ETV Bharat / bharat

Rahul Gandhi At Paris Event : ‘ହିନ୍ଦୁ ଗ୍ରନ୍ଥରେ BJP କହୁଥିବା ହିନ୍ଦୁତ୍ବ ନାହିଁ ’ - ବିଜେପିକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

ପ୍ୟାରିସରେ ବିଜେପିକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । କହିଲେ ହିନ୍ଦୁ ଧର୍ମଗ୍ରନ୍ଥ ପଢିଛନ୍ତି, ହେଲେ ବିଜେପିର କାର୍ଯ୍ୟକ୍ରମ ହିନ୍ଦୁତ୍ବରେ ନାହିଁ । ଅଧିକ ପଢ଼ନ୍ତୁ

Rahul Gandhi At Paris Event : ‘ହିନ୍ଦୁ ଗ୍ରନ୍ଥରେ BJP କହୁଥିବା ହିନ୍ଦୁତ୍ବ ନାହିଁ ’

author img

By ETV Bharat Odisha Team

Published : Sep 11, 2023, 5:09 PM IST

ନୂଆଦିଲ୍ଲୀ: ବିଦେଶ ଗସ୍ତରେ ଯାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଦେଶୀ ଇଭେଣ୍ଟରେ ବିଜେପି ଓ ମୋଦି ନେତୃତ୍ବାଧୀନ ସରକାରକୁ ସମାଲୋଚନା କରିବାର ଉଦାହରଣ ବେଶ ପୁରୁଣା । ଆଜି ସେହିକ୍ରମରେ ପ୍ୟାରିସ ଗସ୍ତରେ ଥିବା ରାହୁଲ ବିଜେପିର ହିନ୍ଦୁତ୍ବ ରାଜନୀତିକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ହିନ୍ଦୁ ଧର୍ମଗ୍ରସ୍ତରେ ଯାହା ହିନ୍ଦୁତ୍ବ ସମ୍ପର୍କରେ ଉଲ୍ଲେଖ ରହିଛି, ତାହା ବିଜେପିର ହିନ୍ଦୁତ୍ବ ନୁହେଁ । ଭାରତୀୟ ଜନତା ପାର୍ଟି କରୁଥିବା କାର୍ଯ୍ୟକ୍ରମ ହିନ୍ଦୁ ଧର୍ମଗ୍ରସ୍ତରେ ନାହିଁ । ଆଜି ପ୍ୟାରିସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତବ୍ୟ ରଖି ରାହୁଲ ଏହି ପ୍ରସଙ୍ଗ ଉଠାଇଛନ୍ତି ।

  • I have read the Gita, Upanishads and many Hindu books. There is nothing Hindu about what the BJP does—absolutely nothing.

    I have not read anywhere in any Hindu book or heard from any learned Hindu person that you should terrorize or harm people who are weaker than you.

    They… pic.twitter.com/mEj2vOrAxq

    — Congress (@INCIndia) September 10, 2023 " class="align-text-top noRightClick twitterSection" data=" ">

ଫ୍ରାନ୍ସ ରାଜଧାନୀ ପ୍ୟାରିସର ସାଇନ୍ସ ପିଓ ବିଶ୍ବବିଦ୍ୟାଳୟରେ ଆୟୋଜିତ ଏକ ଆଲୋଚନାଚକ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରାହୁଲ କହିଛନ୍ତି, "ମୁଁ ଏକାଧିକ ହିନ୍ଦୁଗ୍ରନ୍ଥ ପାଠ କରିଛି । ଗୀତା ସମେତ ହିନ୍ଦୁ ଧର୍ମର ଏକାଧିକ ଉପନିଷଦ ପାଠ କରିଛି । ସେଥିରେ ବିଜେପି କରୁଥିବା ପରି ହିନ୍ଦୁତ୍ବ ଆଦୌ ନାହିଁ । ନିଜଠାରୁ ଦୁର୍ବଳ ଶ୍ରେଣୀକୁ ଆତଙ୍କିତ କରି କିମ୍ବା କ୍ଷତି ପହଞ୍ଚାଇବା ହିନ୍ଦୁତ୍ବ ନୁହେଁ । ସେପରି କିଛି ଶବ୍ଦ ହିନ୍ଦୁଗ୍ରନ୍ଥରେ ନାହିଁ । ସେମାନେ କେବେ ହିନ୍ଦୁ ରାଷ୍ଟ୍ରବାଦୀ ନୁହନ୍ତି । ସେମାନେ କେବଳ କ୍ଷମତା ହାସଲ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଭାରତୀୟ ସମାଜରେ ଥିବା ଜାତିପ୍ରଥା କିପରି ବଞ୍ଚି ରହିବ ତାହା ସେମାନେ ନିଶ୍ଚିତ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ।"

