ETV Bharat / bharat

Nuh DSP Murder Case: ଆଉ 3 ଅଭିଯୁକ୍ତ ଗିରଫ, ମୋଟ ଗିରଫଦାରୀ ସଂଖ୍ୟା 9କୁ ବୃଦ୍ଧି

author img

By

Published : Jul 26, 2022, 5:22 PM IST

ବେଆଇନ ଖାଦାନରେ ଚଢାଉ ବେଳେ ଜଣେ DSPଙ୍କୁ ଡମ୍ଫର ଚଢାଇ ହତ୍ୟା ଘଟଣାରେ ଆଉ 3 ଅଭିଯୁକ୍ତ ଗିରଫ । ଗିରଫଦାରୀ ସଂଖ୍ୟା 9 କୁ ବୃଦ୍ଧି । ଏବେ ମଧ୍ୟ 3 ଅଭିଯୁକ୍ତ ଫେରାର । ଅଧିକ ପଢନ୍ତୁ

Nuh DSP murder case: ଆଉ 3 ଅଭିଯୁକ୍ତ ଗିରଫ, ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା 9କୁ ବୃଦ୍ଧି

ଚଣ୍ଡିଗଡ: ହରିୟାଣା ନୁହଁ ଜିଲ୍ଲାରେ ଚଢାଉ ବେଳେ ପୋଲିସ DSPଙ୍କୁ ବାଲି ମାଫିଆ ଡମ୍ଫର ଚଢାଇ ହତ୍ୟା କରିବା ଘଟଣାରେ କ୍ରମାଗତ ଜାରି ରହିଛି ଗିରଫଦାରୀ । ଗତ ଦୁଇ ଦିନରେ ଘଟଣାରେ ସମ୍ପୃକ୍ତ ଆଉ 3ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ହରିୟାଣା ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ କରି ଏହି 3 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏହି ସଂଖ୍ୟାକୁ ମିଶାଇ ମୋଟ ଗିରଫଦାରୀ ସଂଖ୍ୟା 9କୁ ବୃଦ୍ଧି ପାଇଛି ।

  • Nuh DSP murder case | We have arrested 3 other accused in the last 2 days. So far 9 accused have been arrested in the case. In our investigation so far, 12 accused have been found involved in the case. Soon we will arrest the other 3 accused: Varun Singla, SP, Nuh pic.twitter.com/h2buJq8RNi

    — ANI (@ANI) July 26, 2022 " class="align-text-top noRightClick twitterSection" data=" ">

ତେବେ ପ୍ରାଥମିକ ତଦନ୍ତରୁ ଏହି ହତ୍ୟାକାଣ୍ଡରେ 12 ଜଣଙ୍କ ସମ୍ପୃକ୍ତି ଥିବା ସୂଚନା ପୋଲିସ ପାଖରେ ରହିଛି । ଉକ୍ତ ସୂଚନା ଅନୁସାରେ ଅଭିଯୁକ୍ତଙ୍କ ଏକ ତାଲିକା ପ୍ରସ୍ତୁତ କରି ପୋଲିସର ସ୍ପେସାଲ ସ୍କ୍ବାର୍ଡ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ଅବଶିଷ୍ଟ ଫେରାର ଅଭିଯୁକ୍ତଙ୍କୁ ମଧ୍ୟ ଖୁବ ଶୀଘ୍ର ଧରା ଯିବାନେଇ ପୋଲିସ କହିଛି ।

ଚଳିତ ମାସ (ଜୁଲାଇ) 19 ତାରିଖରେ ହରିୟାଣାର ନୁହଁ ଜିଲ୍ଲାରେ ଏକ ବେଆଇନ ପଥର ଖାଦାନ ଉପରେ ଚଢାଉ କରିବା ସମୟରେ ଅତିରିକ୍ତ ପୋଲିସ ଅଧୀକ୍ଷକ (DSP) ସୁରେନ୍ଦ୍ର ସିଂ ବିଷ୍ଣୋଇଙ୍କୁ ଡମ୍ଫର ଚଢାଇ ହତ୍ୟା କରିଥିଲେ ଖଣି ମାଫିଆ । ହତ୍ୟାର ଶିକାର ହୋଇଥିବା DSP ବିଷ୍ଣୋଇଙ୍କ ପରିବାରକୁ ଏକ କୋଟି ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିବା ସହ ହତ୍ୟାକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଘୋଷଣା କରିଥିଲେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.