରେ ପାହ୍ୟାରେ ଥିବା ସେ ହେଉଛନ୍ତି ପ୍ରଥମ ଓଡିଆ ।

ଦିଲ୍ଲୀପଙ୍କ ଘର ଭୁବନେଶ୍ବରରେ ହୋଇଥିବାବେଳେ ସେ 1984 ମସିହା ଜୁନ୍ 8 ତାରିଖରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲେ । ପରେ ସେ ଫାଇଟର୍ ଷ୍ଟ୍ରିମକୁ ଉନ୍ନିତ ହେବା ସହ ବାୟୁସେନାର ବହୁ ଗୁରୁତ୍ବପୂର୍ଣ୍ଣ ଅପରେସନରେ ମଧ୍ୟ ଦକ୍ଷତାର ସହ ନେତୃତ୍ବ ନେଇଥିଲେ । IAFରେ ତାଙ୍କର କ୍ୟାରିଅର୍ ସମୟରେ ସେ ମିରାଜ-2000 ଏବଂ ମିଗ-21 ସମେତ ବିଭିନ୍ନ ଲଢୁଆ ବିମାନ ଏବଂ ପ୍ରଶିକ୍ଷକ ବିମାନ ଉଡ଼ାଣର ଅଭିଜ୍ଞତା ରଖିଛନ୍ତି । 1999 ମସିହାରେ ଭାରତ-ପାକ କାର୍ଗିଲ ଯୁଦ୍ଧ ସମୟରେ ବାୟୁସେନା ଅପରେସନରେ ଉଲ୍ଲେଖନୀୟ ସାହସ ପ୍ରଦର୍ଶନ ପାଇଁ ତାଙ୍କୁ ସେନା (Sena Medal for gallantry)ପଦକରେ ମଧ୍ୟ ସମ୍ମାନିତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.