ETV Bharat / bharat

ଜାନୁଆରୀ ୧ ତାରିଖରୁ ଆରମ୍ଭ ହେବ 'ନୁମାଇସ'

author img

By ETV Bharat Odisha Team

Published : Dec 31, 2023, 4:42 PM IST

Numaish All India Industrial Exhibition: ଆସନ୍ତା ୨୦୨୪ ଜାନୁଆରୀ ୧ ତାରିଖ ରୁ ଆରମ୍ଭ ହେବ 'ନୁମାଇସ' । ଏହି ଅଲ୍‌ ଇଣ୍ଡିଆ ଇଣ୍ଡଷ୍ଟ୍ରିଆଲ ଏକ୍ସିବିସନରେ ସମଗ୍ର ଦେଶରୁ ସର୍ବ ମୋଟ ୨୪୦୦ ଜଣ ପ୍ରଦର୍ଶନକାରୀ ଯୋଗ ଦେବେ । ଅଧିକ ପଢନ୍ତୁ

ଜାନୁଆରୀ ୧ ତାରିଖ ରୁ ଆରମ୍ଭ ହେବ 'ନୁମାଇସ'
ଜାନୁଆରୀ ୧ ତାରିଖ ରୁ ଆରମ୍ଭ ହେବ 'ନୁମାଇସ'

ହାଇଦ୍ରାବାଦ : ଆସନ୍ତା ନୂଆବର୍ଷ ଠାରୁ ଆରମ୍ଭ ହେବାକୁ ଯାଉଛି 'ନୁମାଇସ' । ତେଲେଙ୍ଗାନାର ହାଇଦ୍ରାବାଦ ରେ ନାମାପଲ୍ଲି ସ୍ଥିତ ଏକ୍ସିବିସନ ଗ୍ରାଉଣ୍ଡରେ ଆରମ୍ଭ ହେବାକୁ ଯାଉଛି ଅଲ ଇଣ୍ଡିଆ ଇଣ୍ଡଷ୍ଟ୍ରିଆଲ ଏକ୍ସିବିସନ ଯାହାର ନାଁ 'ନୁମାଇସ' ରହିଛି । ଆସନ୍ତା ୨୦୨୪ ଜାନୁଆରୀ ୧ ତାରିଖରୁ ଆରମ୍ଭ ହେବାକୁ ଥିିବା ଏହି ଶିଳ୍ପ ପ୍ରଦର୍ଶନୀ ଫେବୃଆରୀ ୧୫ ତାରିଖ ଯାଏଁ ଚାଲିବ । ସମଗ୍ର ଦେଶରୁ ବିଭିନ୍ନ ଶିଳ୍ପଜାତ ଦ୍ରବ୍ୟ ଏହି ଜାତୀୟ ସ୍ତରୀୟ ପ୍ରଦର୍ଶନୀରେ ପ୍ରଦର୍ଶିତ ହେବ । ତେଲେଙ୍ଗାନାର ଶିଳ୍ପ ଏବଂ ଆଇଟି ମନ୍ତ୍ରୀ ଦୁଧିଲା ଶ୍ରୀଧର ବାବୁ ଏ ନେଇ ସମସ୍ତ ପ୍ରାକ୍‌ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସେ ଉକ୍ତ ପ୍ରଦର୍ଶନୀ ଗ୍ରାଉଣ୍ଡରେ ନିଜେ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି । ସେ କହିଛନ୍ତି ଯେ ନୁମାଇସ ପ୍ରଦର୍ଶନୀ ଆସନ୍ତା ଜାନୁଆରୀ ୧ ତାରିଖ ରୁ ଆରମ୍ଭ ହେବ । ଏହି ପ୍ରଦର୍ଶନୀ କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଉଦଘାଟନ କରିବେ ।

ଶିଳ୍ପ ଏବଂ ଆଇଟି ମନ୍ତ୍ରୀ ଶ୍ରୀଧର ବାବୁ କହିଛନ୍ତି ଯେ ଏହି ଶିଳ୍ପ ମେଳାର ଇତିହାସ ବହୁତ ପୁରୁଣା । ଏହି ଶିଳ୍ପ ମେଳା ଦେଶ ସ୍ବାଧୀନତା ପୂର୍ବରୁ ଆୟୋଜିତ ହୋଇ ଆସୁଅଛି । ତେଣୁ ସବୁ ବର୍ଷ ପରି ଲକ୍ଷାଧିକ ଲୋକ ଏହି ମେଳାକୁ ବୁଲିବାକୁ ଆସିବେ । ଏହି ଶିଳ୍ପ ମେଳା ସମ୍ପର୍କିତ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇ ଯାଇଛି , ଯାହା ଫଳରେ ଦର୍ଶକ ମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଏହି ପ୍ରଦର୍ଶନୀ ରେ ସମଗ୍ର ଦେଶରୁ ସର୍ବ ମୋଟ ୨୪୦୦ ଜଣ ପ୍ରଦର୍ଶନକାରୀ ଯୋଗ ଦେବେ ।

ଏହା ମଧ୍ୟ ପଢନ୍ତୁ ... ଆସୁଛି 'ନୂଆବର୍ଷ ୨୦୨୪', ରାମୋଜି ଫିଲ୍ମସିଟିରେ ପର୍ଯ୍ୟଟକଙ୍କ ପାଇଁ ବମ୍ଫର ଅଫର

ନୁମାଇସ ଶିଳ୍ପ ପ୍ରଦର୍ଶନୀରେ ଦର୍ଶକଙ୍କ ପାଇଁ ଶାକାହାରୀ ରେଷ୍ଟୁରାଣ୍ଟ ଖୋଲାଯାଇଛି । ସେହିପରି ଆପୋଲୋ ହସ୍ପିଟାଲ ମ୍ୟାନେଜମେଣ୍ଟ ତରଫରୁ ଏକ କ୍ଲିନିକ ମଧ୍ୟ ସେଠାରେ ଖୋଲାଯିବ । ଏଥି ସହିତ ସେ ଆସୁଥିବା ଦର୍ଶକମାନଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି । ଏଥି ସହିତ ବଢୁଥିବା କୋଭିଡ୍‌କୁ ଧ୍ୟାନରେ ରଖି ପ୍ରଦର୍ଶନୀ ଗ୍ରାଉଣ୍ଡରେ କୋରୋନା ମେଡିକାଲ ଟେଷ୍ଟିଂ କରାଯିବାର ଯୋଜନା ଅଛି ବୋଲି ଶିଳ୍ପ ଏବଂ ଆଇଟି ମନ୍ତ୍ରୀ ଶ୍ରୀଧର ବାବୁ କହିଛନ୍ତି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.