ଏହା ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ ବିଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଉପରେ ରାହୁଲ ବର୍ଷିଥିଲେ । ‘ଭାରତ ଯୋଡ ଯାତ୍ରା’ ଶେଷ କରିବା ପରେ ଗତବର୍ଷ ଲଣ୍ଡନ ଗସ୍ତ କରିଥିବା ରାହୁଲ ଭାରତରେ ଗଣତନ୍ତ୍ର ଅସୁରକ୍ଷିତ ବୋଲି କହିଥିଲେ । ବିରୋଧୀଙ୍କୁ ସଂସଦରେ କହିବାକୁ ସୁଯୋଗ ଦିଆଯାଉନାହିଁ । ସେମାନେ ସଂସଦରେ ମତ ରଖିବାକୁ ପ୍ରୟାସ କଲେ, ସେମାନଙ୍କ ମାଇକ ବନ୍ଦ କରିଦିଆଯାଉଛି । ସରକାର ବିଦେଶୀ ସ୍ପାଏ ସଫ୍ଟଓ୍ବେର ବ୍ୟବହାର କରି ବିରୋଧୀଙ୍କ ମୋବାଇଲ ଟ୍ରାକ୍‌ କରୁଛନ୍ତି । ଏପରିକି ତାଙ୍କ ମୋବାଇଲ ମଧ୍ୟ ପେଗାସସ ସ୍ପାଏଓ୍ବେର ଦ୍ବାରା ଗୁପ୍ତଚରଗିରିର ଶିକାର ହୋଇଥିବା ରାହୁଲ କହିଥିଲେ ।

ଏହା ମଧ୍ୟ ପଢନ୍ତୁ :- G20 Summit: ଭାରତ ଏବେ ଗ୍ଲାବାଲ ସାଉଥର ସ୍ବର, ସଫଳ ଆୟୋଜନକୁ ବିଦେଶୀ ଗଣମାଧ୍ୟମରେ ପ୍ରଶଂସା

ଯାହାକୁ ନେଇ ଭାରତରେ ଝଡ ସୃଷ୍ଟି ହୋଇଥିଲା । ରାହୁଲ ବିଦେଶରେ ବିଦେଶୀ ଶକ୍ତିଙ୍କ ସାହାଯ୍ୟରେ ଭାରତକୁ ବଦନାମ କରିବାରେ ଲାଗିଛନ୍ତି ବୋଲି ଭାରତୀୟ ଜନତା ପାର୍ଟିର ଏକାଧିକ ମନ୍ତ୍ରୀ ଓ ବରିଷ୍ଠ ନେତା ଅଭିଯୋଗ କରିଥିଲେ । ରାହୁଲ ଭାରତ ଫେରିବା ପରେ କ୍ଷମା ମାଗିବା ପାଇଁ ମଧ୍ୟ ଦାବି ଉଠିଥିଲା । ହେଲେ ରାହୁଲ ଭାରତ ବିରୋଧୀ ମନ୍ତବ୍ୟ ନୁହେଁ ବରଂ ସରକାର ଓ ଶାସନରେ ଥିବା ଦଳକୁ ସମାଲୋଚନା କରିଥିବା କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.